ପାରାଦ୍ଵୀପ ପୋର୍ଟରେ ଲାଞ୍ଚ ମାମଲା: ଅଭିଯୁକ୍ତଙ୍କୁ ଦିଲ୍ଲୀ ଉଠାଇ ନେଲା ସିବିଆଇ

ପାରାଦ୍ଵୀପ ପୋର୍ଟରେ ଲାଞ୍ଚ କାରବାର ମାମଲାରେ KCTଗ୍ରୁପର ଦେବପ୍ରିୟ ମହାନ୍ତି ଗିରଫ । ୨୫ ଲକ୍ଷ  ଲାଞ୍ଚ କାର ବାରରେ ମଧ୍ୟସ୍ଥି କରୁଥିଲେ ଦେବପ୍ରିୟ।

ପାରାଦୀପ ପୋର୍ଟ ରେ ଲାଞ୍ଚ ମାମଲା

ପାରାଦୀପ ପୋର୍ଟ ରେ ଲାଞ୍ଚ ମାମଲା

  • Share this:
News 18 Odia Digital

ଭୁବନେଶ୍ୱର: ପାରାଦ୍ଵୀପ ପୋର୍ଟରେ ଲାଞ୍ଚ କାରବାର ମାମଲାରେ KCTଗ୍ରୁପର ଦେବପ୍ରିୟ ମହାନ୍ତି ଗିରଫ । ୨୫ ଲକ୍ଷ  ଲାଞ୍ଚ କାର ବାରରେ ମଧ୍ୟସ୍ଥି କରୁଥିଲେ ଦେବପ୍ରିୟ। ସିବିଆଇ ସୂଚନା ଅନୁସାରେ, ପାରାଦୀପ ପୋର୍ଟ ର ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଓ ଏସ ଏଲ୍ ଭଳି ବିଭିନ୍ନ କମ୍ପାନୀରୁ କାର୍ଗୋ ପରିବହନ କରାଇ ଦେବା କହି ବିପୁଳ ଟଙ୍କା ଲାଞ୍ଚ ନେଉଥିଲେ । ସୁମନ୍ତ, ଶଙ୍ଖ ଶୁଭ୍ର ମିତ୍ର , ଦେବପ୍ରିୟ ମହାନ୍ତି  ମଧ୍ୟସ୍ଥି ଭାବେ କାମ କରୁଥିଲେ । OSL ଦ୍ୱାରା କନଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ମରାମତି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ସରୋଜ ଦାସ, ସୁମନ୍ତ, ସଂଙ୍ଖ ଶୁଭ ଓ ଚର୍ଚ୍ଚିତ ମିଶ୍ରଙ୍କ ସହ ଷଡଯନ୍ତ୍ର କରି ଏହାକୁ ପାରାଦ୍ୱୀପ ପୋର୍ଟ ଦ୍ୱାରା ମରାମତି କରାଇଥିଲେ ।

ପରବର୍ତ୍ତୀ ସମୟରେ ସରୋଜ ଦାସ 60 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ଦେବାରୁ ବିଳମ୍ବ ହେବାରୁ ସରୋଜ ଓ ସୁମନ୍ତ ଡ଼ିଜିଏମ୍ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଯୋଗାଯୋଗ କରୁଥିଲେ। ଗତ 3 ତାରିଖରେ ଦେବପ୍ରିୟ ସୁମନ୍ତଙ୍କୁ ଜଣାଇଥିଲେ କଟକରୁ ଏସ.ଏନ ସାହୁଙ୍କ ଠାରୁ ଟଙ୍କା କଲେକ୍ଟ କରାଯିବ । ଏହି ଘଟଣାର ତଦନ୍ତ ବେଳେ ଦେବପ୍ରିୟ ଙ୍କ ସମ୍ପୃକ୍ତି ଆସିବା ପରେ ତାଙ୍କୁ ଆଜି ସିବିଆଇ ଗିରଫ କରିଥିବା ସୂଚନା ମିଳିଛି ।

ସେପଟେ  ଓ ଏସ ଏଲ  ଓକିଲ ଜୟଦିପ ପାଲ୍ ସିବିଆଇ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।"ସିବିଆଇ କାର୍ଯ୍ୟାଳୟରେ ତଉଶିଫ ହୁସେନଙ୍କୁ ମାଡ ମରାଯାଇଛି। ହୁସେନର କାନକୁ ଠିକ୍ ସେ ଶୁଭୁନାହିଁ। ଆଜି ସନ୍ଧ୍ୟାରେ ପୁଣି ସିବିଆଇ ଅଫିସରେ ହାଜର ହେବା ପାଇଁ ସିବିଆଇ କହିଥିଲା। ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ରବିବାର ସକାଳେ ଦିଲ୍ଲୀ ନିଆଯାଇଛି। ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରୁ ଦିଲ୍ଲୀ ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ସମସ୍ତଙ୍କୁ ବସାଇ ସିବିଆଇ ମୁହାଁମୁଁହି ଜେରା କରୁଛି।
Published by:Soumyashree Mishra
First published: