Budget 2023; ଗୃହ ଋଣ ପରିମାଣ କୋହଳ କରିପାରନ୍ତି ସରକାର !

ଆଗାମୀ ବଜେଟ୍‌ରେ କେନ୍ଦ୍ର ସରକାର ଘର କିଣିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଗୃହଋଣରେ କେତେ ରିହାତି ଦେବେ ? ଗୃହଋଣ ପାଇଁ ଲଗାଯାଉଥିବା ଟିକସ୍ ପରିମାଣ କମିବ କି ? ଗୃହ ଋଣ ବାବଦ ଟିକସରେ ମିଳିଥିବା ରିହାତି ପରିମାଣ ବଢାଯିବ କି ?

Budget 2023; ଗୃହ ଋଣ ପରିମାଣ କୋହଳ କରିପାରନ୍ତି ସରକାର !

Budget 2023; ଗୃହ ଋଣ ପରିମାଣ କୋହଳ କରିପାରନ୍ତି ସରକାର !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର;  ୨୦୨୩-୨୪ ଆର୍ଥିକ ବର୍ଷ (Financial Year) ପାଇଁ ଆଗତ ହେବାକୁ ଯାଉଥିବା କେନ୍ଦ୍ରୀୟ ବଜେଟ୍‌ରେ (Central budget) ରିୟଲ ଇଷ୍ଟେଟ ବ୍ୟବସାୟ କେତେ ଗୁରୁତ୍ୱ ରଖିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ଆଗାମୀ ବଜେଟ୍‌ରେ କେନ୍ଦ୍ର ସରକାର କିଣିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ହୋମଲୋନ ବା ଗୃହଋଣରେ କେତେ ରିହାତି ଦେବେ, ଗୃହଋଣ ପାଇଁ ଲଗାଯାଉଥିବା ଟିକସ୍ ପରିମାଣ କମିବ କି ? ଓ ଗୃହ ଋଣ ବାବଦ ଟିକସରେ ମିଳିଥିବା ରିହାତି ପରିମାଣ ବଢାଯିବ କି ? ତାକୁ ନେଇ ଲୋକଙ୍କର ଅପେକ୍ଷା ରହିଛି ।

କୋଭିଡ଼ ପ୍ରଭାବ କାରଣରୁ ୨୦୨୦ ଓ ୨୧ ମସିହାରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ରିୟଲ ଇଷ୍ଟେଟ୍ ବ୍ୟବସାୟ ୨୦୨୨ ମସିହାରେ ସବୁ ଆକଳନ ଭୁଲ ପ୍ରମାଣିତ କରିଛି । ଅର୍ଥାତ୍ ୨୦୨୨ ମସିହାରେ ରିୟଲଇଷ୍ଟେଟ ବ୍ୟବସାୟ ଖୁବ୍ ଭଲ ହୋଇପାରିଛି ବୋଲି କୁହାଯାଇଛି । ଏହାକୁ ନଜରରେ ରଖି ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ  ରିୟଲଇଷ୍ଟେଟ ବ୍ୟବସାୟକୁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱର ସୌଭାଗ୍ୟନଗର ବାସିନ୍ଦା ଅନୀତା ସାହୁ । ଘରୋଇ କମ୍ପାନୀରେ କାମ କରନ୍ତି । ଘର କିଣିବା ପାଇଁ ଇଛୁକ ଅନିତା ଆଶା ରଖନ୍ତି ଯେ, ଆଗାମୀ ବଜେଟ୍‌ରେ ଘର କିଣିବାକୁ ଚାହୁଁଥିବା ଲୋକଙ୍କୁ ସରକାର ଟିକସରେ କିଛିଟା କୋହଳ କରିବେ । ବିଶେଷକରି ପ୍ରତିବର୍ଷ ବଢୁଥିବା ଗୃହଋଣର ପରିମାଣକୁ ଆଶାନୁରୂପକ କମ କରିବେ କେନ୍ଦ୍ର ସରକାର । କେବଳ ଅନିତା ନୁହଁନ୍ତି, ସହରରେ ନିଜର ଖଣ୍ଡେ ପାଇଁ ସ୍ୱପ୍ନ ଦେଖୁଥିବା ଲୋକମାନେ ଅନୁରୂପ ଆଶା ରଖିଛନ୍ତି କେନ୍ଦ୍ର ବଜେଟକୁ ନେଇ । ରିୟଲଇଷ୍ଟେଟ୍ ବ୍ୟବସାୟରେ ଥିବା ତଥା ଇଭୋସ ବିଲ୍ଡକନ ପ୍ରାଇଭେଟ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥଙ୍କ ମତରେ, ବିଭିନ୍ନ କାରଣରୁ ରିୟଲଇଷ୍ଟେଟ ବ୍ୟବସାୟରେ ବ୍ୟାଙ୍କଗୁଡ଼ିକ ଦେଉଥିବା ଋଣର ସୁଧ ବଢିଚାଲିଛି । କୋଭିଡ଼ ପାଇଁ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗୃହ ଋଣ ବାବଦରେ ଟିକସକୁ ସରକାର କମ କରିବା ଦରକାର ବୋଲି ତାଙ୍କର ମତ ।

“ଆଫର୍ଡ଼”ର ବରିଷ୍ଠ କର୍ମକର୍ତ୍ତା ନିଷିଥ ରଞ୍ଜନ ନନ୍ଦଙ୍କ ମତରେ, ୨୦୨୦ ମସିହାରେ କୋଭିଡ଼ ଆରମ୍ଭ ପରେ ସଂଖ୍ୟାଧିକ ବ୍ୟକ୍ତିବିଶେଷ ନିଜର ସ୍ୱତନ୍ତ୍ର ଘର ଖଣ୍ଡିଏ ପାଇଁ ଆଗ୍ରହୀ ହୋଇଥିଲେ । ଏହାର ମୁଖ୍ୟ କାରଣ ଥିଲା କୋଭିଡ଼ ପାଇଁ ଆଇସୋଲେସନ ବା ପୃଥକ ଭାବେ ରହିବା । ଏହି କାରଣରୁ ୨୦୨୨ ମସିହାରେ ଲୋକଙ୍କ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ରିୟଲଇଷ୍ଟେଟ ବ୍ୟବସାୟ ଖୁବ୍ ବୃଦ୍ଧି ପାଇଥିଲା । ଏହା ସାମୟିକ ପ୍ରଭାବ ଥିଲା। ତେଣୁ  ଆସନ୍ତା ବଜେଟ୍‌ରେ ଗୃହ ଋଣ ପାଇଁ ସରକାର ଲାଗୁ କରୁଥିବା ଟିକସର ପରିମାଣ କମ କରିବା ଦରକାର । ଏହାଦ୍ୱାରା ସମସ୍ତଙ୍କ ପାଇଁ ଗୃହ ବା ଆଫଡ଼େବୁଲ୍ ହାଉସ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଲୋକାଭିମୁଖୀ ହୋଇପାରିବ । ଅର୍ଥନୀତିଜ୍ଞ ଚିତ୍ତରଞ୍ଜନ ବେହେରାଙ୍କ  ମତରେ ବିଭିନ୍ନ କାରଣରୁ ଏଥର ବଜେଟ୍‌ରେ ଲୋକଙ୍କୁ ସନ୍ତୁ୍‌ଷ୍ଟ କରିବାକୁ ଚାହୁଁଥିବା କେନ୍ଦ୍ର ସରକାର ଗୃହ ଋଣ  ପାଇଁ କୋହଳ ମନୋବୃତି ନେଇ ପାରନ୍ତି ।

ଏବେ ସମସ୍ତଙ୍କ ନଜର କେନ୍ଦ୍ର ବଜେଟ୍ ଉପରେ । ବିଶେଷକରି ହୋମଲୋନ ପାଇଁ ଟିକସରେ ମିଳୁଥିବା ରିହାତି ପରିମାଣକୁ ସରକାର କେତେ ବୃଦ୍ଧି କରିବେ ଓ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିପାରିବେ କି ତାକୁ ନେଇ ଅପେକ୍ଷା ରହିିଛି ।

ଏହି ଖବର ପଢ଼ନ୍ତୁ -http://ଆଖି ଲୁହରେ ବିଦାୟ; ପଞ୍ଚଭୂତରେ ବିଲିନ ହେଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର
Published by:Soubhagya Mishra
First published: