ଐତିହାସିକ! ଭୁବନେଶ୍ୱରରେ ଜବତ ହେଲା ୪.୪୮୬ କିଲୋ ବ୍ରାଉନ ସୁଗାର; ବଜାର ମୂଲ୍ୟ ସାଢେ ୪ କୋଟି ଟଙ୍କା

ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ ପୂର୍ବରୁ କେବେ ବି ଏତେ ପରିମାଣର ବ୍ରାଉନ ସୁଗାର ଓଡ଼ିଶା ପୋଲିସ ଜବତ କରି ନ ଥିଲା l ‘‘ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ।’’

ଡିଜିପି ଅଭୟ; (ଡାହାଣ) ଜବତ ହୋଇଥିବା ବ୍ରାଉନ୍ ସୁଗାର

ଡିଜିପି ଅଭୟ; (ଡାହାଣ) ଜବତ ହୋଇଥିବା ବ୍ରାଉନ୍ ସୁଗାର

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ହେଉଥିବା ନିଶା ଦ୍ରବ୍ୟ କାରବାର ଖିଲାଫରେ ଏକ ବଡ଼ ଅଭିଯାନରେ କ୍ରାଇମ ବ୍ରାଞ୍ଚ ଏସଟିଏଫ (STF) ଆଜି ରାଜଧାନୀ ଭୁବନେଶ୍ୱରରେ ସାଢ଼େ ଚାରି କିଲୋ ବ୍ରାଉନ୍‌ ସୁଗାର ଜବତ କରିଛି ଓ ତିନି ଜଣ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରିଛି ।

ବାଲେଶ୍ଵରରୁ ଏକ ବୋଲେରୋରେ ଆସୁଥିଲା ଏତେ ଅଧିକ ପରିମାଣର ବ୍ରାଉନ ସୁଗାର l ରାତାରାତି କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବ୍ରହ୍ମପୁରକୁ ଚାଲାଣ ହୋଇଥା’ନ୍ତା l ଚାଲାଣ ପାଇଁ ସହରର ଏଣ୍ଟ୍ରି ପଏଣ୍ଟଗୁଡ଼ିକରେ ଥିଲେ ଏଜେଣ୍ଟମାନେ l ହେଲେ ତା’ ପୂର୍ବରୁ ମାଡ଼ି ବସିଲା କ୍ରାଇମ୍‌ ବ୍ରାଞ୍ଚ STF l ଧରପଗଡ଼ ବେଳେ ଧରାପଡ଼ିଲେ ୩ ଜଣ ଡ୍ରଗ୍ସ ଚାଲାଣକାରୀ – ଦେବାଶିଷ ବେହେରା, ପ୍ରବୀର କୁମାର ସିଂ ଓ ଶେଖ୍‌ କୌଉସର୍‌ ଅଲ୍ଲୀ l

ଗିରଫ ହୋଇଥିବା ଏହି ତିନି ଜଣ ବ୍ୟକ୍ତିଙ୍କ ଘର ବାଲେଶ୍ଵରରେ l ସେମାନଙ୍କ ବୟସ ୨୨ ରୁ ୨୫ ବର୍ଷ ମଧ୍ୟରେ l ଯୁବାବସ୍ଥାରେ ଡ୍ରଗ୍ସ କାରବାରରେ ଏଣ୍ଟ୍ରି ମାରିଛନ୍ତି ଏମାନେ l ଦେବାଶିଷ ବେହେରାର ଘର ବାଲେଶ୍ଵରର ନୀଳଗିରି ବ୍ଲକ୍‌ନରସିଂହପୁରରେ । ପ୍ରବୀର କୁମାର ସିଂର ଘର ବାଲେଶ୍ଵର ଟାଉନରେ, ଆଉ ଶେଖ୍‌ କୌଉସର୍‌ ଅଲ୍ଲୀର ଘର ବାଲେଶ୍ଵର ଟାଉନ ଗୋପାଳ ଗାଁରେ l  ଶେଖ କୌଉସର ବୋଲେରୋ ଗାଡ଼ିର ଡ୍ରାଇଭର ଥିଲା ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ।


ଏହି ତିନି ଜଣ ଡ୍ରଗ୍ସ ଏଜେଣ୍ଟ ଗୋଟିଏ ସ୍କୁଲ ଓ କଲେଜରେ ପଢ଼ୁଥିଲେ l ସେମାନେ ଗତ ଦୁଇ ମାସ ତଳେ ଡ୍ରଗ୍ସ କାରବାରରେ ଏଣ୍ଟ୍ରି ମାରିଥିବା ତଦନ୍ତରୁ ଜଣାପଡ଼ିଛି l ଶନିବାର ଓ ରବିବାର ସଟଡାଉନ ଥିବାରୁ ରାତାରାତି ବ୍ରାଉନ ସୁଗାର ସବ୍‌-ଡିଲରମାନଙ୍କ ପାଖରେ ସେମାନଙ୍କୁ ପହଞ୍ଚାଇବାର ଥିଲା l ଦିନ ୧ଟା ବେଳେ ୩ ଜଣ ବାଲେଶ୍ଵରରୁ ଏକ ବାଲେରୋରେ ବ୍ରାଉନ ସୁଗାର ଧରି କଟକ ଆସିଥିଲେ l କଟକରେ ଡେଲିଭରି ନ କରି ଭୁବନେଶ୍ଵର ରସୁଲଗଡ଼ ଛକରେ ଡେଲିଭରି କରିଥାନ୍ତେ l ହେଲେ ରସୁଲଗଡ ଛକରେ ଧରାପଡିଥିଲେ ଏସଟିଏଫ ହାତରେ l

‘‘ରେଡ ବେଳେ ସେମାନଙ୍କ ନିକଟରୁ ଜବତ କରାଯାଇଛି ୪ କେଜି ୪୮୬ ଗ୍ରାମ ବ୍ରାଉନ ସୁଗାର l ଏହାର ଆନୁମାନିକ ବଜାର ମୂଲ୍ୟ ସାଢେ ୪ କୋଟି ଟଙ୍କା ହେବ । ପୂର୍ବରୁ କେବେ ବି ଏତେ ପରିମାଣର ବ୍ରାଉନ ସୁଗାର ଜବତ କରି ନ ଥିଲା ଓଡ଼ିଶା ପୋଲିସ l ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ,’’ ଶୁକ୍ରବାର ସନ୍ଧ୍ୟାରେ ଏସଟିଫ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ l

ବଡ଼ କଥା ହେଲା କେବଳ ୨୦୨୦ ମସିହାରେ ବେଆଇନ ଡ୍ରଗ୍ସ କାରବାର ଅଭିଯୋଗରେ ଏସଟିଏଫ ୧୯ଟି ଡ୍ରଗ୍ସ ମାମଲା ରୁଜୁ କରିଥିବା ବେଳେ ୩୯ ଜଣ ଏଜେଣ୍ଟଙ୍କୁ ଗିରଫ କରିଛି ଏସଟିଏଫ l ଏମାନଙ୍କ ପାଖରୁ ଜବତ ହୋଇଛି ୧୨ କେଜି ୨୫ ଗ୍ରାମ ବ୍ରାଉନ ସୁଗାର ।

ଶୁକ୍ରବାର ସନ୍ଧ୍ୟାରେ ବ୍ରାଉନ ସୁଗାର ଚାଲାଣରେ ଏସଟିଏଫକୁ ଏହି ବଡ଼ ସଫଳତା ମିଳିଥିବା ବେଳେ କମିଶନରେଟ ପୋଲିସର କ୍ୟୁଏଟି ମଧ୍ୟ ରଘୁନାଥପୁର ଇନଫୋ ଭ୍ୟାଲି ଅଞ୍ଚଳରେ ରେଡ କରି ଦୁଇ ଜଣ ଡିଲରକୁ ନିଜ କବଜାକୁ ନେଇଛି । ଏହି ଦୁଇ ଡିଲର ହେଲେ ସୌମ୍ୟରଞ୍ଜନ ବଳିୟାର ସିଂ ଏବଂ ରଞ୍ଜିତ କୁମାର ନାୟକ l ଏମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କାର ଏବଂ ୭୦୬ ଗ୍ରାମ ବ୍ରାଉନ ସୁଗାର l

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: