News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ । ବମିଖାଲ ରେଲୱେ ଲେଭଲ କ୍ରସିଂ ନିକଟରେ ଚଢଉ କରି ୧୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଲଷ୍ମୀସାଗର ଥାନା ପୋଲିସ । ବ୍ରାଉନସୁଗର ବିକିବା ଅଭିଯୋଗରେ ଜଣେ ମହିଳା ଡିଲରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମହିଳାଙ୍କଠାରୁ ୧୫ଗ୍ରାମ ଓଜନର ବ୍ରାଉନ ସୁଗାର, ଗୋଟିଏ ମୋବାଇଲ ଫୋନ, ଏବଂ ୨୧୫୦ ଟଙ୍କା ଜବତ କରାଯାଇଥିଲା ।
ପଚରା ଉଚରା ସମୟରେ, ଅଭିଯୁକ୍ତ ଜଣକ ବ୍ରାଉନସୁଗାରକୁ ସାଧାରଣ ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ବେଆଇନ ଭାବରେ ପାଖରେ ରଖିଥିବା ଓ ନିୟମିତ ଭାବେ ଏହି ବ୍ରାଉନ ସୁଗାର ଉକ୍ତ ଅଞ୍ଚଳରେ ବିକ୍ରି କରିଆସୁଥିବା ସ୍ଵୀକାର କରିଥିଲେ । ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏଯାବତ, ମୋଟ ୮୮ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୬୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୪୫୪ଗ୍ରାମ ୬୧ମିଲିଗ୍ରାମ ଓଜନର ବ୍ରାଉନସୁଗାର, ୭,୫୪,୭୩୦ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୁପା, ୭୪ଟି ମୋବାଇଲ ଫୋନ ଏବଂ ୩୬ଟି ଦୁଇ/ଚାରି ଚକିଆ ଯାନ, ଗୋଟିଏ ଲାପଟପ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।