ସାହସୀ ଓ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପୋଲିସ ପଦକ

ମାଲକାନଗିରିରେ ଏସପି ଥିବା ବେଳେ ଜଙ୍ଗଲରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଜଗମୋହନ ମୀଣା । ତାଙ୍କ ସମୟରେ ସ୍ବାଭିମାନ ଅଞ୍ଚଳ ପାଇଁ ଖୋଲିଥିଲା ଗୁରୁପ୍ରିୟା ସେତୁ । ଠିକ ସେମିତି ପୁରୀ ଏସପି ଉମାଶଙ୍କର ଦାସ ବାତ୍ୟା ଫନୀ ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଇଥିଲେ ଓ ସହଜତାର ସହ ପୁରୀରେ ଜବରଦଖଲ ଉଚ୍ଛେଦ କରାଇଥିଲେ ।

ସାହସୀ ଓ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପୋଲିସ ପଦକ
ରାଜ୍ୟପାଳଙ୍କ ଠାରୁ ପଦକ ଗ୍ରହଣ କରୁଛନ୍ତି ପୁରୀ ଏସପି ଉମାଶଙ୍କର ଦାସ ।
  • News18 Odia
  • Last Updated: January 26, 2020, 11:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲାଲଗଡରେ ନକ୍ସଲଙ୍କୁ କଡ଼ ଜବାବର ପୁରସ୍କାର ମିଳିଛି ସାହସୀ ଓ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ । ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ରାଷ୍ଟ୍ରପତି ସାହସିକତା ପୋଲିସ ପଦକ ଗ୍ରହଣ କରିଛନ୍ତି ଅନୁଗୋଳ ଏସପି ଜଗମୋହନ ମୀଣା ।

ମାଲକାନଗିରିରେ ଏସପି ଥିବା ବେଳେ ଜଙ୍ଗଲରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଇଥିଲେ ମୀଣା । ତାଙ୍କ ସମୟରେ ସ୍ବାଭିମାନ ଅଞ୍ଚଳ ପାଇଁ ଖୋଲିଥିଲା ଗୁରୁପ୍ରିୟା ସେତୁ । ସେ ଅଞ୍ଚଳର ଗାଁଗାଁରେ ପହଞ୍ଚିଥିଲା ବିକାଶ । ଲୋକଙ୍କ ପାଖରେ ପହଞ୍ଚିଲା ସରକାରୀ ଯୋଜନା ।

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ୫୦ ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପୋଲିସ ପଦକ । ରାଉରକେଲା ଏସପି କେ. ଶିବା ସୁବ୍ରମଣିଙ୍କୁ ମିଳିଛି ରାଷ୍ଟ୍ରପତି ସାହସିକତା ପୋଲିସ ପଦକ । ବଲାଙ୍ଗୀର ଏସପି ଥିବାବେଳେ ନକ୍ସଲଙ୍କ ସହ ସଫଳତାର ସହ ମୁକାବିଲା କରିଥିଲେ ସୁବ୍ରମଣି ।

‘‘ଏହି ପୁରସ୍କାର ଆଗକୁ କାମ କରିବାରେ ଉତ୍ସାହିତ କରିବ । ନକ୍ସଲ ଅଞ୍ଚଳରେ କାମ କରୁଥିବା ପୋଲିସ କର୍ମଚାରୀଙ୍କ ମନୋବଳ ବଢାଇବ,’’ କହିଛନ୍ତି ରାଷ୍ଟ୍ରପତି ପୋଲିସ ପଦକ ପାଇବା ପରେ ସୁବ୍ରମଣି ।

ଏହି ଦୁଇ ଏସପିଙ୍କ ସହ ଅପରେସନରେ ଥିବା ଅନ୍ୟ ୨୧ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ରାଷ୍ଟ୍ରପତି ସାହସିକତା ପୋଲିସ ପଦକରେ ସମ୍ମାନିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଉଲ୍ଲେଖନୀୟ ସେବା ପାଇଁ ଯେଉଁ ଦୁଇ ଜଣ ପୋଲିସ ଅଫିସରଙ୍କୁ ସମ୍ମାନିତ କରାଯାଇଛି ସେମାନେ ହେଲେ କଟକର ଅତିରିକ୍ତ ଡିସିପି ପ୍ରମୋଦ କୁମାର ରଥ । ସେ ପାଇଛନ୍ତି ରାଷ୍ଟ୍ରପତି ପୋଲିସ ପଦକ । ସେହିପରି ଦୁର୍ନିତି ନିବାରଣ ମାମଲାଗୁଡ଼ିକର ସଠିକ ତଦନ୍ତ ପାଇଁ ଏଏସଆଇ ଶିବ ନାରାୟଣ ରଥ ପାଇଛନ୍ତି ରାଷ୍ଟ୍ରପତି ପୋଲିସ ପଦକ  ।

ଚ଼ଳିତ ବର୍ଷ ପ୍ରଶଂସନୀୟ ସେବା ପାଇଁ ସର୍ବାଧିକ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ପୋଲିସ ପଦକ । ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ରଖୁଥିବା ସ୍ବଷ୍ଟବାଦୀ ପୋଲିସ ଅଫିସରଭାବେ ପରିଚିତ ଏସପି ମାନସ ରଞ୍ଜନ ଗଡ଼ନାୟକଙ୍କୁ ମିଳିଛି ପ୍ରଶଂସନୀୟ ପୋଲିସ ପଦକ ।

ଚ଼ଳିତ ବର୍ଷ ୧୪ ଜଣ ପୋଲିସ କର୍ମଚାରୀ ମଧ୍ୟ ରାଜ୍ୟପାଳ ପୋଲିସ ପଦକ ପାଇବାକୁ ଯୋଗ୍ୟ ବିବେଚ଼ିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପୁରୀ ଏସପି ଉମାଶଙ୍କର ଦାସ । ବାତ୍ୟା ଫନୀ ବେଳେ ଲୋକଙ୍କ ସହ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା, ବିନା କୌଣସି ଆଇନଶୃଙ୍ଖଳା ପରିସ୍ଥିତିରେ ପୁରୀରେ ଜବରଦଖଲ ଉଚ୍ଛେଦ କରାଇବା ଓ

ଜିଲ୍ଲାରେ ଅପରାଧ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ନିଭେଇବା ଆଦି ଉମାଶଙ୍କର ଦାସଙ୍କ ସଫଳତାମାନଙ୍କ ମଧ୍ୟରେ ଅନ୍ୟତମ । କଟକ ଡିସିପି ଅଖିଳେଶ୍ବର ସିଂ, ଆଇଜି (ଆଧୁନିକିକରଣ) ରେଖା ଲୋହାନି ଓ ଏଡିଜି (ହେଡକ୍ବାର୍ଟରସ) ବିନୟତୋଷ ମିଶ୍ର ମଧ୍ୟ ପାଇଛନ୍ତି ରାଜ୍ୟପାଳ ପୋଲିସ ପଦକ ।

ଏହି ଅବସରରେ ଅଗ୍ନିଶମ ସେବା ପାଇଁ  ଡେପୁଟି ଫାୟର ଅଫିସର ତ୍ରିଲୋକ କୁମାର ବାବୁଙ୍କ ସହ ଅନ୍ୟ ପାଞ୍ଚ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପଦକ । ଜେଲ ବିଭାଗର ସଂସ୍କାରମୂଳକ ସେବା ପାଇଁ ଛଅ ଜଣ ଜେଲ କର୍ମଚାରୀ – ନିରଞ୍ଜନ ସାହୁ, ଲଲାଟେନ୍ଦୁ ଭୁଷଣ ଦାସ, ଶୋଭାଗିନି ସିଂହ, ଅମିର କୁମାର ନାଥ ଶର୍ମା, ଧିରେନ୍ଦ୍ର ନାଥ ବାରିକ ଏବଂ ରାମକୃଷ୍ଣ ଦାସ – ଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ।

ସେହିପରି ଗୃହରକ୍ଷୀ ଏବଂ ସିଭିଲ ଡିଫେନ୍ସ ପାଇଁ ପ୍ଲାଟୁନ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତି, ଲିଲି ପୃଷ୍ଟି, ଅରୁଣ କୁମାର ଜେନା ଏବଂ ଏନ. ରାଜେନ୍ଦ୍ର ଦୋରାଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯାଇଛି ।
First published: January 26, 2020, 11:07 PM IST
corona virus btn
corona virus btn
Loading