କେନ୍ଦ୍ରାପଡ଼ାରେ ଇଟା ଭାଟି ବେଲଗାମ୍; ୩ଟି ଗାଁ ନଦୀରେ ବିଲୀନ ହୋଇପାରେ; ଆଶଙ୍କାରେ ଲୋକେ
ନଦୀ ପଠାରେ ଗଢ଼ି ଉଠିଥିବା ଶହ ଶହ ଇଟାଭାଟିରୁ ଅଧିକାଂଶ ବେଆଇନ୍ । ଅଭିଯୋଗ ପରେ ଡିସେମ୍ବରରେ ଡେରାବିଶ୍ ତହସିଲ ପକ୍ଷରୁ ଚଢ଼ାଉ କରି ଇଟା ମାଫିଆଙ୍କ ସାମ୍ରାଜ୍ୟକୁ ଧ୍ବଂସ କରାଯାଇଥିଲା, ହେଲେ ସେମାନେ ପୁଣି ଇଟା ପକାଇବା ଆରମ୍ଭ କରିଛନ୍ତି ।

ଗୋବରୀ ନଦୀ ପଠା ଓ ନଦୀ ବନ୍ଧରୁ ମାଟି ଖୋଳି ଭାଟିରେ ଇଟା ପ୍ରସ୍ତୁତ ହେଉଛି ।
- News18 Odia
- Last Updated: February 9, 2021, 11:59 PM IST
କେନ୍ଦ୍ରାପଡ଼ା: ଗୋବରୀ ନଦୀ ପଠାରୁ ଇଟା ଭାଟି ବ୍ୟବସାୟୀମାନେ ମାଟି ଲୁଟି ନେଉଥିବାରୁ ଆଖପାଖ ତିନି ଖଣ୍ଡ ଗାଁର ୪,୫୦୦ରୁ ଅଧିକ ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହୋଇପଡି଼ଛି । ନଦୀ ପଠାରେ ମାଳମାଳ ଇଟା ଭାଟି ଯୋଗୁଁ ନଦୀ ବନ୍ଧ ଦୁର୍ବଳ ହୋଇଚାଲିଛି । ବନ୍ୟା ଆସିଲେ ଗାଁଗୁଡ଼ିକ ଭାସିଯିବା ନେଇ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ଇଟା ଭାଟିଗୁଡ଼ିକ ପରିବେଶକୁ ଲଗାତର ପ୍ରଦୂଷିତ କରିଚାଲଛନ୍ତି ।
ଡେରାବିଶ ବ୍ଲକ୍ ଅନ୍ତର୍ଗତ ରଘୁଦେଇପୁର ଗ୍ରାମ ପଞ୍ଚାୟତର ନଦୀ ପଠାରେ ଗଢ଼ି ଉଠିଥିବା ଶହ ଶହ ଇଟାଭାଟି ମଧ୍ୟରୁ ଅଧିକାଂଶ ବେଆଇନ୍ ବୋଲି ଜଣାପଡ଼ିଛି । ସରକାରୀ ଜମିରେ ଏହି ବେଆଇନି ଇଟା ଭାଟିଗୁଡ଼ିକ ଚାଲୁଥିଲେ ବି ଏଥି ପ୍ରତି ସମ୍ପୃକ୍ତ ବିଭାଗର ନିଘା ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ

ଇଟା ଭାଟିରୁ ନିର୍ଗତ ଧୂଆଁରେ ଆଖପାଖ ବାସିନ୍ଦା ଅଣନିଶ୍ୱାସୀ ହୋଇ ପଡିୁଛନ୍ତି ବୋଲି କହିଛନ୍ତି ।
‘‘ବେଲଗାମ ଇଟାଭାଟି ଯୋଗୁଁ ପରିବେଶ ପ୍ରଦୂଷଣ ଏତେ ବଢ଼ିଛି ଯେ ଧୂଆଁରେ ଆମେ ଆଖପାଖ ବାସିନ୍ଦା ଅଣନିଶ୍ୱାସୀ ହୋଇ ପଡି଼ଲୁଣି । ଯେତେ ଅଭିଯୋଗ କଲେ ବି ଫଳ ଶୂନ୍ । ପ୍ରତିକାର କରିବା ତ ପର କଥା, ମାଟି ଖୋଳି ନେଉଥିବା ମାଫିଆଙ୍କ ଉପରେ ଲଗାମ କଷି ପାରୁନି ପ୍ରଶାସନ,’’ କହିଛନ୍ତି ସ୍ଥାନୀୟ ୱାର୍ଡ଼ ସଭ୍ୟ ଲକ୍ଷ୍ମୀପ୍ରିୟା ମଲ୍ଲିକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନୁରାଗ କଶ୍ୟପଙ୍କ ଝିଅ ନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ
ଇଟା ଭାଟିରୁ ଟ୍ରକଗୁଡ଼ିକ ଇଟା ବୋହିନେଉଥିବାରୁ ରାସ୍ତା ଘାଟ ବି ଖରାପ ହୋଇଛି ଓ ଧୂଳି ଯୋଗୁଁ ଆଖପାଖର ଗାଁର ଲୋକଙ୍କ ପାଇଁ ଘରେ ରହିବା ବି କଷ୍ଟକର ହୋଇପଡି଼ଛି । ଏ ସମ୍ପର୍କରେ ପ୍ରଶାସନକୁ ଲୋକେ ଜଣାଇ ପ୍ରତିକାର ପାଇଁ ଅନୁରୋଧ କରିଥିଲେ ବି କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି ମଲ୍ଲିକ ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ୬ ଜଣ ରେପ୍ କରିଥିଲେ; ୨ ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ
ଗୋବରୀ ନଦୀ କୂଳରେ ଥିବା ରଘୁଦେଇପୁର, ନୋଳସାହି ଓ ରାଜନଗର ଗାଁ ନଦୀ ପଠା ଖୋଳାହେବା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି । ନଦୀ ପଠାରେ ପନିପରିବା ଚାଷ କରି କିଛି ଲୋକ ଜୀବିକା ନିର୍ବାହ କରୁଥିବା ବେଳେ ଗୋ ପାଳନ ପାଇଁ ମଧ୍ୟ ଲୋକେ ଗୋଚର ନଦୀ ପଠା ବ୍ୟବହାର କରିଥାନ୍ତି । କିନ୍ତୁ ଇଟା ବ୍ୟବସାୟୀଙ୍କ କୁଦୃଷ୍ଟି ପଡି଼ବା ପରେ ନଦୀ ପଠା ଓ ବନ୍ଧ କ୍ଷୟ ହେବାରେ ଲାଗିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଳା ବିକିନି ପିନ୍ଧି ସୌନ୍ଦର୍ୟା ଶର୍ମା ବୋଲ୍ଡ ପୋଜ୍ ଦେଲେ; ତାଙ୍କ ଫ୍ୟାନମାନଙ୍କ ଖୁସିର ସୀମା ନାହିଁ
ସ୍ଥାନୀୟ ଲୋକଙ୍କ କ୍ରମାଗତ ଅଭିଯୋଗ ପରେ ଗତ ଡିସେମ୍ବର ମାସରେ ଡେରାବିଶ୍ ତହସିଲ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇ ମୁନାଫାଖୋର ଇଟା ମାଫିଆଙ୍କ ସାମ୍ରାଜ୍ୟକୁ ଧ୍ବଂସ କରାଯାଇଥିଲା, ହେଲେ ଦିନ କେଇଟା ପରେ ଏଠାରେ ପୁଣି ଇଟା ପକାଇବା ଆରମ୍ଭ କରିଥିଲେ ସେମାନେ ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
‘‘ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବେଆଇନି ଇଟା ଭାଟି ସମ୍ପର୍କରେ ଆସୁଥିବା ଅଭିଯୋଗଗୁଡି଼କର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ,’’ କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ।
କେବଳ ଗୋବରୀ ନଦୀ ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀ ପଠା ଓ ବନ୍ଧକୁ ଖୋଳି ଇଟା ଭାଟି ଗଢ଼ା ଯିବାର ନଜିର ରହିଛି । ପ୍ରଶାସନ ପକ୍ଷରୁ ମୁନଫାଖୋର ଇଟା ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ତୀବ୍ର ହେଉଛି ।