ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ; ଅର୍ଚ୍ଚନା ନାଗଙ୍କ ସହ ହୋଇଛି ୩୦ ଲକ୍ଷ କାରବାର

ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନାଙ୍କ ଏଣ୍ଡେଭର ସହ ଲିଙ୍କ ଥିବା ନେଇ ତାଙ୍କ ନାଁ ସାମ୍ନାକୁ ଆସିଛି ।

ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ; ଅର୍ଚ୍ଚନା ନାଗଙ୍କ ସହ ହୋଇଛି ୩୦ ଲକ୍ଷ କାରବାର

ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ; ଅର୍ଚ୍ଚନା ନାଗଙ୍କ ସହ ହୋଇଛି ୩୦ ଲକ୍ଷ କାରବାର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନାଙ୍କ ଏଣ୍ଡେଭର ସହ ଲିଙ୍କ ଥିବା ନେଇ ତାଙ୍କ ନାଁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସୋ ରୁମ୍ ମାଲିକ ହିଁ କାର ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେଇଥିବା କୁହାଯାଉଛି । ଆଉ ଗଙ୍ଗାଧର ସାମଲ ହିଁ କାର୍ ସୋ ରୁମ୍ ମାଲିକ ହୋଇଥିବା ସୂଚନା ମିଳିଛି । ସେ ଅର୍ଚ୍ଚନା ନାଗଙ୍କ ସହ ୩୦ ଲକ୍ଷ ଟଙ୍କା ଟ୍ରାଞ୍ଜାକସନ କରିଥିବା ସୂଚନା ମିଳିଛି।

ଗତ ଶନିବାର ରାତିରେ ଏହି କାରଟିକୁ ଇଡି ଜବତ କରିଥିଲା ।‌ ସେହି କାରକୁ ଅର୍ଚ୍ଚନା ୨୦୨୦ ମସିହାରେ ନଗଦ ୩୩ ଲକ୍ଷ ଟଙ୍କା ଦେଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଉକ୍ତ ସୋରୁମରୁ କିଣିଥିଲେ । ଅର୍ଚ୍ଚନାଙ୍କୁ ଏତେ ଗୁଡ଼ିଏ ଟଙ୍କା କିଏ ଦେଇଥିଲା, ସେ କେଉଁଠୁ ଏତେ ଟଙ୍କା ଆଣି ଥିଲେ ଏ ସବୁର ମଧ୍ୟ ତଦନ୍ତ କରୁଛି ଇଡି ।

ବଡ଼ କଥା ହେଉଛି ସୋ ରୁମ୍ ମାଲିକଙ୍କ ଆକାଉଣ୍ଟରୁ ହିଁ ୩୩ ଲକ୍ଷ ଟଙ୍କା ସୋ ରୁମକୁ ଯାଇଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ କଣ ଥିଲା ସେନେଇ ଇଡି ଆଜି ସୋ ରୁମ୍ ମାଲିକଙ୍କୁ ଜେରା କରିବ । କାର ଦାମ ୩୬ ଲକ୍ଷ ଟଙ୍କା ହୋଇଥିଲେ ମଧ୍ୟ ଅର୍ଚ୍ଚନା କେବଳ ୩୩ ଲକ୍ଷ ଟଙ୍କା ଦେଇଥିଲେ । ଅନ୍ୟ ଜଣେ ଆଉ ୩ ଲକ୍ଷ ଟଙ୍କା କାର ସୋରୁମ୍ ମାଲିକଙ୍କୁ ଦେଇଥିବା ଇଡି ଜାଣିପାରିଛି । ତେଣୁ ସେହି ୩ ଲକ୍ଷ ଟଙ୍କା କିଏ ଦେଲା ସେନେଇ ମଧ୍ୟ ଆଜି ଅନେକ କଥା ସାମ୍ନାକୁ ଆସିବ । ପୂର୍ବରୁ ଚର୍ଚା ହେଉଥିଲା କାରଟି ଢେଙ୍କାନାଳ ଜିଲ୍ଲାର ଜଣେ ବିଧାୟକଙ୍କ ଟଙ୍କାରେ କିଣା ଯାଇଥିଲା । ବିଧାୟକଙ୍କ ସଂପୃକ୍ତି ନେଇ ମଧ୍ୟ ତଦନ୍ତ ହେଉଛି ।

ଅନ୍ୟପକ୍ଷରେ ଖଗେଶ୍ବରର ୧୦ ଦିନିଆ ରିମାଣ୍ଡର ଅବଧି ରବିବାର ଶେଷ ହୋଇଯାଇଛି । ଆଜି ତାକୁ କୋର୍ଟରେ ହାଜର କରାଯିବ । ତେବେ ରିମାଣ୍ଡବେଳେ ଖଗେଶ୍ବରଠାରୁ ମିଳିଥିବା ତଥ୍ୟକୁ ଆଧାର କରି ପୁଲିସ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ କରି ଲପାରେ । ଏମାନଙ୍କ ମଧ୍ୟରେ ଦୁଇ ଜଣ ଆଇଏଏସ, ୫ ଜଣ ରାଜନେତା, ୩ ଜଣ ବ୍ୟବସାୟୀ ଓ ଅର୍ଚ୍ଚନାଙ୍କ କେତେକ ସମ୍ପର୍କୀୟ ଅଛନ୍ତି । ଖଗେଶ୍ବର ପରେ ଇଡି ଜଗବନ୍ଧୁ କିମ୍ବା ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିପାରେ । ପ୍ରକାଶଥାଉକି ଅର୍ଚ୍ଚନାଙ୍କୁ କମିସନରେଟ ପୁଲିସ ଗିରଫ କରିବା ପରେ ତାଙ୍କ ଏଣ୍ଡେଭର୍ କାର, ବିଏମଡବ୍ଲ୍ୟୁ କାର, ହା‌ଡଲେ ଡେଭିଡସନ୍ ବାଇକର ପତ୍ତା ମିଳୁ ନ ଥିଲା।

ସେପଟେ ଇଡି ଆଗରେ ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଖୋଲିଛି । କାହାଠାରୁ ଟଙ୍କା ଆଦାୟ କରାଯାଉଥିଲା, କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ନେଇଥିବା ସୂଚନା ମିଳିଛି । ଏହା ସହିତ କିପରି ହନି ଟ୍ରାପ ପାଇଁ ତାକୁ ବ୍ୟବହାର କରାଯାଉଥିଲା, ଇଡିକୁ ତାର ସୂଚନା ଦେଇଛି ଶ୍ରଦ୍ଧାଞ୍ଜଳି । କେମିତି ଡିଲ୍ ହେଉଥିଲା, କେମିତି ଫଟୋ ଉଠାଯାଉଥିଲା, ଭିଡିଓ କରଯାଉଥିଲା, ଏସବୁ ସଂପର୍କରେ ଇଡିକୁ ଶ୍ରଦ୍ଧାଞ୍ଜଳି ସବୁ କଥା କହିଛି । ଗତକାଲି ପ୍ରାୟ ୧୨ ଘଣ୍ଟା ଧରି ତାକୁ ଜେରା କରାଯାଇଥିଲା । ତାର ବୟାନକୁ ଭିତ୍ତି କରି କିଛି ପ୍ରଭାବଶାଳୀ ଲୋକଙ୍କୁ ଇଡି ସମନ କରିବାର ସମ୍ଭାବନା ଅଛି ।
Published by:Soubhagya Mishra
First published: