ବ୍ରାଉନ ସୁଗାର ସପ୍ଲାଇ ନେଟୱର୍କ ଉଜାଗର: ପାଞ୍ଚ ଜଣ ଇଣ୍ଟରଷ୍ଟେଟ୍ ଡିଲରଙ୍କୁ ଧରିଲା STF

ଓଡ଼ିଶାରେ ବ୍ରାଉନ ସୁଗାର ଚ଼ୋରାଚ଼ାଲାଣ କାରବାରର ଅନ୍ୟତମ ମୁଖ୍ୟ କେନ୍ଦ୍ରସ୍ଥାନୀୟ ଡିଲର ଶେଖ ରାଜା ଗିରଫ ହେବା ପରେ ଆଶା କରାଯାଉଥିଲା ଯେ ଏ କାରବାରରେ ରୋକ ଲାଗିବ l କିନ୍ତୁ ଶେଖ ରାଜା ପରେ ସକ୍ରିୟ ହୋଇଥିଲା ଶେଖ ଫକିର l

ବ୍ରାଉନ ସୁଗାର ସପ୍ଲାଇ ନେଟୱର୍କ ଉଜାଗର: ପାଞ୍ଚ ଜଣ ଇଣ୍ଟରଷ୍ଟେଟ୍ ଡିଲରଙ୍କୁ ଧରିଲା STF
ଗିରଫ ହୋଇଥିବା ପାଞ୍ଚ ଜଣ ଦଲାଲଙ୍କ ମଧ୍ୟରୁ ଜଣେ ।
  • News18 Odia
  • Last Updated: January 20, 2020, 9:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏକ ବଡ଼ ଧରପକଡ଼ ଅଭିଜାନରେ ରାଜ୍ୟରେ ବ୍ରାଉନ ସୁଗାର କାରବାର ଉପରେ ନଜର ରଖିଥିବା ସ୍ପେଶାଲ ଟାସ୍କ ଫୋର୍ସ (STF) କୋଲକାତାରୁ ଆସି ପୁରୀ ଚ଼ାଲାଣ ହେବାକୁ ଥିବା ବ୍ରାଉନ ସୁଗାରକୁ ଭୁବନେଶ୍ଵରରେ ଧରିଛି । ତା’ ସହିତ ଗିରଫ ହୋଇଛନ୍ତି ପାଞ୍ଚ ଜଣ ଇଣ୍ଟରଷ୍ଟେଟ୍‌ ଡିଲର l

ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିବା ଡିଲରମାନେ ହେଲେ ଶେଖ ଫକିର, ଶେଖ ସୋହେଲ, ଶେଖ ହାଇବୁଲ, ଶେଖ ସଗବା ଓ ତନ୍ମୟ କୁମାର ସାହୁ l ସେମାନଙ୍କ ନିକଟରୁ ୩୨୪ ଗ୍ରାମ ବ୍ରାଉନ ସୁଗାର ଓ ଲକ୍ଷେ ୮୪ ହଜାର ଟଙ୍କା ଜବତ କରାଯାଇଛି ବୋଲି ଏସ୍‌ଟିଏଫ୍‌ ପକ୍ଷରୁ ସୂଚ଼ନା ଦିଆଯାଇଛି l

ତଦନ୍ତ ବେଳେ ଜଣା ପଡିଛି ଯେ ବାଲେଶ୍ଵରରେ ରହି ଶେଖ ଫକିର ପୂରା ଉତ୍ତର ଓଡ଼ିଶାରେ ଚଳାଉଥିଲା ବ୍ରାଉନ ସୁଗାର ନେଟୱର୍କ l ତାକୁ ସହଯୋଗ କରୁଥିଲେ ଶେଖ ସୋହେଲ ଓ ଶେଖ ହାଇବୁଲ l ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ଵର କଥା ବୁଝୁଥିଲେ ଶେଖ ସଗବା ଏବଂ ତା’ ସହଯୋଗୀ ତନ୍ମୟ କୁମାର ସାହୁ l

ଓଡ଼ିଶାରେ ବ୍ରାଉନ ସୁଗାର ଚ଼ୋରାଚ଼ାଲାଣ କାରବାରର ଅନ୍ୟତମ ମୁଖ୍ୟ କେନ୍ଦ୍ରସ୍ଥାନୀୟ ଡିଲର ଶେଖ ରାଜା ଗିରଫ ହେବା ପରେ ଆଶା କରାଯାଉଥିଲା ଯେ ଏ କାରବାରରେ ରୋକ ଲାଗିବ l କିନ୍ତୁ ଶେଖ ରାଜା ପରେ ସକ୍ରିୟ ହୋଇଥିଲା ଶେଖ ଫକିର l ସିଧାସଳଖ କୋଲକାତାରୁ ବ୍ରାଉନ ସୁଗାର ଆଣି ଏଜେଣ୍ଟଙ୍କ ଜରିଆରେ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା ବୋଲି କହିଛନ୍ତି ସିଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ l

ସବୁଠାରୁ ବଡ଼ କଥା ହେଲା ଯେ ବ୍ରାଉନ ସୁଗାର କାରବାରରେ ବ୍ରେନ ଖଟାଉଥିଲା ଶେଖ ଫକିର l ତଦନ୍ତ ବେଳେ  ବଙ୍ଗଳାଦେଶର ଏଜେଣ୍ଟମାନଙ୍କ ସହ ଫକିରର ସିଧାସଳଖ ଲିଙ୍କ ରହିଛି ବୋଲି ଜଣାପଡ଼ିଥିବା କଥା କହିଛନ୍ତି ଡିଆଇଜି ପଙ୍କଜ l

ଭୁବନେଶ୍ଵରର କଦଳି ଗୋଦାମ ଏବଂ ହଳଦିପଡ଼ିଆ ବସ୍ତିରୁ ବିଭିନ୍ନ ସ୍ଥାନକୁ ସପ୍ଲାଇ ହେଉଛି ବ୍ରାଉନ ସୁଗାର l ଭୁବନେଶ୍ଵରରେ କୋଡ଼ ଶବ୍ଦ ‘‘ପୁଡ଼ିଆ’’ ନାଁରେ ବିକ୍ରି ହେଉଛି ଏହି ନିଶା ଦ୍ରବ୍ୟ l ଗୋଟିଏ ଗୋଟିଏ ପୁଡ଼ିଆର ୨୫୦ ଟଙ୍କାରୁ 300 ଟଙ୍କା ଦାମରେ ବିକ୍ରୀ ହେଉଛି l ଅଧିକ ତଦନ୍ତ ପାଇଁ ଗିରଫ ହୋଇଥିବା ପାଞ୍ଚ ଜଣ ଦଲାଲଙ୍କୁ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌ l
First published: January 20, 2020, 9:55 PM IST
corona virus btn
corona virus btn
Loading