ଭୁବନେଶ୍ୱର ରେଳ ଷ୍ଟେସନରୁ ବିଏସଏଫ ଯବାନଙ୍କ ଝିଅ ନିଖୋଜ (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ବର: ରାଜଧାନୀର ରେଳ ଷ୍ଟେସନରୁ ଏରୋସ୍ପେସ୍ ଇଞ୍ଜିନିୟର ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ୨୦ ବର୍ଷୀୟ ସୁଇଟି ରଏ। ତାଙ୍କ ମୋବାଇଲ ବନ୍ଦ ଥିବା ବେଳେ ପରିବାର ଲୋକେ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।
ସୁଇଟିଙ୍କ ବାପା ବିଜୟ କୁମାର ରାଏ। ସେ ଜଣେ ବିଏସଏଫ ଯବାନ । ସୁଇଟି ରଏ ଭୁବନେଶ୍ବର ଖଣ୍ଡଗିରିରେ ଥିବା ଉତ୍କଳ ଏରୋସ୍ପେସ୍ ଇଞ୍ଜିନିୟରିଂ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀ । ବୁଧବାର ସେ କୋଲକାତାରୁ ଜନଶତାଦ୍ଦୀ ଏକ୍ସପ୍ରେସରେ ଭୁବନେଶ୍ବର ଆସିଥିଲେ। ଝିଅ ଫୋନ ଅଫ ହେବା ଦେଖି ସୁଇଟିଙ୍କ ବାପା ତାଙ୍କର ଜଣେ ସାଙ୍ଗକୁ ଫୋନ କରିଥିଲେ ।
ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ରେଳବାଇ ଥାନା ପୋଲିସ । ପ୍ରଥମେ ସୁଇଟି ଭୁବନେଶ୍ବର ରେଳ ଷ୍ଟେସନରେ ଓହ୍ଲାଇଛନ୍ତି କି ନାହିଁ ସେ ନେଇ ଷ୍ଟେସନର ସିସିଟିଭି ଯାଞ୍ଚ କରୁଛି ପୋଲିସ । ଏହା ସହ ସୁଇଟିଙ୍କ ମୋବାଇଲ ଲୋକେସନକୁ ଷ୍ଟ୍ରେସ କରାଯାଉଛି । ସେପଟେ ସୁଇଟି ଗତ ମେ ୨୫ ତାରିଖରୁ ଛୁଟି ଦରଖାସ୍ତ ଦେଇ ଘରକୁ ଯାଇଥିବା କହିଛନ୍ତି ଉତ୍କଳ ଏରୋ ସ୍ପେସ କଲେଜ କର୍ତ୍ତୃପକ୍ଷ । ୩୦ ତାରିଖରେ କଲେଜ ଫେରିବା ପାଇଁ ଦରଖାସ୍ତ ଦେଇଥିଲେ। ନ ଆସିବାରୁ କଲେଜ ପକ୍ଷରୁ ଇଣ୍ଟିମେସନ ଦିଆଯାଇଛି। ଘରେ ଅସୁବିଧା ଥିବା ଦର୍ଶାଇ ସୁଇଟି ଆସିନାହାଁନ୍ତି ବୋଲି କଲେଜର ଟ୍ରେନିଂ ମ୍ୟାନେଜର କହିଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।