ଚତୁର୍ଥୀ ପୂର୍ବରୁ କନିଆଁ ଛୁ; ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ସ୍ବାମୀ

ପୂରା ହିନ୍ଦୁ ଧର୍ମର ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ୧୩ ତାରିଖରେ ସିଲୁ ପତ୍ନୀଙ୍କୁ ନେଇ ମନ୍ଦିର ଯାଇଥିଲେ। କିଛି ଲୋକ ଆସି ସିଲୁକୁ ମାଡ଼ ମାରିବା ସହ କନ୍ୟାକୁ ସାଙ୍ଗରେ ଧରି ଛୁ ମାରିଥିଲେ।

ଚତୁର୍ଥ ପୂର୍ବରୁ କନିଆଁ ଛୁ

ଚତୁର୍ଥ ପୂର୍ବରୁ କନିଆଁ ଛୁ

  • Share this:
News18 Odia Digital

ଭୁବନେଶ୍ବର: ହିନ୍ଦୁ ରୀତିନୀତିରେ ବିବାହ ସରିଲା। ରିସେପସନ ଭୋଜି ଭାତ ଖାଇ ବନ୍ଧୁବାନ୍ଧବ ଘରକୁ ଫେରିଗଲେ। ହେଲେ ଚତୁର୍ଥୀ ପୂର୍ବରୁ ଛୁ ମାରିଲା ନନବଧୂ। ରାଜ୍ୟ ରାଜଧାନୀରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱର ଭରତପୁର ଥାନରେ ଏନେଇ ବର ପକ୍ଷରୁ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଭରତପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଭରତପୁର ପ୍ଲଟ ନମ୍ବର ୧୧୨୩ରେ ରୁହନ୍ତି ପଦ୍ମ ଚରଣ ସାହୁ। ଗତ ୧୨ ତାରିଖରେ ନିଜ ବଡ଼ ପୁଅ ବଳରାମ ସାହୁ ଓରଫ ସିଲୁଙ୍କୁ ପିପିଲି ଗୋବିନ୍ଦପୁର ଅଞ୍ଚଳରେ ବିବାହ କରାଇଥିଲେ। ପୂରା ହିନ୍ଦୁ ଧର୍ମର ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ୧୩ ତାରିଖରେ ସିଲୁ ପତ୍ନୀଙ୍କୁ ନେଇ ମନ୍ଦିର ଯାଇଥିଲେ। କିଛି ଲୋକ ଆସି ସିଲୁକୁ ମାଡ଼ ମାରିବା ସହ କନ୍ୟାକୁ ସାଙ୍ଗରେ ଧରି ଛୁ ମାରିଥିଲେ।

"ବିବାହ ରାତି ପ୍ରାୟ ୨ଟା ସମୟରେ ମୁଁ ଦେଖିଲି ମୋ ସ୍ତ୍ରୀ ନ୍ୟୁଡ଼ କଲରେ ବ୍ୟସ୍ତ ଅଛି। ନିଜ ଭିଣୋଇ ସହ ସେ ଉଲଗ୍ନ ହୋଇ କଥା ହୋଉଛି। ମୁଁ ପଚାରିବାରୁ ସେ ଏପରି ଭୁଲ ଆଉ ନକରିବାକୁ କହିଥିଲା। ତା' ପରଦିନ ମନ୍ଦିର ଯିବା ବାହାନାରେ ଘରୁ ସୁନା ମୁଦି, ଚେନ ଓ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ନେଇ ଛୁ ମାରିଥିଲା। ଗଲା ବେଳେ କିଛି ଲୋକ ମୋତେ ମାଡ଼ ମାରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଯାଇଥିବା," କହିଛନ୍ତି ଅଭିଯୋଗକାରୀ ବଳରାମ ସାହୁ।

ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଫେରାର ଥିବା ଯୁବତୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି। ଯୁବତୀଙ୍କ ପରିବାର ଥାନାରେ ହାଜର ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ଭରତପୁର ଥାନା ପକ୍ଷରୁ କୁହାଯାଇଛି।
Published by:Lipina Das
First published: