News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ଏଣ୍ଟ୍ରି କରିଛି ଭାରତ ରାଷ୍ଟ୍ର ସମିତି (ବିଆରସ)। କିଏ ଧରିବ ରାଜ୍ୟ ସଙ୍ଗଠନର ମଙ୍ଗ। ଆଗକୁ ଦଳରେ ସାମିଲ ହୋଇପାରନ୍ତି ଅନେକ ହେଭିୱେଟ। ବିଆରଏସ ଫୋକସରେ ତେଲଗୁ ଓ ଚାଷୀ ଭୋଟ। ୨୦୨୪ ରେ ୧୪୭ ନିର୍ବାଚନ ମଣ୍ଡଳୀରେ ଲଢ଼ିବ ବିଆରସ।
ନିର୍ବାଚନ ପୂର୍ବରୁ ଭାରତ ରାଷ୍ଟ୍ର ସମିତିର ବିଗ ଏଣ୍ଟ୍ରି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ସାଂସଦ, ଜୟରାମ ପାଙ୍ଗି, ଶିଶିର ଗମାଙ୍ଗଙ୍କ ସହ ଚାଷୀ ନେତା, ସୂଚନାଧିକାର କର୍ମଙ୍କ ସହ ଶତାଧିକ ନେତାଙ୍କୁ ଦଳରେ ନେଇଛି ବିଆରଏସ।
ଦୁଇ ଦିନ ପୂର୍ବେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦରେ ପହଞ୍ଚିବା ପରେ ଗ୍ରାଣ୍ଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନେତା। ତେବେ ପ୍ରଶ୍ନ ଉଠୁଛି କିଏ ଧରିବ ରାଜ୍ୟ ସଙ୍ଗଠନର ମଙ୍ଗ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ନା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ।
ଏ ନେଇ ଦଳୀୟ ଅନ୍ଦର ମହଲରେ ଚାଲିଛି ଆଲୋଚନା। ୨୦୨୪ ରେ ୧୪୭ ବିଧାନସଭା ଓ ୨୧ ଲୋକସଭାରେ ଲଢ଼ିବାକୁ ମନସ୍ଥ କରିଛି ଦଳ। ଏହା ପୂର୍ବରୁ ଟେକ୍ନିକାଲ ସର୍ଭେ ଜାରି ରଖିଛି ଏହି ନୂଆ ଜାତୀୟ ଦଳ। କେଉଁଠି କେଉଁ ଦଳର ସ୍ଥିତି କଣ, ବିରୋଧୀଙ୍କ ଶକ୍ତି କେତେ, ମୁଖ୍ୟ ଭୋଟ ବ୍ୟାଙ୍କ କଣ ଏଭଳି ବିଭିନ୍ନ ସ୍ଥିତିକୁ ଦଳ ପରଖୁଛି।
ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୨୫ ନିର୍ବାଚନ ମଣ୍ଡଳୀ, ତେଲଗୁ ଭାଷା ଭାଷୀ ଓ ଚାଷୀ ଭୋଟ ବ୍ୟାଙ୍କ ଉପରେ ରହିଛି ନଜର। ତେଲେଙ୍ଗାନା ମଡେଲ ଓଡ଼ିଶାରେ ଲାଗୁ କରିବାକୁ ବିଆରଏସ ଯୋଜନା କରୁଛି।
ତେଲେଙ୍ଗାନାରେ ଲଗାତାର ସକ୍ସେସ ହୋଇଥିବା ଏହି ନୂଆ ଜାତୀୟ ଦଳ ଓଡ଼ିଶାରେ ହଲଚଲ କରିବାକୁ ବ୍ଲୁ ପ୍ରିଣ୍ଟ କରୁଛି। ପ୍ରାରମ୍ଭିକ ଭାବେ ଦଳ ବଡ଼ ଏଣ୍ଟ୍ରି କରିଥିବା ବେଳେ ଆଗକୁ ବି ଅନେକ ହେଭିୱେଟ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।
ଵିଆରଏସ କ୍ୟାମ୍ପରେ ଏ ନେଇ ଚାଲିଛି ମାନସ ମନ୍ଥନ। ବିଭିନ୍ନ ଦଳର କୋଣଠେସା ନେତାଙ୍କୁ ଉପରେ ଦଳ ନଜର ରଖିଛି। ଏପରିକି ତାଲିକାରେ ବିଜେଡି ନେତା ତଥା ପୂର୍ବତନ ଦେବାଶିଷ ନାୟକଙ୍କ ନା ଥିବା ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି।
ବିଜେଡି କହିଛି ବିଜେପି ନେତା ମାନେ BRS ଯାଉଥିବାରୁ ଭୋଟ ବ୍ୟାଙ୍କରେ କିଛି ପ୍ରଭାବ ପଡ଼ିବନି। ଦକ୍ଷିଣ ଓଡ଼ିଶାର କେବଳ ଦୁଇ କି ତିନିଟି ଜିଲ୍ଲା ବ୍ୟତୀତ ଦଳ ପ୍ରଭାବ ଶୂନ୍ୟ ରହିବ। ବିଜେଡି ନେତା ଅନ୍ୟ ଦଳକୁ ଗଲେ ଭବିଷ୍ୟତ ଅନ୍ଧାର ବୋଲି କହିଛନ୍ତି ଦଳୀୟ ସାଂସଦ। କଂଗ୍ରେସ ଓ ବିଜେପି ବି କହିଛନ୍ତି ବିଆରଏସର କିଛି ପ୍ରଭାବ ପଡ଼ିବ ନାହିଁ।
ରାଜ୍ୟରେ ନିର୍ବାଚନ ବାତାବରଣ ଉଷ୍ମ ହେଲାଣି। ତିନି ପ୍ରମୁଖ ଦଳ ମଇଦାନରେ ଆକ୍ଟିଭ ହେଉଥିବା ବେଳେ ଦଳ ବଦଳ ବି ଆରମ୍ଭ ହୋଇଛି। ଚଳିତ ଥର ଆମ ଆଦମୀ ପାର୍ଟି ଓ ଭାରତ ରାଷ୍ଟ୍ରୀୟ ସମିତି ଉଭା ହୋଇଥିବା ବେଳେ ବିଭିନ୍ନ ଦଳରୁ ନେତାଙ୍କୁ ନେଇ ରାଜ୍ୟ ରାଜନୀତି ହଲ ଚଲ୍ କରିବାକୁ ଯୋଜନା କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।