ଆନ୍ଧ୍ର ଇଚ୍ଛାପୁରମରେ ଭୁଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ, ଲଟକି ରହିଲା ଟ୍ରଲର୍‌

  • News18 Odia
  • Last Updated :
  • Andhra Pradesh, India
  • Share this:
News18 Odia Digital

ଭୁଶୁଡ଼ିଲା ବ୍ରିଜ୍ । ବ୍ରିଜ ଉପରୁ ଗଳି ପଡ଼ିଲା ମାଲ ବୋଝେଇ ଟ୍ରଲର । ବ୍ରିଜ ମଝିରେ ଲଟକି ରହିଲା ଟ୍ରଲର । ଟ୍ରଲରଟି ବ୍ରିଜ ଉପରେ ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ତେବେ ବ୍ରିଜ ଟି ହେଉଛି ବ୍ରିଟିଶ ଅମଳର । ପଥର ବୋଝେଇ ଟ୍ରକ୍ ଯିବା ବେଳେ ଓଭର ଲୋଡିଂ ସମ୍ଭାଳି ନପାରି ବ୍ରିଜ୍‌ ଟି ଭୁଶୁଡ଼ି ପଡ଼ିଛି ।

ଘଟଣାଟି ଆନ୍ଧ୍ର ଇଚ୍ଛାପୁରମର ଅଞ୍ଚଳର । ବାହୁଦା ନଦୀ ଉପରେ ପୁରୁଣା ପୋଲ ଭୁଶୁଡ଼ିଲା । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ଯାତ୍ରୀବାହୀ ଗାଡ଼ି ହୋଇ ନ ଥିବାରୁ ଟଳିଲା ଅଘଟଣ । ନହେଲେ ବହୁ ଧନ ଜୀବନ ହାନି ହୋଇଥାଆନ୍ତା । ସୂଚନା ଅନୁସାରେ ବ୍ରିଜ୍‌ଟି ବ୍ରିଟଶ ଅମଳର ।   ୧୯୨୯ରେ ଇଂରେଜ ଶାସନରେ ନିର୍ମିତ ବ୍ରିଜ୍ ଦୁର୍ବଳ ହୋଇଥିଲା । ବ୍ରିଜ ଦେଇ ଦେଇ ଗଞ୍ଜାମ ପାତ୍ରପୁରକୁ ଅନେକ ଗାଡ଼ି ଯାତାୟାତ କରିଥାଏ । ଆଜି ଏକ ପଥର ବୋଝେଇ ଟ୍ରକ୍ ଯିବା ବେଳେ ଓଜନ ସମ୍ଭାଳି ନପାରି ଦୁର୍ବଳ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଛି ।

ଏହି ରାସ୍ତା ଦେଇ ଗଞ୍ଜାମ ଜିଲ୍ଲା ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରୀଜାନ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା । ହେଲେ ଆଜି ସକାଳ ପଥର ବୋଝେଇ ଟ୍ରକ ଯିବାରୁ ବ୍ରିଜ୍‌ ଟି ଗଳି ପଡ଼ିଥିଲା । ଫଳରେ ଇଚ୍ଛାପୁରମ ଓ ପାତ୍ରପୁରକୁ ଯୋଗାଯୋଗ ବନ୍ଦ ହୋଇଛି ।...
Published by:nihar panda
First published: