ଖସିଗଲା ସ୍ୱାମୀ, ଫସିଲା ସ୍ତ୍ରୀ: ଭୁବନେଶ୍ୱରରେ ₹୫୫ ଲକ୍ଷର ବ୍ରାଉନ୍ ସୁଗର୍, ନଗଦ ₹୩୫ ଲକ୍ଷ ଜବତ ହେଲା

ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ୨୮ ବର୍ଷୀୟା ପିଙ୍କି ଦାସ ଓ ଜଳେଶ୍ବରର ବିଶ୍ୱରଞ୍ଜନ ବେହେରା ଓରଫ ମଣ୍ଟୁକୁ ଗିରଫ କରାଯାଇଛି । ଏହି ରାକେଟର ମାଷ୍ଟରମାଇଣ୍ଡ ଥିବା ପିଙ୍କିଙ୍କ ସ୍ୱାମୀ ପପୁ ପୋଲିସକୁ ଚକମା ଦେଇ ଖସି ଯାଇଛି ।

ଖସିଗଲା ସ୍ୱାମୀ, ଫସିଲା ସ୍ତ୍ରୀ: ଭୁବନେଶ୍ୱରରେ ₹୫୫ ଲକ୍ଷର ବ୍ରାଉନ୍ ସୁଗର୍, ନଗଦ ₹୩୫ ଲକ୍ଷ ଜବତ ହେଲା
ପିଙ୍କି ଦାସ, (ଡାହାଣ) ଜବତ ବ୍ରାଉନ ସୁଗାର ଓ ଟଙ୍କା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ୫୫ ଲକ୍ଷ ଟଙ୍କାର ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗର୍‌ ସହ ନଗଦ ୩୫ ଲକ୍ଷ ଟଙ୍କା ଜବତ କରିଛି କମିସନରେଟ ପୋଲିସ । କେଶୁରା ଅଞ୍ଚଳରେ ଥିବା ଏକ ଘରେ ଚଢ଼ାଉ କରି ବ୍ରାଉନ୍‌ ସୁଗର ଓ ଟଙ୍କା ଜବତ କରିବା  ସହ ଏହି ନିଶା ଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ଜଣେ ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ଦୁଇ ଜଣ ହେଲେ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ପିଙ୍କି ଦାସ (୨୮) ଓ ଜଳେଶ୍ବରର ବିଶ୍ୱରଞ୍ଜନ ବେହେରା ଓରଫ ମଣ୍ଟୁ । ଏହି ରାକେଟର ମାଷ୍ଟରମାଇଣ୍ଡ ଥିବା ପିଙ୍କିଙ୍କ ସ୍ୱାମୀ ପପୁ ପୋଲିସକୁ ଚକମା ଦେଇ ଖସି ଯାଇଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଜୋତା ଧୁଅନ୍ତି

‘‘ବିଶେଷ ସୂତ୍ରରୁ ଖବର ପାଇ ସହିଦ ନଗର ଥାନା ପୋଲିସ ଓ କ୍ୱିକ୍‌ ଆକ୍ସନ ଟିମ୍‌ କେସୁରା ଅଞ୍ଚଳରେ ଥିବା ସୈନିକ ନଗରରେ ଏକ ତିନି ମହଲା ଘର ଉପରେ ଚଢ଼ାଉ କରିଥିଲା । ପୋଲିସ ଆସିଥିବା ଖବର ପାଇ ବ୍ରାଉନ୍‌ ସୁଗର୍‌ ମାଫିଆ ବାଥରୁମରେ ବିପୁଳ ପରିମାଣର ବ୍ରାଉନ୍‌ ସୁଗରକୁ ନିଆଁ ଲଗାଇ ପୋଡି଼ ଦେଇଥିଲେ । କବାଟ ଭାଙ୍ଗି ପୋଲିସ ଚଢ଼ାଉ କରିବା ପରେ ୫୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗର୍‌ ଜବତ କରିଛି । ଘରୁ ଏକ ଖଟ ତଳୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଥିଲା । ବ୍ୟାଗ ଭିତରୁ ମିଳିଥିଲା ୩୫ ଲକ୍ଷ ଟଙ୍କା । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେ ନେଇ ଏବେ ତଦନ୍ତ ଚାଲିଛି,’’ କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହି ଘରେ ରହୁଥିଲେ ଅଭିଯୁକ୍ତମାନେ ।


ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ଜଳେଶ୍ବରରୁ ବ୍ରାଉନ୍‌ ସୁଗର୍‌ ଆଣି କେଶୁରାରେ ଷ୍ଟକ୍‌ ରଖୁଥିଲେ ଏମାନେ । ଡିଲରମାନେ ଫୋନ୍‌ କରିବା ପରେ ସେମାନଙ୍କଠାରୁ ଆଗ ଟଙ୍କା ନେବା ପରେ ସେମାନଙ୍କୁ ଦିଆଯାଉଥିଲା ବ୍ରାଉନ୍‌ ସୁଗର୍‌ । ଗିରଫ ମଣ୍ଟୁ ଜଳେଶ୍ବରରୁ ବ୍ରାଉନ୍‌ ସୁଗର୍‌ ଆଣୁଥିଲା । ପିଙ୍କି ଭଡ଼ା ଘରେ ସେସବୁକୁ ପୁଡ଼ିଆ କରୁଥିବା ବେଳେ ତାଙ୍କ ସ୍ୱାମୀ ପପୁ ବାହାରେ ସପ୍ଲାଇ କରୁଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା

‘‘ଅଭିଯୁକ୍ତମାନେ କେବେଠାରୁ ବ୍ରାଉନ୍‌ ସୁଗର୍‌ ବେପାରରେ ଲିପ୍ତ ଅଛନ୍ତି ତା’ର ତଦନ୍ତ କରାଯିବ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ଜଳେଶ୍ବରରୁ ଭୁବନେଶ୍ୱର ଆସୁଥିଲା ବ୍ରାଉନ୍‌ ସୁଗର୍‌ । ଅଧିକ ତଦନ୍ତ ପାଇଁ ଉଭୟଙ୍କ ମଧରୁ ଜଣକୁ ରିମାଣ୍ଡରେ ଅଣାଯିବ,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।



ମାଷ୍ଟରମାଇଣ୍ଡ ପପୁକୁ ଗିରଫ କରିବା ପାଇଁ ପୋଲିସ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଘର ମାଲିକଙ୍କୁ ନେଇ ମଧ୍ୟ ସନ୍ଦେହ ଚକ୍ଷୁରେ ଦେଖାଯାଉଛି । ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ବ୍ରାଉନ୍‌ ସୁଗର୍‌ ବ୍ୟବସାୟ କରୁଥିବା ସତ୍ତ୍ୱେ ମାଲିକଙ୍କ ପାଖରେ କେମିତି ଏହାର ଖବର ନ ଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।
Published by: Anand ST Das
First published: July 14, 2021, 7:41 PM IST