News 18 Odia Digital
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ (State budget) । ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ (finance minister niranjan patnaik) । ନବୀନଙ୍କ (cm naveen patnaik) ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟ୍ରେ ଶିକ୍ଷାକୁ (education) ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ପାଇଁ ୨୨ ହଜାର ୫୨୮ କୋଟି ବ୍ୟୟବରାଦ ହୋଇଛି । ସେହିପରି ନଗର ଉନ୍ନୟନ ପାଇଁ ୭୯୧୪ କୋଟି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୫ ହଜାର ୭୫୬.୫୩ କୋଟି, ଯୋଜନା ଓ ସଂଯୋଜନ ପାଇଁ ୧୩୧୦୩ କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ୨୫ ହଜାର ୩୧୮.୫୫ କୋଟି ଦିଆଯାଇଛି । କୃଷି ପାଇଁ ୨୪, ୮୮୯ କୋଟି
ବଜେଟ୍ ହୋଇଥିବାବେଳେ କୃଷି ବିଭାଗ ପାଇଁ ୬୯୩୬ କୋଟି ଦିଆଯାଇଛି । କୃଷି ବଜେଟ୍ ୨୦ ପ୍ରତିଶତ ବଢ଼ାଯାଇଛି । ସେହିପରି ଜଳ ସଂପଦ ପାଇଁ ୧୦,୭୭୫.୩୬ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୭୫୦୦ କୋଟି, ବାଣିଜ୍ୟ ବିଭାଗ ପାଇଁ ୧୭୫.୯୩ କୋଟି ବରାଦ, ପୂର୍ତ୍ତ ବିଭାଗ ପାଇଁ ୯୧୩୩ କୋଟି ବ୍ୟୟବରାଦ ହୋଇଛି ।
ଏହି ଖବର ପଢ଼ନ୍ତୁ -
http://ଟାଇଁ ଟାଇଁ ଖରାରେ ଅଲିଭ ରିଡ଼ଲେ ଗଣ ଅଣ୍ଡାଦାନ: ଦେଖନ୍ତୁ ଝଲକ୍ସେହିପରି ଅର୍ଥ ବିଭାଗ ପାଇଁ ୬୧୮୫୨.୮୩ କୋଟି ବରାଦ ହୋଇଥିବାବେଳେ ଆଇନ ବିଭାଗ ପାଇଁ ୮୧୬.୪୩ କୋଟି , ରାଜସ୍ୱ ବିଭାଗ ପାଇଁ ୧୫୮୬.୭୨ କୋଟି, ସାଧାରଣ ପ୍ରଶାସନ ପାଇଁ ୫୪୪.୪୯ କୋଟି ବରାଦ ଗୃହ ବିଭାଗ ପାଇଁ ୭୩୧୩.୬୧ କୋଟି ବ୍ୟୟ ବରାଦ ହୋଇଛି । ଗୃହ ବିଭାଗ ପାଇଁ ୭୩୧୩.୬୧ କୋଟି ବ୍ୟୟ ବରାଦ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।