୬ଶହ ଟଙ୍କା ପାଇଁ କ୍ୱାକ ଚିକିତ୍ସକଙ୍କୁ ନିର୍ମମ ହତ୍ୟା; ୬ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ଥାନା ପୋଲିସ

ମାତ୍ର ୬ଶହ ଟଙ୍କା ପାଇଁ କ୍ୱାକ ଚିକିତ୍ସକଙ୍କୁ ନିର୍ମମ ହତ୍ୟା । ଏଭଳି ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଖଲ୍ଲିକୋଟ ଥାନା ପୋଲିସ ।

୬ଶହ ଟଙ୍କା ପାଇଁ କ୍ୱାକ ଚିକିତ୍ସକଙ୍କୁ ନିର୍ମମ ହତ୍ୟା; ୬ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ଥାନା ପୋଲିସ

୬ଶହ ଟଙ୍କା ପାଇଁ କ୍ୱାକ ଚିକିତ୍ସକଙ୍କୁ ନିର୍ମମ ହତ୍ୟା; ୬ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ଥାନା ପୋଲିସ

  • News18 Odia
  • Last Updated :
  • Berhampore (Baharampur), India
  • Share this:
News 18 Odia Digital

ବ୍ରହ୍ମପୁର; ମାତ୍ର ୬ଶହ ଟଙ୍କା ପାଇଁ କ୍ୱାକ ଚିକିତ୍ସକଙ୍କୁ ନିର୍ମମ ହତ୍ୟା । ଏଭଳି ଏକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଖଲ୍ଲିକୋଟ ଥାନା ପୋଲିସ । ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ି. ନୂଆପଲ୍ଲୀ ନିକଟରେ ଗାଁରେ ଜଣେ କ୍ୱାକ ଚିକିତ୍ସକଙ୍କୁ କିଛି ଦୁବୃର୍ତ୍ତ ହତ୍ୟା କରିଥିଲେ । ମୃତ କ୍ୱାକ ଚିକିତ୍ସକ ଜଣକ ହେଉଛନ୍ତି କୋଦଳା ଥାନା ଅନ୍ତର୍ଗତ ଶାଙ୍କୁଡ଼ା ଗାଁର ଜୟ ମହାନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସମ୍ପର୍କୀୟ ଥାନାରେ ଜଣାଇବା ପରେ ଏନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ଯାହା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ପ୍ରତିଦିନ ଭଳି ଗତ ଶନିବାର ଦିନ ମଧ୍ୟ କ୍ୱାକ ଚିକିତ୍ସକ ଜୟ ମହାନ୍ତି ବିଭିନ୍ନ ଗାଁ ଗାଁ ବୁଲି ଚିକିତ୍ସା ସେବା ଜାରୀ ରଖିଥିଲେ । ଖଲ୍ଳିକୋଟ ଥାନା ଅନ୍ତର୍ଗତ ଗୁଣ୍ଡରିପଲ୍ଲୀର ଅନୀଲ ଶବର କାଠ ହାଣିବା ସମୟରେ ଗୋଡ଼ର ଆଙ୍ଗୁଠିରେ କାଠ ବାଜି ଖଣ୍ଡିଆ ହୋଇଥିଲା । ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ନିଜ ଘର ସାମ୍ନାରେ କ୍ୱାକ ଚିକିତ୍ସକଙ୍କୁ ଅନୀଲ ଦେଖି ଚିକିତ୍ସା କରିବା ନିମନ୍ତେ କହିଥିଲେ । ଜୟ ଗୋଡ଼କୁ ଦେଖି ଗୋଡ଼ ପାଇଁ ୬୦୦ ଟଙ୍କାର ମେଡ଼ିସିନ ଲାଗିବ ବୋଲି କହିଥିଲେ । ଏହା ଶୁଣି ଅନୀଲ ଏତେ ଟଙ୍କା ନାହିଁ ଏବଂ ପରେ ଦେବି ବୋଲି କହିଥିଲେ । କିନ୍ତୁ ଜୟ କିଛି ନ ଶୁଣି ସେଠାରୁ ଚାଲିଯାଇଥିଲେ । ଯାହାକୁ ନେଇ ରାଗିଯାଇଥିଲେ ଅନୀଲ ।

‘‘ମେଡ଼ିସିନ୍‌ ନ ଦେବାରୁ ଚିକିତ୍ସକଙ୍କୁ ପାନେ ଦେବାକୁ ମନେ ଭାବି ଡ଼ି.ନୂଆପଲ୍ଲୀ ଗାଁ ରାସ୍ତାରେ କ୍ୱାକ ଚିକିତ୍ସକ ଜୟଙ୍କୁ ଆକ୍ରମଣ କରିବା ପାଇଁ ଅନୀଲ ଲୁଚି ରହିଥିଲେ । ଏହି ସମୟରେ ଜୟ ଆସିବାରୁ ତାଙ୍କ ସାଇକେଲକୁ ଅଟକାଇଥିଲେ ଅନୀଲ । ଏହାପରେ ଅନୀଲ ଜୟଙ୍କ ବାମ ଗୋଡ଼କୁ କାତିରେ ଆକ୍ରମଣ କରିଥିଲେ । ଉକ୍ତ ସମୟରେ ଜୟ ଧାଇଁବାକୁ ଉଦ୍ୟମ କରିଥିଲେ କିନ୍ତୁ ବାଡ଼ିରେ ଜୟଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ ଅନୀଲ । ଯାହାଫଳରେ ଜୟ ତଳେ ପଡ଼ିଯାଇଥିଲେ ଏବଂ ପରେ ଜୟ ତାଙ୍କ ବେକ ଉପରେ ଛିଡ଼ାହୋଇ ମୋଚକି ଦେଇଥିଲେ । ଜୟଙ୍କ ମୃତ୍ୟୁ ହୋଇଯିବାରୁ ରାସ୍ତା ପାଖରେ ଥିବା ଏକ ଲତା ଭିତରକୁ ଘୋଷାଡ଼ି ନେଇଯାଇଥିଲେ ଅନୀଲ । ଏହାପରେ ଅନୀଲ ନିଜର କିଛି ସହଯୋଗୀଙ୍କୁ ଡ଼ାକି ଗାତ କରି ସେଥିରେ ଜୟଙ୍କୁ ପକାଇ ପୋତିବାକୁ ଉଦ୍ୟମ କରିଥିଲେ । ପରେ ସ୍ଥାନୀୟ ବାସିନ୍ଦା ଆସିବା ଭୟରେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାକୁ ନେଇ ତଦନ୍ତ କରିବା ପରେ ପୋଲିସ ଅନୀଲଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ । ଏହି ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା କାତି, ବାଡ଼ି ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।

‘ଗୋଡ଼ରେ ହୋଇଥିବା ଆଘାତର ଚିକିତ୍ସା ପାଇଁ ଜୟଙ୍କୁ କହିଥିଲି । ୬୦୦ ଟଙ୍କା ଦାମ ଲାଗିବା ନେଇ ସେ କହିବା ପରେ ଏତେ ଟଙ୍କା ନାହିଁ ପରେ ଦେବା ପାଇଁ ଅନୁରୋଧ କରିଥିଲି । ତଥାପି ମଧ୍ୟ ଅନୁରୋଧକୁ ରକ୍ଷା ନ କରି ଜୟ ମେଡ଼ିସିନ ଦେଇନଥିଲେ । ତେଣୁ ମଦ ନିଶାରେ ରହିଥିଲି ତାଙ୍କୁ ହତ୍ୟା କରିଦେଲି ବୋଲି କହିଛି ‘ ଅଭିଯୁକ୍ତ ଅନୀଲ ଶବର ।
Published by:Soubhagya Mishra
First published: