ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; କିପରି ଚେକ କରିବେ ଜାଣନ୍ତୁ

ଜୁଲାଇ ୬ରେ ଚଳିତ ବର୍ଷର ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ। ଏନେଇ ସୋମବାର ବିଧିବଦ୍ଧ ଭାବେ ମାଧ୍ୟମିକ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇପାରେ।

ମାଟ୍ରିକ ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

ମାଟ୍ରିକ ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଜୁଲାଇ ୬ରେ ଚଳିତ ବର୍ଷର ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ବିଧିବଦ୍ଧ ଭାବେ ମାଧ୍ୟମିକ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇପାରେ। ଏହାର କିଛି ଦିନ ପୂର୍ବରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ।

କିପରି ଜାଣିବେ ଫଳାଫଳ

ଅଫିସିଆଲ୍ ୱେବସାଇଟ୍ - bseodisha.ac.in କିମ୍ବା bseodisha.nic.in କୁ ଯାଆନ୍ତୁ।

BSE ଦଶମ ଫଳାଫଳ ଲିଙ୍କରେ ଖୋଜ ଓ କ୍ଲିକ୍ କରନ୍ତୁ।

ଆବଶ୍ୟକ ଲଗଇନ୍ ପରିଚୟପତ୍ର ଭର୍ତ୍ତି କରନ୍ତୁ।

BSE କ୍ଲାସ୍ ୧୦ ଓଡିଶା ଫଳାଫଳ 2022 ଦାଖଲ ଓ ଯାଞ୍ଚ କରନ୍ତୁ।

ପରବର୍ତ୍ତୀ ରେଫରେନ୍ସ ପାଇଁ ଫଳାଫଳର ଏକ ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରନ୍ତୁ।

ଅନ୍ୟପଟେ ଖାତାଦେଖା ଓ ଟାବୁଲେସନ୍ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସୂଚନା ମୁତାବିକ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ , ୬୫ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।
Published by:Soumya Das
First published: