News18 Odia Digital
ବ୍ରହ୍ମପୁର: ଘର ଚଟିଆ ପାଇଁ ବ୍ରହ୍ମପୁରରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା। ଆମେରିକା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଆନ୍ତର୍ଜାତୀୟ ନେତୃତ୍ବ ପରିଦର୍ଶକ କାର୍ଯ୍ୟକ୍ରମରେ ନିମନ୍ତେ ମନୋନୀତ ହୋଇଛନ୍ତି ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର ସାଗର କୁମାର ପାତ୍ର।
ସାଗର ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖରେ ଆମେରିକା ଅଭିମୁଖେ ବାହାରିବେ। ସେଠାରେ ମାର୍ଚ୍ଚ ୧୩ ତାରିଖ ୩୧ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେବେ ସାଗର। ଏହାସହିତ ସାଗର କିଭଳି ଭାବେ ନିଜ ଅଞ୍ଚଳରେ ଘର ଚଟିଆର ସୁରକ୍ଷା ଓ ଏହାର ବଂଶବୃଦ୍ଧି ଦିଗରେ କାମ କରୁଛନ୍ତି ସେ ନେଇ ନିଜର ଅଭିଜ୍ଞତା ଆମେରିକାରେ ବାଣ୍ଟିବେ।
ଲୋପପ୍ରାୟ ହୋଇଥିବା ଘର ଚଟିଆକୁ ପୁନଃ ଗାଁ ଗାଁରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କର ରହିଥିଲା ବଡ଼ ଭୂମିକା। କିଛି ଯୁବକମାନଙ୍କୁ ନେଇ ଏକ ଟିମ ଗଠନ କରି ଘର ଚଟିଆମାନଙ୍କ ନିମନ୍ତେ କୃତ୍ରିମ ଘର ସହିତ ଖାଦ୍ୟପାନୀୟର ବ୍ୟବସ୍ଥା କରିଥିଲେ ସେ। ଯାହାଫଳରେ ବର୍ତ୍ତମାନ ଘରଚଟିଆ ମାନଙ୍କର ବଂଶବୃଦ୍ଧି ହୋଇପାରିଛି। ଆଉ ଏହି ସଫଳତାକୁ ନେଇ ବ୍ରହ୍ମପୁରରୁ ଆମେରିକା ଯିବେ ବ୍ରହ୍ମପୁର ଉପକଣ୍ଠ ଗୁଣ୍ଠବନ୍ଧର ସାଗର କୁମାର ପାତ୍ର। ଆମେରିକା ସରକାରଙ୍କ ପକ୍ଷରୁ ସାଗରକୁ ଡ଼ାକରା ହୋଇଛି। ନିମନ୍ତ୍ରଣ ପାଇବା ପରେ ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖରେ ସାଗର ଆମେରିକା ଅଭିମୁଖେ ବାହାରିବେ।
ମାର୍ଚ୍ଚ ୧୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଆନ୍ତର୍ଜାତୀୟ ନେତୃତ୍ବ ପରିଦର୍ଶକ କାର୍ଯ୍ୟକ୍ରମରେ ସାଗର ଯୋଗଦେବେ।
‘‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ ଶୀର୍ଷକ ଆଲୋଚନାଚକ୍ରରେ ସାମିଲ ହୋଇ ନିଜର ମତ ରଖିବେ ସାଗର। ଆଉ ଏହାସହିତ ସେଠାରେ କିଭଳି ରହିଛି ପରିବେଶ ତାହା ସମ୍ପର୍କରେ ଟିକିନିଖି ତଥ୍ୟ ଆହରଣ କରିବା ସହିତ ନିଜ ଅଞ୍ଚଳରେ କିଭଳି ଘର ଚଟିଆର ସୁରକ୍ଷା ସହିତ ବଂଶବୃଦ୍ଧି କରିବାରେ ସଫଳତା ପାଇଛନ୍ତି ସେ ନେଇ ସେଠାରେ ଉପସ୍ଥିତ ଲୋକଙ୍କୁ ଜଣାଇବେ। ଏହାଛଡ଼ା ଆଉ କଣ ସବୁ କରାଗଲେ ପ୍ରକୃତିକୁ ଆମେ କିଭଳି ଭାବେ ସୁରକ୍ଷା ଦେଇପାରିବା ସେ ନେଇ ଜ୍ଞାନ ଆହରଣ କରିବା ପରେ ତାହାକୁ ନିଜ ଅଞ୍ଚଳର ଗାଁ ଓ ସହର ମାନଙ୍କରେ କାର୍ଯ୍ୟକାରୀ କରିପାରିବେ ସାଗର,’’ କହିଛନ୍ତି ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର।
ସେହିପରି ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ, ‘‘ଦିନ ଥିଲା ଘରଚଟିଆ ମାନଙ୍କର କିଚିରି ମିଚିରି ଶବ୍ଦ ଗାଁ ଫାଟି ପଡ଼ୁଥିଲା। କାରଣ ଗାଁରେ ଥିଲା ଚାଳଛପର ଘର ଓ ମାଟିର ରାସ୍ତା। କିନ୍ତି ଧିରେ ଧିରେ ମାଟି ରାସ୍ତା କଂକ୍ରିଟରେ ପରିବର୍ତ୍ତନ ହୋଇଥିବା ବେଳେ ମାଟି ଘର ଆଉ ନାହିଁ ଗାଁ ଗୁଡ଼ିକରେ। ଯେଉଁଥିପାଇଁ ଘର ଚଟିଆ ମାନଙ୍କର ସଂଖ୍ୟା ମଧ୍ୟ କମିଯାଇଥିଲା। ତେଣୁ ଏହି ଘର ଚଟିଆ ମାନେ କିଭଳି ଗାଁ ପରିବେଶକୁ ପୁଣି ଫେରିବେ ସେ ନେଇ ସାଗର ଗତ ୨୦୧୧ ମସିହାରେ ଗୁଣ୍ଠବନ୍ଧରେ ସ୍ଥାନୀୟ କିଛି ଯୁବକମାନଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଗଠନ କରିଥିଲେ। ସାଗରଙ୍କ ସମେତ ପରିଷଦର ଅନ୍ୟାନ୍ୟ ଯୁବକମାନେ ଗାଁ ଗାଁ ବୁଲି ଘରଚଟିଆ ମାନଙ୍କ ନିମନ୍ତେ କୃତ୍ରିମ ଘର ସହିତ ଖାଦ୍ୟପାନୀୟର ବ୍ୟବସ୍ଥା କରିଥିଲେ। ଯାହାଫଳରେ ଆଜି ଜିଲ୍ଲାର ୨୨ଟି ବ୍ଳକରେ ପ୍ରାୟ ୩୦ଟି ଗାଁରେ ଘରଚଟିଆ ମାନଙ୍କର ଉପସ୍ଥିତି ରହିଛି। ଆଉ ଏସବୁ ସଫଳତା ସାଗରଙ୍କ ପାଇଁ ହୋଇଥିବା ବେଳେ ସେ ବର୍ତ୍ତମାନ ଆମେରିକା ଯିବା ତାହା ଖୁସୀର ବିଷୟ।’’
ପଢ଼ନ୍ତୁ ଏହି ଖବର: ଅଧ କିଲୋମିଟର ପାହାଡ଼ ଚିରି ନିଜ କ୍ଷେତକୁ ଆଣିଲେ ଝରଣା ପାଣିପ୍ରାଥମିକ ପର୍ଯ୍ୟାୟରେ କୁକୁଡ଼ାଖଣ୍ଡି ବ୍ଳକର ଗୁଣ୍ଠବନ୍ଧ, ବାଘଝରି, ଲାଞ୍ଜିଆ, ବିରିବାଡ଼ିଆ ଭଳି କିଛି ଗାଁରେ ଘରଚଟିଆ ମାନଙ୍କ ନିମନ୍ତେ କୃତ୍ରିମ ଘର ଓ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବା ପରେ ଜିଲ୍ଲାର ଅନ୍ୟ ବ୍ଳକ ଓ ସହରରେ ଏଭଳି ଘରଚଟିଆ ମାନଙ୍କ ନିମନ୍ତେ ବ୍ୟବସ୍ଥା କରିଛି ଏହି ପରିଷଦ। ଯାହାଫଳରେ ଯେଉଁ କିଚିରି ମିଚିରି ଶବ୍ଦ ଦିନେ ହଜି ଯାଇଥିଲା ତାହା ପୁଣି ଫେରିପାଇଛି। ଆଉ ଏହି ଘରଚଟିଆ ମାନଙ୍କର କିଚିରି ମିଚିରି ଶବ୍ଦକୁ ଶୁଣି ଘର ପରିବେଶ ସମ୍ପୂର୍ଣ୍ଣ ରୂପେ ପବିତ୍ର ଲାଗୁଛି। ଏଥିପାଇଁ ସାଗରଙ୍କ ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ସେ ଆମେରିକା ଯାଇ ଆହୁରି ଅନେକ ବିଷୟ ଶିକ୍ଷା ଲାଭ କରି ପୁଣି ଗାଁକୁ ଫେରି ଘର ଚଟିଆ ମାନଙ୍କ ନିମନ୍ତେ ଭଲ କାମ କରିବ ଏବଂ ନିଜ ଗାଁ ପିଲା ଏଭଳି ମହତ କାମ କରି ଆମେରିକା ଯିବା ଗାଁ ପାଇଁ ଗର୍ବର କଥା ବୋଲି କହିଛନ୍ତି ସାଗରଙ୍କ ଗାଁର ଗ୍ରାମବାସୀ ପ୍ରତାପ ଚନ୍ଦ୍ର ଗୌଡ଼।
ପଢ଼ନ୍ତୁ ଏହି ଖବର:
ଓଡ଼ିଶାରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ; ନବୀନଙ୍କୁ ପ୍ରତିଶ୍ରୁତି ଦେଲେ ମୁକେଶ ଅମ୍ବାନୀଆମେରିକାରେ ହେବାକୁ ଥିବା ଏହି କାର୍ଯକ୍ରମ୍ରରେ ଓଡ଼ିଶାରୁ ୬ ଜଣ ମନୋନୀତ ହୋଇଥିବା ବେଳେ ସେଥି ମଧ୍ୟରେ ରହିଛନ୍ତି ସାଗର ପାତ୍ର। ଏଭଳି ସୁଯୋଗ ପାଇ ବର୍ତ୍ତମାନ ସାଗର ଆମେରିକା ଯାଉଥିବା ବେଳେ ଗାଁ ଓ ପରିବେଶ ପାଇଁ ସାଗର ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟ ଜାରୀ ରଖିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।