ଦୃଷ୍ଟିହୀନ ଯୁକ୍ତ-୨ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର: ବ୍ରେଲ୍ ଲିପିରେ ପ୍ରଥମ ଥର ପାଠ୍ୟ ପୁସ୍ତକ ଛପାଯାଉଛି
ବ୍ରହ୍ମପୁରରେ ଥିବା ଓଡ଼ିଶାର ଏକ ମାତ୍ର ବ୍ରେଲ୍ ପ୍ରେସରେ ଚାଲିଛି ଏହି ମୁଦ୍ରଣ କାର୍ଯ୍ୟ । ଯୁକ୍ତ-୨ର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ମୁଦ୍ରଣ କରିବା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା । ଆଗାମୀ ବର୍ଷ ଯୁକ୍ତ-୨ ଦ୍ବିତୀୟ ବର୍ଷର ପାଠ୍ୟ ପୁସ୍ତକ ମୁଦ୍ରଣ ହେବ ।

ବ୍ରେଲ୍ ଲିପିର ବହି; (ଡାହାଣ) ପ୍ରେସରେ କାର୍ଯ୍ୟରତ କିଛି କର୍ମଚାରୀ
- News18 Odia
- Last Updated: January 22, 2021, 11:53 PM IST
ବ୍ରହ୍ମପୁର: ରାଜ୍ୟରେ ଯୁକ୍ତ-୨ ପଢ଼ୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସେମାନଙ୍କ ପାଇଁ ପ୍ରଥମ ଥର ବ୍ରେଲ୍ ଲିପିରେ ପାଠ୍ୟ ପୁସ୍ତକ ମୁଦ୍ରଣ ଆରମ୍ଭ ହୋଇଛି । ଫେବୃୟାରୀ ମାସ ଶେଷ ସୁଦ୍ଧା ଯୁକ୍ତ-୨ ପ୍ରଥମ ବର୍ଷର ସବୁ ପାଠ୍ୟ ପୁସ୍ତକ ବ୍ରେଲ୍ ଲିପିରେ ମୁଦ୍ରଣ ହୋଇଯିବା ଲକ୍ଷ୍ୟ ରହିଛି । ଏହି ପଦକ୍ଷେପ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ଖୁବ୍ ଉପକୃତ କରିବ ।
ବ୍ରହ୍ମପୁରରେ ଥିବା ଓଡ଼ିଶାର ଏକ ମାତ୍ର ବ୍ରେଲ୍ ପ୍ରେସରେ ଚାଲିଛି ଏହି ମୁଦ୍ରଣ କାର୍ଯ୍ୟ । ଯୁକ୍ତ-୨ର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ମୁଦ୍ରଣ କରିବା ଓଡ଼ିଶା ଇତିହାସରେ ପ୍ରଥମ । ଆଗାମୀ ବର୍ଷ ଯୁକ୍ତ-୨ ଦ୍ବିତୀୟ ବର୍ଷର ପାଠ୍ୟ ପୁସ୍ତକ ମୁଦ୍ରଣ ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି ବ୍ରେଲ୍ ପ୍ରେସ୍ ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ

ବ୍ରହ୍ମପୁରର ବ୍ରେଲ୍ ପ୍ରେସରେ ବ୍ରେଲ୍ ଲିପିର ଉଦ୍ଭାବକ ଲୁଇ ବ୍ରେଲଙ୍କ ପ୍ରତିମୂର୍ତ୍ତି
୨୦୧୩ ମସିହାରେ ଏହି ବ୍ରେଲ୍ ପ୍ରେସର ସମସ୍ତ ମେସିନକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକରଣ କରାଯାଇଥିଲା । ସେହି ବର୍ଷରୁ ହିଁ ଯୁକ୍ତ-୨ ପାଠ୍ୟକ୍ରମ ଅନୁସାରେ ପାଠ୍ୟ ପୁସ୍ତକ ମୁଦ୍ରଣ କରାଯାଇ ପାରିଥାନ୍ତା । କିନ୍ତୁ ପ୍ରେସରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା ଯୋଗୁଁ ମୁଦ୍ରଣ ହୋଇପାରୁ ନ ଥିଲା । ସେହି ସମୟରେ ପ୍ରେସରେ ମୁଦ୍ରଣ ନିମନ୍ତେ ଚାରି ଜଣ କର୍ମଚାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ କାମ ଛାଡ଼ି ଚାଲି ଗଲେଣି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ତୁର୍କୀର ଏହି ଧାର୍ମିକ ନେତାଙ୍କର ୧,୦୦୦ ଜଣ ଗର୍ଲଫ୍ରେଣ୍ଡ ଥିଲେ; ତାଙ୍କୁ ୧,୦୭୫ ବର୍ଷ ଜେଲ୍ ଦଣ୍ଡ ମିଳିଛି
‘‘୨୦୧୮ ମସିହାରେ ପୁଣି ଦୁଇ ଜଣ ନୂତନ ଭାବେ ଯୋଗ ଦେଲେ, ହେଲେ ସେମାନେ ମଧ୍ୟ ନିଜର କାର୍ଯ୍ୟ ଅନୁସାରେ ପାରିଶ୍ରମିକ ମିଳୁ ନ ଥିବା ଯୋଗୁଁ ପ୍ରେସରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି,’’ କହିଛନ୍ତି ଜଣେ କର୍ମଚାରୀ ।
ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା
ଓଡ଼ିଶାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଚାଲୁଥିବା ଦୃଷ୍ଟିହୀନ ବିଦ୍ୟାଳୟଗୁଡ଼ିକୁ ପୁସ୍ତକ ଯୋଗାଇବା ଲାଗି ବ୍ରହ୍ମପୁରରେ ୧୯୮୬ ମସିହା ନଭେମ୍ବର ୧୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ବ୍ରେଲ ପ୍ରେସ୍ । ଓଡ଼ିଶାର ଏକ ମାତ୍ର ବ୍ରେଲ ପ୍ରେସ୍ ରୂପେ ଏହା ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟକୁ ପୁସ୍ତକ ଯୋଗାଇ ଆସୁଛି ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା
ପ୍ରତି ବର୍ଷ ଏହି ପ୍ରେସରେ ପ୍ରଥମରୁ ଦଶମ ଶ୍ରେଣୀ ଦୃଷ୍ଟିହୀନ ପିଲାଙ୍କ ପାଇଁ ପାଠ୍ୟ ପୁସ୍ତକ ମୁଦ୍ରଣ ହୋଇଆସୁଛି । ୨୦୧୩ ମସିହାରେ ପ୍ରେସରେ ମୁଦ୍ରଣ ପାଇଁ କମ୍ପ୍ୟୁଟରାଇଜଡ୍ ମେସିନ୍ ବ୍ୟବସ୍ଥା ହେବା ପରେ ମୁଦ୍ରଣ ସହଜ ହୋଇଥିଲା । ଚଳିତ ବର୍ଷ ଯୁକ୍ତ-୨ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ମୁଦ୍ରଣ ହେବା ଏହି ପ୍ରେସ୍ ପାଇଁ ଓ ରାଜ୍ୟର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି କୁହାଯାଇପାରେ ।
ଦୃଷ୍ଟିହୀନ ଯୁକ୍ତ-୨ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ସୁବିଧା ପାଇଁ ବ୍ରେଲ୍ ପ୍ରେସର କର୍ମଚାରୀମାନେ ଦିନରାତି ଏକ କରି ମୁଦ୍ରଣ କାର୍ଯ୍ୟ ଜାରି ରଖିଥିବା ବେଳେ ସେମାନଙ୍କର ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।