ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରାଉନ୍ ସୁଗାର ବେପାରୀଙ୍କ ଦବଙ୍ଗଗିରି; ଧରିବାକୁ ଯାଇଥିବା ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ଧୁମ ଛେଚିଲେ

ବ୍ରାଉନ୍ ସୁଗାର ବେପାରୀଙ୍କ ଦବଙ୍ଗଗିରି; ଧରିବାକୁ ଯାଇଥିବା ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ଧୁମ ଛେଚିଲେ

ବର୍ତ୍ତମାନ ବାଲେଶ୍ବରେ ବଢ଼ି ଚାଲିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଆତଙ୍କ । ଚଢ଼ାଉ ସମୟରେ ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ମାଡ଼ ମାରି ଅଭିଯୁକ୍ତଙ୍କୁ ନେଇଗଲେ ମାଫିଆ ।

ବ୍ରାଉନ୍ ସୁଗାର ବେପାରୀଙ୍କ ଦବଙ୍ଗଗିରି; ଧରିବାକୁ ଯାଇଥିବା ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ଧୁମ ଛେଚିଲେ
ବ୍ରାଉନ୍ ସୁଗାର ବେପାରୀଙ୍କ ଦବଙ୍ଗଗିରି
  • News18 Odia
  • Last Updated: October 23, 2021, 5:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଶୁକ୍ରବାର ସକାଳ ସମୟରେ କଟକ ଅବକାରୀ ବିଭାଗର ଫ୍ଲାଇ ସ୍କ୍ୱାର୍ଡ଼, ବାଲେଶ୍ୱର ଅବକାରୀ ବିଭାଗ, ବସ୍ତା ଓ ଜଳେଶ୍ବର ପୋଲିସ ମିଳିତ ଭାବରେ ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁରରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଛାନବିନ୍ ବେଳେ ଶେଖ କାଯାଉଦୁଲ କାଦାରୀ ନାମକ ବ୍ୟକ୍ତିର ଘରୁ ମିଳିଥିଲା ବିପୁଳ ପରିମାଣର ବ୍ରାଉନ୍ ସୁଗାର।

ପୋଲିସଙ୍କୁ ଭୟ ନାହିଁ ଧଳା ଜହର ମାଫିଆଙ୍କର । ଜବତ କରିବାକୁ ଯାଇଥିବା ବେଳେ ଅବକାରୀ ଗାଡ଼ି ଭାଙ୍ଗିବା ସହିତ ଅଧିକାରୀଙ୍କୁ ଖଣ୍ଡିଆ ଖାଵରା କରି ଅପରାଧୀଙ୍କୁ ଖସାଇ ନେଇଯାଇଛନ୍ତି ସମର୍ଥକ । ବାଲେଶ୍ୱରରେ ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ ଏବେ ଦେଖିବାକୁ ମିଳିଛି।

ବେଧଡକ ଚାଲୁଛି ନିଶା କାରବାର । ନିଶା ମାଫିଆଙ୍କ ନାହିଁ କାହାରିକୁ ଭୟ। ପୋଲିସ କିମ୍ବା ଅବକାରୀ ବିଭାଗକୁ ନାହିଁ ମାଫିଆର ଭୟ। ଏକଥା କହିବାର କାରଣ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁରରେ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରିବାକୁ ଯାଇଥିବା ସମୟର କିଛି ଏପରି ଘଟଣା ଘଟିଥିଲା । ଯାହାକୁ ନେଇ ଏପରି କହିବା ଆବଶ୍ୟକ ପଡ଼ିଛି । ପୋଲିସ ଓ ଅବକାରୀ ଅଧିକାରୀମାନେ ଚଢ଼ାଉ ବେଳେ ସ୍ଥାନୀୟ ମହିଳା ଓ ପୁରୁଷ ବାଧା ଦେଇଥିଲେ ।

ଧରିବାକୁ ଯାଇଥିବା ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ଧୁମ ଛେଚିଲେ ବ୍ରାଉନ ସୁଗାର ବେପାରୀ


ସୂଚନା ମୁତାବକ ଜବତ ବ୍ରାଉନ୍ ସୁଗାର ପରିମାଣ ହେଉଛି ୨ କେଜି ୧୦୦ ଗ୍ରାମ । ସେହିପରି ଏହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଉର୍ଦ୍ଧ୍ବ ହେବ। ତେବେ ଜବତ ପରେ ଘଟିଥିଲା ଲଙ୍କାକାଣ୍ଡ । ସ୍ଥାନୀୟ ମାଫିଆ ସମର୍ଥକ ଏକଜୁଟ ହୋଇ ଅବକାରୀ ବିଭାଗ ଉପରକୁ ଆକ୍ରମଣ କରିଥିଲେ କିଛି ଲୋକ । ଗାଡ଼ି ଭାଙ୍ଗିବା ସହିତ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ ଅଧିକାରୀମାନଙ୍କୁ । ଖାଲି ସେତିକି ନୁହେଁ ଜଣେ ଅଭିଯୁକ୍ତକୁ ମଧ୍ୟ ଖସେଇ ନେଇ ଯାଇଥିଲେ ସେମାନଙ୍କ ସମର୍ଥକ । ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ମାଡ଼ରେ ସ୍ଥାନୀୟ ବାସିନ୍ଦା ଜଣେ ଗୁରୁତର ହୋଇଛନ୍ତି।

ଏହି ମାମଲାରେ ଅବକାରୀ ବିଭାଗ ସୁପରିଟେନଡେଣ୍ଟ ତଥା କଟକ ଫ୍ଲାଇଁ ସ୍କ୍ୱାର୍ଡ଼ ଦେବାଶିଷ ପଟେଲ କହିଥିଲେ, ‘‘ଆମେ ସେମାନଙ୍କୁ ଧରିବା ବେଳେ ଅତର୍କିତ ଭାବରେ ସେମାନେ ଆମ ଉପରକୁ ଆକ୍ରମଣ କରିଥିଲେ । ଆମ ଗାଡ଼ିର ପଛ କାଚ ଭାଙ୍ଗି ଦେଇଛନ୍ତି । ସେହିପରି ସେମାନଙ୍କ ଆକ୍ରମଣରେ ଆମର ଚାରି ଜଣ ଷ୍ଟାଫ ଗୁରୁତର ଆହତ ହୋଇଛନ୍ତି । ଏନେଇ ଆମେ ସ୍ଥାନୀୟ ବସ୍ତା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛୁ। ତେବେ ବିପୁଳ ପରିମାଣରେ ବ୍ରାଉନ୍ ସୁଗାର ଜବତ ହୋଇଥିବା ବେଳେ ସେମାନେ ଜଣଙ୍କୁ ଖସାଇ ନେଇ ଯାଇଛନ୍ତି।"

ମୁଖ୍ୟ କଥା ହେଉଛି ଯେ ଗତ ବୁଧବାର ଜଳେଶ୍ବର ଅଞ୍ଚଳରୁ ଉଭୟ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି 2 କିଲୋ ୬୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ୍ ସୁଗାର ଜବତ କରିଥିଲେ ଜହର ଆନୁମାନିକ ମୂଲ୍ୟ ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ । ଏବେ ପୁଣି ଏତେ ପରିମାଣରେ ବ୍ରାଉନ୍ ସୁଗାର ଜବତ ପରେ ଏତେ ମାଲ ଆସୁଛି କେଉଁଠି ତାକୁ ନେଇ ଉଠିଛି ପ୍ରଶ୍ନ ।

ବେଫିକର ମାଫିଆ ପୋଲିସଙ୍କ ଉପରେ ଆକ୍ରମଣ କରିବା ନେଇ ବୁଦ୍ଧିଜୀବୀ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଅଫିସରଙ୍କ ପୂର୍ବରୁ ମାଫିଆଙ୍କ ସହିତ ଲିଙ୍କ ନେଇ ଏପରି ହେଉଛି ବୋଲି ମଧ୍ୟ ମତ ଆସୁଛି।

ବରିଷ୍ଠ ଆଇନଜୀବୀ ମନୋଜ ନାୟକ କହିଛନ୍ତି,’‘‘ପୋଲିସ ନିକଟରେ ସେମାନଙ୍କୁ କାବୁ କରିବା ପାଇଁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ନାହିଁ। ସେମାନେ ମଧ୍ୟ ସେଭଳି ଭାବରେ ପ୍ରସ୍ତୁତ ନ ହୋଇ ଚାଲିଯାଉ ଥିବାରୁ ଏପରି ଆକ୍ରମଣର ଶିକାର ହେଉଛନ୍ତି। ଭଲ ଓ ଦକ୍ଷ ଅଫିସର ତଥା ଯୁବ ଅଫିସର ମାନଙ୍କୁ ନିଯୁକ୍ତି ଦେବା ସହିତ ବଡ଼ ବଡ଼ ପୋଲିସ ଅଧିକାରୀ ମାନେ ଏହାକୁ ଗୁରୁତର ସହିତ ନେଲେ ଏପରି ମାଡ଼ ଖାଇ ଫେରିବାକୁ ପଡ଼ିବ ନାହିଁ।"

ପୂର୍ବରୁ ଧନେଶ୍ୱର ସାହୁ ନାମକ ଜଳେଶ୍ବର ପୂର୍ବତନ ଆଇଆଇସିଙ୍କ ବ୍ରାଉନ୍ ସୁଗାର ମାଫିଆ ସହିତ ଲିଙ୍କ୍ ଲୋକଲୋଚନକୁ ଆସିଥିଲା ଏଥିରୁ ଅନୁମାନ କରି ହେଉଛି କାହିଁକି ଅପରାଧୀଙ୍କ ପୋଲିସ ପ୍ରତି ଭୟ ରହୁ ନାହିଁ । କିଛି ପୋଲିସ ଅଧିକାରୀଙ୍କ ଅପରାଧୀ ଲିଙ୍କ ସମସ୍ତଙ୍କୁ ବିପଦରେ ପକାଇବା ସହିତ ଅପରାଧୀଙ୍କୁ ସାହସ ଜୁଟାଇବା ପାଇଁ ଅଧିକ ଶକ୍ତି ଦେଉଛି ବୋଲି ବରିଷ୍ଠ ଆଇନଜୀବୀ ଚିନ୍ତାମଣି ଉପାଧ୍ୟାୟ କହିଛନ୍ତି।
Published by: Lipina Das
First published: October 23, 2021, 5:08 PM IST