News18 Odia Digital
କଟକ: କେନ୍ଦ୍ରଞ୍ଚଳ ଅବକାରୀ ବିଭାଗ କଟକରୁ ୨୭୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ବଜାର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କଟକରେ ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ଚଳିତବର୍ଷର ପ୍ରଥମ ଘଟଣା ।
ଖୋର୍ଦ୍ଧା ଜେଲରେ ବ୍ରାଉନ ସୁଗାରର ଖୁଲମଖୁଲା ବ୍ୟବହାର କରିବା ଭିଜୁଆଲ ଭାଇରାଲ ଘଟଣାକୁ ଦୁଇ ଦିନ ପୂରି ନ ଥିବା ବେଳେ କଟକରୁ ୨୭୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । କଟକ-କେନ୍ଦ୍ରପଡ଼ା ରୋଡ଼ର ପୀରବଜାର ଠାରେ ଏହି ବ୍ରାଉନ ସୁଗାର ଜବତ କରିବା ସହ ଏହାକୁ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗରିଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।
ଗିରଫ ହୋଇଥିବା ଯୁବକର ନାଁ କର୍ଣ୍ଣ ଦାସ ଓ ତା'ଘର ସ୍ଥାନୀୟ ପଦ୍ମପୁର ଅଞ୍ଚଳରେ । ଅଭିଯୁକ୍ତ କର୍ଣ୍ଣ ଏହି ନିଶା କାରବାରରେ ସକ୍ରିୟ ଥିବା ଜାଣି ଦୀର୍ଘ ଦିନ ହେଲା ତା’ ଉପରେ ନଜର ରଖିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଜଳେଶ୍ବରରୁ ଏକ ବାଇକ ଯୋଗେ ସେ ନିଜ ଘରକୁ ଆସୁଥିବା ସମୟରେ ଆଜି ଭୋର୍ ତାକୁ କାବୁ କରିବାରେ ସଫଳ ହୋଇଥିଲା ବିଭାଗ ।

ପଚରାଉଚରା ଶେଷ ହେବା ପରେ ଅଭିଯୁକ୍ତ କର୍ଣ୍ଣ ଦାସକୁ କୋର୍ଟ ଚାଲାଣ କରାଯାଇଛି ।
‘‘କର୍ଣ୍ଣ ବାବଦରେ ଆମ ପାଖ ଆଗରୁ ସୂଚନା ଥିଲା । ସେହି ସୂଚନାକୁ ଆଧାର କରି ଆଜି ଭୋର ୪ଟା ସମୟରେ ଆମେ ପୀରବଜାର ନିକଟରୁ ତାକୁ ଗିରଫ କରିଛୁ । ସେ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣୁଥିଲା । ତାକୁ କଟକ ଓ ଭୁବନେଶ୍ବରରେ ବିକ୍ରି କରିଥାନ୍ତା । ତା’ ପୂର୍ବରୁ ଆମେ ତାକୁ ଗରିଫ କରିଛୁ । ପଚରାଉଚରା ଶେଷ ହେବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି,’’ କହିଛନ୍ତି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ନିରିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ।
ଏହି ବ୍ରାଉନ ସୁଗାରକୁ ନିଜେ ବ୍ୟବହାର କରିବା ପାଇଁ ଆଣିଥିବା ସଫେଇ ଦେଇଛି ଅଭିଯୁକ୍ତ କର୍ଣ୍ଣ । ‘‘ଜଳେଶ୍ବରକୁ ଆଣି ମୋତେ ଜଗତପୁରରେ ଡ଼େଲିଭରି ଦିଆଗଲା । ଚାରି ବର୍ଷ ହେଲା ମୁଁ ବ୍ରାଉନ ସୁଗାର ଖାଉଛି । ଏଗୁଡ଼ାକୁ ମୁଁ ନିଜେ ଖାଇବା ପାଇଁ ଆଣିଥିଲି,’’ କହିଛି ଅଭିଯୁକ୍ତ କର୍ଣ୍ଣ ଦାସ ।
ଏହି ଲକଡ଼ାଉନ ସମୟରେ ଏହାକୁ ମିଶାଇ ବ୍ରାଉନ ସୁଗାର ଚୋରା କାରବାରର ମୋଟ ୩ଟି ମାମଲା ସାମନାକୁ ଆସିଛି । ପ୍ରଥମ ଘଟଣାରେ ଖୋର୍ଦ୍ଧାରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ବନ୍ଧୁକ ଜବତ ହୋଇଥିବା ବେଳେ ଦ୍ଵିତୀୟ ଘଟଣାରେ ଭଦ୍ରକରୁ ୮୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇ ସାରିଛି । ବଡ଼ କଥା ହେଉଛି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନିଶା ବେପାରୀମାନଙ୍କ ସହଜ ଟାର୍ଗେଟରେ ରହୁଛନ୍ତି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଶିକ୍ଷାର୍ଥୀମାନେ ନିଶାର ଏହି ମାୟାଜାଲରେ ଛନ୍ଦି ହେବାରେ ଲାଗିଛନ୍ତି ।
ଏ ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ନୀରିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି, ‘‘କଲେଜରେ ପାଠ ପଢୁଥିବା ପିଲା ହିଁ କେମିତି କମ ପଇସାରେ ଅଧିକ ନିଶା ହେବ ସେଥି ପାଇଁ ବ୍ରାଉନ ସୁଗାର୍ ବ୍ୟବହାର କରୁଛନ୍ତି । କଟକର ବୋସ୍ ଇଞ୍ଜିନିୟରିଂ କଲେଜ, ରେଭେନସା ବିଶ୍ବବିଦ୍ୟାଳୟ ଓ ଲ’ ୟୁନିର୍ଭସିଟି ପାଖରୁ ଆମେ ଅନେକ ଥର ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଲୋକଙ୍କୁ ଧରିଛୁ । ତା’ ଛଡା ଭୁବନେଶ୍ବର ଓ ଖୋର୍ଦ୍ଧାର ବହୁତ ଇଂଞ୍ଜିନିୟରିଂ କଲେଜ ଆଖପାଖରୁ ଆମେ ସେମାନଙ୍କୁ ଧରିଛୁ ।’’
ବ୍ରାଉନ ସୁଗାର କାରବାରକୁ ରୋକିବା ଲାଗି ଅବକାରୀ ବିଭାଗ ଉଦ୍ୟମ କରୁଛି ସତ, କିନ୍ତୁ ପ୍ରତିଥର କର୍ଣ୍ଣ ଦାସ ଭଳି ମଝି ଲୋକ ବା ‘‘ମିଡ଼ିଲ ମ୍ୟାନ’’ ଧରା ପଡୁଛନ୍ତି । ଓଡ଼ିଶାରେ ଏହି ନିଶା କାରବାରର "କିଙ୍ଗପିନ୍"ମାନେ ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗ କବଜାରେ ପଡ଼ିପାରି ନାହଁନ୍ତି । ଏହା ସହିତ ଅଧିକାଂଶ ଅବକାରୀ ମାମଲାରେ ସାକ୍ଷ ପ୍ରମାଣ ନ ମଳିବାରୁ ଅଭିଯୁକ୍ତମାନେ ସହଜରେ ଖସିଯିବାରେ ସମର୍ଥ ହେଉଛନ୍ତି । ଫଳରେ ଏହି ନିଶା କାରବାର ମାମଲାଗୁଡ଼ିକରେ ଦଣ୍ଡ ବିଧାନର ହାର କମ ରହୁଛି ଏବଂ ନିଶା ବେପାରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଉଛି ।
ଏହା ବି ପଢ଼ନ୍ତୁ: ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।