News18 Odia Digital
ଆଜି ଚଳିତ ବର୍ଷର ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ। ଏହାର କିଛି ଦିନ ପୂର୍ବରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ।
କିପରି ଜାଣିବେ ଫଳାଫଳଅଫିସିଆଲ୍ ୱେବସାଇଟ୍ - bseodisha.ac.in କିମ୍ବା bseodisha.nic.in କୁ ଯାଆନ୍ତୁ।
BSE ଦଶମ ଫଳାଫଳ ଲିଙ୍କରେ ଖୋଜ ଓ କ୍ଲିକ୍ କରନ୍ତୁ।
ଆବଶ୍ୟକ ଲଗଇନ୍ ପରିଚୟପତ୍ର ଭର୍ତ୍ତି କରନ୍ତୁ।
BSE କ୍ଲାସ୍ ୧୦ ଓଡିଶା ଫଳାଫଳ 2022 ଦାଖଲ ଓ ଯାଞ୍ଚ କରନ୍ତୁ।
ପରବର୍ତ୍ତୀ ରେଫରେନ୍ସ ପାଇଁ ଫଳାଫଳର ଏକ ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରନ୍ତୁ।
ଅନ୍ୟପଟେ ଖାତାଦେଖା ଓ ଟାବୁଲେସନ୍ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ହେବ । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସୂଚନା ମୁତାବିକ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ , ୬୫ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।