ଆକାଶରେ ଉଡ଼ିବେ ଅନାଥ ଝିଅ; ଦୁବାଇ ଯିବେ ଅପ୍ସାରାଣୀ

ଦୂରାରୋଗରେ ପୀଡ଼ିତ ଅନ୍ୟପଟେ ବାପା ମା ଛେଉଣ୍ଡ । ତଥାପି ମଧ୍ୟ ତାଙ୍କ ମଧ୍ୟରେ ରହିଥିଲା ଆକାଶରେ ଉଡ଼ିବାର ଆଶା । ଯାହା ପୂରା ହେବାକୁ ଯାଉଛି ।

ଦୁବାଇ ଯିବେ ଅପ୍ସାରାଣୀ

ଦୁବାଇ ଯିବେ ଅପ୍ସାରାଣୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ଏଚଆଇଭି ଭଳି ଦୂରାରୋଗରେ ପୀଡ଼ିତ ଓ ବାପା ମା ଛେଉଣ୍ଡ ଛାତ୍ରୀ ଅପ୍ସାରାଣୀ ଯିବେ ଦୁବାଇ। ଭଲ ପାଠ ପଢ଼ୁଥିବା ଯୋଗୁଁ ଦୁବାଇ ଯିବା ନେଇ ଚୟନ ହୋଇଛନ୍ତି। ଭୁବନେଶ୍ବରରୁ ଦୁବାଇ ପ୍ରଥମ ଥର ନିମନ୍ତେ ବିମାନ ଚଳାଚଳ ଉଡ଼ାଣ କାର୍ଯ୍ୟକ୍ରମରେ ୪୦ ଜଣ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ଅପ୍ସାରାଣୀ।

ଗୋଟିଏ ପଟେ ଏଚଆଇଭି ଭଳି ଦୂରାରୋଗରେ ପୀଡ଼ିତ ଅନ୍ୟପଟେ ବାପା ମା ଛେଉଣ୍ଡ । ତଥାପି ମଧ୍ୟ ତାଙ୍କ ମଧ୍ୟରେ ରହିଥିଲା ଆକାଶରେ ଉଡ଼ିବାର ଆଶା । ଆଉ ବର୍ତ୍ତମାନ ସେହି ଆଶା ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି । ରାଜ୍ୟ ଭିତରେ ନୁହେଁ ବରଂ ବିମାନରେ ବସି ବିଦେଶ ତଥା ଦୁବାଇକୁ ଯିବେ ଛାତ୍ରୀ ଜଣକ । ଦୀର୍ଘ ୭ ଦିନ ଧରି ଦୁବାଇ ସହର ବୁଲିବେ । ଏହି ଛାତ୍ରୀ ଜଣକ ହେଉଛନ୍ତି ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଇଲେକଟ୍ରିସିନ୍‌ ବିଭାଗରେ ପାଠ ପଢ଼ୁଥିବା ଅପ୍ସାରାଣୀ ବେହେରା ।

ମାତ୍ର ୯ ବର୍ଷ ବୟସରେ ଅପ୍ସା ନିଜ ପିତା ଓ ମାତାଙ୍କୁ ହରାଇଥିଲେ। ବାପା ମା ଛେଉଣ୍ଡ ହେବା ପରେ ଏକ ଆଶ୍ରୟସ୍ଥଳୀକୁ ସ୍ଥାନୀୟ ପ୍ରଶାସନ ତାଙ୍କୁ ନେଇ ଥଇଥାନ କରାଇଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଅପ୍ସା ଜଣେ ଏଚଆଇଭି ଭଳି ଏକ ଦୂରାରୋଗରେ ପୀଡ଼ିତ ଅଛନ୍ତି । ଏହା ପରେ ତାଙ୍କୁ ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞ୍ଜିବନୀକୁ ଅଣାଯାଇଥିଲା। ଶ୍ରଦ୍ଧା ସଞ୍ଜିବନୀରେ ପାଠପଢ଼ି ଦଶମ ପାସ୍‌ କଲେ। ଦଶମ ପରେ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଇଲେକ୍ଟ୍ରିସିଆନ୍‌ ବିଭାଗରେ ପାଠପଢ଼ିଲେ ଅପ୍ସା। ଏଭଳି ଏକ ଦୁରାରୋଗରେ ଶୀକାର ହୋଇ ମଧ୍ୟ ଜୀବନ ଯୁଦ୍ଧରେ ନ ହାରି ଆଗକୁ ବଢ଼ିଥିବା ଦେଖି ତାଙ୍କୁ ରାଜ୍ୟ ସରକାର ଏକ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି । ଆଉ ତାହା ହେଉଛି ଅପ୍ସା ବିମାନରେ ବସି ବୁଲିବାକୁ ଯିବେ ଦୁବାଇ । ଆସନ୍ତା ୧୫ ତାରିଖରେ ଭୁବନେଶ୍ବରରୁ ଦୁବାଇକୁ ପ୍ରଥମ ଥର ନିମନ୍ତେ ବିମାନ ଚଳାଚଳ ହେବ । ଆଉ ଏଥିରେ ୪୦ ଜଣ ଯାତ୍ରୀ ଯିବାକୁ ଥିବା ବେଳେ ଏଥି ମଧ୍ୟରେ ରହିଛନ୍ତି ଅପ୍ସାରାଣୀ ବେହେରା । ଏହି ଖବର ଶୁଣିବା ପରେ ଅପ୍ସାରାଣୀ ବେଶ ଖୁସୀ ପ୍ରକାଶ କରିଛନ୍ତି । କାରଣ ସେ କେବେବି ଭାବିନଥିଲେ ବିମାନ ବସି ଆକାଶରେ ଉଡ଼ିବା ।
‘‘କେବଳ ଯେ ବିମାନରେ ବସିବା ତାହା ନୁହେଁ ବରଂ ଦୁବାଇ ଭଲି ଏକ ଦେଶକୁ ଯାଇ ସେଠାରେ ପୁଣି ଦୀର୍ଘ ୭ ଦିନ ଧରି ବୁଲିବାକୁ ମଧ୍ୟ ସୁଯୋଗ ମିଳିବ । ଆଉ ଏହି ୭ ଦିନର ବୁଲିବା ମଧ୍ୟରେ ଅନେକ କିଛି ନୂଆ ଶିକ୍ଷା ନିଶ୍ଚିତ ମିଳିବ । ଆଉ ଏଭଳି ସୁଯୋଗ ପ୍ରଦାନ କରିଥିବା ଯୋଗୁଁ ରାଜ୍ୟ ସରକାର ଓ ଶିଳ୍ପ ତାଲିମ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି,‘‘ ଅପ୍ସାରାଣୀ ବେହେରା ।

ନିର୍ବାଚନ ଜିତିଲେ ଗୋଟେ ବର୍ଷ ପାଇଁ ରିଚାର୍ଜ ମାଗଣା; ଘୋଷଣା ପରେ ଚର୍ଚ୍ଚା

‘‘ଅପ୍ସାରାଣୀ ବର୍ତ୍ତମାନ ଇଲେକ୍ଟ୍ରିସିଆନ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ । ସେ ଭଲ ପାଠପଢ଼ୁଥିବା ବେଳେ ପ୍ରାକ୍ଟିକାଲ ମଧ୍ୟ ଭଲ କରିଥାଏ । ଏଚଆଇଭି ରୋଗରେ ପୀଡ଼ିତ ହେଲେ ନିଜକୁ କେବେ ମଧ୍ୟ ରୋଗୀଣା ନ ଭାବି ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଭଲ ଭାବେ ମିଳାମିଶା କରିଥାଏ । ଆଉ ତାହା ପାଖରେ କିଛି ନୂଆ ଶିକ୍ଷା ଲାଭ କରିବାର ଇଚ୍ଛା ସବୁବେଳେ ରହିଥାଏ । ଏଭଳି ଜଣେ ଛାତ୍ରୀଙ୍କୁ ରାଜ୍ୟ ସରକାର ଦୁବାଇକୁ ଯିବା ନିମନ୍ତେ ସୁଯୋଗ ପ୍ରଦାନ କରିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅପ୍ସାଙ୍କ ଶିକ୍ଷୟତ୍ରୀ ସବିତା ପାଢ଼ୀ ।

ଆସନ୍ତା ୧୫ ତାରିଖରେ ଅପ୍ସାରାଣୀ ବେହେରା ଭୁବନେଶ୍ବରରୁ ଦୁବାଇକୁ ଯାଉଥିବା ବେଳେ ଏଥିନିମନ୍ତେ ପାସ୍‌ପୋର୍ଟ, ଭିସା ମଧ୍ୟ ଅପ୍ସାଙ୍କ ନିକଟରେ ପହଞ୍ଚିସାରିଛି । ଦୂରାରୋଗରେ ପୀଡ଼ିତ ହେଲେ ମଧ୍ୟ ପାଠପଢ଼ିବା ଓ ସମାଜରେ ସମ୍ମାନର ସହିତ ବଞ୍ଚିବା ନିମନ୍ତେ  ଅପ୍ସାରାଣୀଙ୍କ ଏଭଳି ଉଦ୍ୟମ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ଉଦାହରଣ ।
Published by:Soumya Das
First published: