ଗରିବ ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି BSKY Card; ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଲୋକ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡ଼ ଜୀବନ ବଞ୍ଚାଇ ଦେଲା। ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀମୁକୁନ୍ଦପୁର ଗ୍ରାମର ୪୧ ବର୍ଷୀୟ ସୁରେନ୍ଦ୍ର ପ୍ରଧାନ। ଗ୍ରାମର ୧୫ ବର୍ଷୀୟ ପ୍ରତୀକ ପ୍ରଧାନ ଓ ଅଡାଲ-ବଡାଲ୍ ଗ୍ରାମର ୧୯ ବର୍ଷୀୟ ଜଗତ ଜୀବନ ମାନଧାତା।

ଗରିବ ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି BSKY Card

ଗରିବ ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି BSKY Card

  • Share this:
News18 Odia Digital

ଭୁବନେଶ୍ବର: ଗରୀବ ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ। ଖୋଦ ହିତାଧିକାରୀ ଏହି ଯୋଜନାର ଲାଭ ପାଉଥିବା ନିଜ ମୁହଁରେ ସ୍ବୀକାର କରିଥିବା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ ରିଲିଜ ମାଧ୍ୟମରେ କୁହାଯାଇଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡ଼ ଜୀବନ ବଞ୍ଚାଇ ଦେଲା। ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀମୁକୁନ୍ଦପୁର ଗ୍ରାମର ୪୧ ବର୍ଷୀୟ ସୁରେନ୍ଦ୍ର ପ୍ରଧାନ। ଗ୍ରାମର ୧୫ ବର୍ଷୀୟ ପ୍ରତୀକ ପ୍ରଧାନ ଓ ଅଡାଲ-ବଡାଲ୍ ଗ୍ରାମର ୧୯ ବର୍ଷୀୟ ଜଗତ ଜୀବନ ମାନଧାତା।

ପ୍ରଧାନ କହିଛନ୍ତି ଯେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଶିବ ବିବାହ ଉତ୍ସବ ଅବସରରେ ନିଜର ଅସାବଧାନତା ହେତୁ ବାଣ ଫୁଟିଯିବାରୁ ଆମେ ତିନିଜଣ ବହୁ ଅଂଶରେ  ପୋଡ଼ିଯାଇଥିଲୁ। ଦିନ ମଜୁରିଆ ପରିବାର କଣ କରିବୁ କେମିତି ଚିକିତ୍ସା କରିବୁ  ଆଦି ଭାବି ଗାଉଁଲି ଚିକିତ୍ସା ଆରମ୍ଭ କରୁଥିବା ବେଳେ ଗାଁର ଜଣେ ଶିକ୍ଷିତ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ କଥା ମନେପକେଇ ଭଲ ଡ଼ାକ୍ତରଖାନା ଯିବାକୁ କହିଥିଲେ। ଗାଁ ପଡ଼ିଶାମାନେ ମଧ୍ୟ ୧୦୮ ଆମ୍ବୁଲାନ୍ସ୍ ଡକାଇଲେ। ଆମେ ଜୁନ ୬ ତାରିଖରେ ସମ୍ ହସ୍ପିଟାଲ୍ ବାବଦରେ ଶୁଣି ସମସ୍ତେ ସେଠାରେ ପହଞ୍ଚିଲୁ।  ଆମ ଆଖି ପାଉନଥାଏ। ଏତେ ବଡ଼ ଘରୋଇ ଡ଼ାକ୍ତରଖାନାରେ ଆମର ଚିକିତ୍ସା ହେବ ବୋଲି ଭାବୁଥିଲୁ! ଟଙ୍କା ମାଗିବେନିତ। ଏମିତି ଅନେକ କଥା ମନରେ ଆସୁଥିଲା।

‘‘ବିଏସକେୱାଇ କାଉଣ୍ଟରରେ ଥିବା ଅଫିସର ସାହାଯ୍ୟ କଲେ। ବିନା ଟଙ୍କାରେ ଆଡମିଶନ ଓ ଚିକିତ୍ସା ହେଲା। ଡ଼ାକ୍ତର, ନର୍ସ ସମସ୍ତେ ତୁରନ୍ତ ଚିକିତ୍ସା କଲେ। ନିୟମିତ ବିଭିନ୍ନ ପ୍ରକାର ପରୀକ୍ଷା କଲେ। ସବୁ ମାଗଣା ହେଲା। ପ୍ରଥମେ ମୁଁ ଭଲ ହୋଇ ଘରକୁ ଆସିଲି। ଡ଼ାକ୍ତରଖାନାରେ ପ୍ରାୟ ଦେଢ଼ ମାସ ଚିକିତ୍ସା ହେଲି। ଜଗତ ଜୀବନ ଦେଢ଼ମାସ ହସ୍ପିଟାଲରେ ଚିକିତ୍ସା ହେଲା। ପ୍ଲାଷ୍ଟିକ୍ ସର୍ଜରୀ ହେଲା। ସେ ମଧ୍ୟ  ଘରକୁ ଫେରିଲା। ପ୍ରତୀକର ଦେହ ଅଧିକ ପୋଡ଼ି ଯାଇଥିବାରୁ ସେ ପ୍ରାୟ ଦୁଇ ମାସ  ହସ୍ପିଟାଲରେ ରହିଲା। ଦୈନିକ ଡ଼ାକ୍ତର ଦେଖି ଔଷଧ ଓ ଚିକିତ୍ସା ଦେଉଥିଲେ।  କାର୍ଡ଼ରେ ଥିବା ୫ ଲକ୍ଷ ଟଙ୍କା ସରିଗଲା। ଆମର ଆଉ ଉପାୟ ନଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ହ୍ୱାଟ୍ସଆପ୍ ମେସେଜରେ ଜଣାଇଲୁ। ତାଙ୍କ କାର୍ଯ୍ୟାଳୟରୁ ତୁରନ୍ତ ଫୋନ୍ ଆସିଲା। ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ହସ୍ପିଟାଲ୍ ଓ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କଲେ। ସ୍ୱାସ୍ଥ୍ୟ ବିଭାଗର  ବରିଷ୍ଠ ଅଧିକାରୀ ହସ୍ପିଟାଲ୍ ସହ କଥା ହେଲେ। ମୁଖ୍ୟ ଶାସନ ସଚିବଙ୍କ  ନିର୍ଦ୍ଦେଶରେ ପ୍ରତୀକର ଚିକିତ୍ସା ଚାଲୁ ରହିଲା। ୫ ଲକ୍ଷରୁ ଅଧିକ ଆହୁରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ ହେଲେ ବି ସମ୍ ହସ୍ପିଟାଲ୍ ସବୁ ଚିକିତ୍ସା କଲା। ପ୍ରତୀକର ପ୍ଲାଷ୍ଟିକ୍ ସର୍ଜରୀ ହେଲା। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛି। ମୁଖ୍ୟମନ୍ତ୍ରୀଙ୍କ ବିଏସକେୱାଇ କାର୍ଡ଼ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗଙ୍କର ସହଯୋଗ ପାଇଁ ଅମେ ସମସ୍ତେ  ବଞ୍ଚିଗଲୁ। ଦୁଇ ଜଣ ପିଲା ପୁଣି ପାଠ ପଢ଼ିବେ। ମୁଁ ଧିରେ ଧିରେ କର୍ମକ୍ଷମ େହେଉଛି। କାର୍ଡ଼ ନଥିଲେ ଗାଉଁଲି ଚିକିତ୍ସା କରି କଣ ଆମ ଅବସ୍ଥା ହୋଇଥାଆନ୍ତା ଠାକୁର ଜାଣନ୍ତି।’’

ଏତେ ବଡ଼ ଉପକାର ପାଇଁ ଆମେ ତିନିଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ସମ୍ ହସ୍ପିଟାଲ୍ କର୍ତ୍ତୁପକ୍ଷ, ଡ଼ାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି ପ୍ରଧାନ।

ପ୍ରକାଶ ଥାଉକି ସାରା ରାଜ୍ୟର ୯୬ ଲକ୍ଷ ପରିବାର ଏହି ସହାୟତା ପାଉଛନ୍ତି।
Published by:Lipina Das
First published: