ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ; ଦୁଇ ମାଫିଆ ଗିରଫ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ପୁଣି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ଵର ରେଳ ଷ୍ଟେସନ ନିକଟରୁ ୧ କିଲୋ ୬୦ ଗ୍ରାମ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ବ୍ରାଉନସୁଗାର ଡିଲ କରୁଥିବା ଦୁଇ ମାଫିଆ ଗିରଫ ।
ଦୁଇ ମାଫିଆ ହେଲେ ଏସ.କେ ରାଜୁ, ଆମଜାଦ ଖାନ । ଏସଟିଏଫ ଏସପିଙ୍କ ସୂଚନା ଅନୁସାରେ, ଜବତ ବ୍ରାଉନସୁଗାର ବାଲେଶ୍ଵର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଲେଶ୍ଵର ରେଳ ଷ୍ଟେସନ ନିକଟରୁ ଜବତ କରାଯାଇଛି । ଅଭିଯୁକ୍ତ ଏକ ବାଇକରେ ଯଉଥିବା ସହ ଏକ ବ୍ୟାଗରେ ବ୍ରାଉନସୁଗାର ନେଉଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଗତ ୨୦୨୦ ମସିହାରୁ ଏସ୍ଟିଏଫ ନିଶାକୁ ନେଇ ଅପରେସନ ଆରମ୍ଭ କରିଥିଲା । ଏବେ ସୁଦ୍ଧା ୬୦ କିଲୋ ବ୍ରାଉନସୁଗାର ଯାହାର ମୂଲ୍ୟ ୬୦ କୋଟି ଟଙ୍କା ହେବ, ୨୦୨ଗ୍ରାମ କୋକେନ୍, ୧୧ କୁଇଣ୍ଟାଲ ଗଂଜେଇ, ୭୫୦ ଗ୍ରାମ ଅଫିମ ଜବତ କରିବା ସହ ୧୬୨ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ଏସ୍ଟିଏଫ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।