News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଯୁବକକୁ ବୀଭତ୍ସ ହତ୍ୟା । ବାଇକରେ ଆସୁଥିବା ବେଳେ ମୁଣ୍ଡକୁ ହାଣିଦେଲେ ଦୃବୁର୍ତ୍ତ । ମୃତ ଯୁବକ ହେଲେ କାଳିଆ ନାୟକ। ଏଭଳି ଘଟଣା ଘଟିଛି ୟୁନିଟ-୧ ଅଞ୍ଚଳରେ। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ୟାକାଣ୍ଡ ପଛରେ ପୁର୍ବ ଶତ୍ରୁତା ଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ।
ରକ୍ତ ରଞ୍ଜିତ ରାଜଧାନୀ । ଚଳନ୍ତା ବାଇକରେ ମର୍ଡର । ଝିଆରୀଙ୍କୁ ଅସଦାଚରଣ, ଦାଦାକୁ ହତ୍ୟା । ରାଜଧାନୀ ସକାଳ ଦେଖିଲା ବୀଭତ୍ସ ହତ୍ୟାକାଣ୍ଡ । ବେଶ କିଛିଦିନର ନିରବତା ପରେ ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ। ୟୁନିଟ-୧ ଅଞ୍ଚଳରେ ଥିବା ଜିଇଡ଼ି ବସ୍ତିରେ ଯୁବକଙ୍କୁ ବିଭତ୍ସ ହତ୍ୟା କଲେ ଦୃବୁର୍ତ୍ତ । ମୃତ ଯୁବକ ହେଲେ କଳିଆ ନାୟକ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଭୋରରୁ କାଳିଆ ବାଇକରେ ଘରକୁ ଫେରୁଥିବା ବେଳେ ଘର ଆଗରେ ତାଙ୍କୁ ହତ୍ୟା କରାଯାଇଛି । ବସ୍ତିର ୪ଜଣ ଯୁବକ କାଳିଆଙ୍କୁ ଅତି ବିଭତ୍ସ ଭାବେ ଖଣ୍ଡାରେ ହାଣିଛନ୍ତି । ଆକ୍ରମଣ ଏତେ ଭୟାନକ ଥିଲା ଘଟଣା ସ୍ଥଳରେ ହିଁ କାଳିଆର ଜୀବନ ଚାଲିଯାଇଥିଲା।
ସେପଟେ ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର। କିଛିଦିନ ତଳେ ଅଭିଯୁକ୍ତମାନେ କାଳିଆଙ୍କ ଝିଆରୀଙ୍କୁ ଅସଦାଚରଣ କରିଥିଲେ । ଯାହାକୁ ବିରୋଧ କରି କାଳିଆ କ୍ୟାପିଟାଲ ଥାନା ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଯେଉଁ କାରଣ ପାଇଁ ଅଭିଯୁକ୍ତମାନେ ପୂର୍ଵ ରାଗ ରଖି ଆଜି କାଳିଆଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର।
ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା କ୍ୟାପିଟାଲ ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ଛାନଭିନ କରିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ହତ୍ୟାକାଣ୍ଡ ପଛରେ ପୂର୍ଵ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ଦୁଇଟି ଟିମ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।
ମୃତ କାଳିଆଙ୍କ ନାବାଳିକା ଝିଆରୀଙ୍କୁ ଅସଦାଚରଣ ନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ କୁ ଗିରଫ କରି ନଥିଲା ପୋଲିସ ? ଜାଣିଶୁଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇଥିଲା କି କ୍ୟାପିଟାଲ ଥାନା ପୋଲିସ ? ଏବେ ଅପେକ୍ଷା କେବେ ଅଭିଯୁକ୍ତକୁ ଗିରଫ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।