budget 2023: କାଳିଆ ଯୋଜନା ପାଇଁ ୧୮୭୯ କୋଟି ବରାଦ

ଚଳିତ ବର୍ଷ ୨୦ ହଜାର ନଳକୂପ ପାଇଁ ୩ଶହ କୋଟି, ଗଭୀର ନଳକୂପ ପାଇଁ ୪୧୯୮ କୋଟି ବରାଦ ହୋଇଛି । ଆଗାମୀ ୩ ବର୍ଷ ମଧ୍ୟରେ ଲକ୍ଷେ ଗଭୀର ନଳକୂପ ହେବ ।

budget 2023: କାଳିଆ ଯୋଜନା ପାଇଁ ୧୮୭୯ କୋଟି ବରାଦ

budget 2023: କାଳିଆ ଯୋଜନା ପାଇଁ ୧୮୭୯ କୋଟି ବରାଦ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍‌ (State budget) । ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍‌ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ । ଚଳିତଥର କୃଷି ବଜେଟ (agriculture budget) ରାଶି ଗତବର୍ଷଠାରୁ  ୨୦% ଅଧିକ ହୋଇଥିବା ଜଣାପଡିଛି । ସମୁଦାୟ ୨୪ ହଜାର ୮୨୯ କୋଟିର କୃଷି ବଜେଟ ଉପସ୍ଥାପିତ ।

କୃଷି ବଜେଟ-୨୦୨୩: ଚଳିତ ବର୍ଷ ୨୦ ହଜାର ନଳକୂପ ପାଇଁ ୩ଶହ କୋଟି, ଗଭୀର ନଳକୂପ ପାଇଁ ୪୧୯୮ କୋଟି ବରାଦ ହୋଇଛି । ଆଗାମୀ ୩ ବର୍ଷ ମଧ୍ୟରେ ଲକ୍ଷେ ଗଭୀର ନଳକୂପ ହେବ । ଏବର୍ଷ ହେବ ୧୬ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର । କୃଷିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୩୬୭  କୋଟି, କୃଷି ଉତ୍ପାଦକ ସଂଗଠନ ପାଇଁ ୫୨ କୋଟିର ସହାୟତା । ସୌର ଜଳନିଧି ଯୋଜନା ପାଇଁ ୨୫୦ କୋଟି,  ଏଥିସହ ୧୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ । ୫ ବର୍ଷରେ ୯ ଜିଲ୍ଲାରେ ହେବ ପଣସ ମିଶନ ସେଥିପାଇଁ ୯ କୋଟି ବରାଦ । ମତ୍ସ୍ୟ ଓ ପଶୁ ସଂପଦ ବିକାଶ ପାଇଁ ୧୭୬୯ କୋଟି, ଉଦ୍ୟାନ କୃଷି ବିକାଶ ପାଇଁ ୩୮୧ କୋଟି ଛତୁ ଓ ଫୁଲଚାଷ ମିଶନ ପାଇଁ ୧୦୦ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦୬ କୋଟି, କ୍ଷୁଦ୍ର ଜଳସେଚନରେ ସହାୟତା ବାବଦକୁ ୪୫ କୋଟି, କୃଷି ଉପକରଣ ରିହାତି ପାଇଁ ୩୮୮ କୋଟି, ୫ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ଲକ୍ଷ୍ୟ, କାଳିଆ ଯୋଜନା ପାଇଁ ୧୮୭୯ କୋଟି ବରାଦ । ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ରିଭଲ୍‌ଭିଂ ପାଣ୍ଠି ।

ଡିସେମ୍ବର ସୁଦ୍ଧା ସବୁ ସ୍କୁଲରେ ସ୍ମାର୍ଟ ଲର୍ନିଂ ସେଣ୍ଟର କରାଯିବ । ଆକାଂକ୍ଷା ଯୋଜନା ପାଇଁ ୪ କୋଟି, ଅନ୍ବେଷା ଯୋଜନା ପାଇଁ ୧୨୪ କୋଟି, ଦିବାଧ୍ୟାୟୀ ପିଲାଙ୍କୁ ମିଳିବ ୫୦୦, ମାଟ୍ରିକ ପରବର୍ତ୍ତୀ ବୃତ୍ତି ପାଇଁ ଅନ୍ତେବାସୀଙ୍କୁ ୧ ହଜାର, ଷଷ୍ଠରୁ ଅଷ୍ଟମ ଯାଏ SC/ST ପିଲାଙ୍କୁ ମିଳିବ ବୃତ୍ତି, ପ୍ରାକ୍‌ ମାଟ୍ରିକ୍‌ ବୃତ୍ତି ବାର୍ଷିକ ୫ଶହକୁ ବୃଦ୍ଧି । CM ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି, ୨୩୭ ଛାତ୍ରାବାସ ପାଇଁ ହଜାରେ କୋଟି ବ୍ୟୟ ବରାଦ , ସ୍କୁଲ ପୋଷାକ ସହାୟତା ୬୦୦ରୁ ହଜାରେ ଟଙ୍କାକୁ ବୃଦ୍ଧି,  ସାଇକେଲ ବଣ୍ଟନ ପାଇଁ ୧୫୫ କୋଟି ବରାଦ, ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ ପାଇଁ ମିଳିବ ୩,୫୦୦
୧୦୬ ହାଇସ୍କୁଲ ହେବ ଉଚ୍ଚ ମାଧ୍ୟମିକ ସ୍କୁଲ ,୧୭୯୯ କନିଷ୍ଠ ସହାୟକ, ୩୩୫ PGT ନିଯୁକ୍ତ ହେବେ, CM ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି, ଗ୍ରାମାଞ୍ଚଳରେ ୩ହଜାର ଓ ସହରାଞ୍ଚଳରେ ୪ହଜାର ମିଳିବ । ସେହିପରି ହରିଶ୍ଚନ୍ଦ୍ର ସହାୟତା ରାଶି ଟଙ୍କାରେ ଏକ ହଜାର ବଢିଛି । ନିଯୁକ୍ତି ପାଇଁ ପ୍ରତିଷ୍ଠାନ ବ୍ୟୟ ବରାଦ ୨୨୯ କୋଟି, ୫ ହଜାର ଡାକ୍ତର ଓ ୯ ହଜାର ନର୍ସ ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି । କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୧୧ କୋଟି ।

ଏହି ଖବର ପଢ଼ନ୍ତୁ - http://ପୁଣି ଗୋଟିଏ ରହସ୍ୟମୟ ମୃତ୍ୟୁ: ପ୍ରାଣ ହରାଇଛନ୍ତି ପୁତିନଙ୍କ ପାଖଲୋକ

ରାଜ୍ୟରେ ୨୩୬ଟି ନୂଆ ଆମ୍ବୁଲାନ୍ସ ଚାଲିବ ଏବଂ ସେଥିପାଇଁ ୨୫୦ କୋଟି ବରାଦ ଦିଆଯାଇଛି । ଏଣିକି ୨୦ ମିନିଟ୍‌ରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ । CM ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୩୦୦୩ କୋଟି, ନିରାମୟ ଯୋଜନାରେ ୫୧୩ କୋଟି
ଜନସ୍ବାସ୍ଥ୍ୟ ସେବା ପାଇଁ ୧୬ ହଜାର ୦୪୮ କୋଟି, ପୁଞ୍ଜି ବ୍ୟୟ ଅଟକଳ ୫୧ ହଜାର ୬୮୩ କୋଟି, ବିପର୍ଯ୍ୟୟ ରେସ୍‌ପନ୍ସ ପାଣ୍ଠି ପାଇଁ ୩୭୦୦ କୋଟି, ପ୍ରାଶାସନିକ ବ୍ୟୟ ବରାଦ ୯୪ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବରାଦ ୧.୨୫ ଲକ୍ଷ କୋଟି ।
Published by:Soubhagya Mishra
First published: