ପ୍ରେମିକା ନାଁରେ ଫେକ ଆଇଡ଼ି ଖୋଲି ଅପଲୋଡ଼ କରୁଥିଲା ଅଶ୍ଳୀଳ ଫୋଟ; ପ୍ରେମିକ ଗିରଫ

ଦୁଇବର୍ଷ ସବୁକିଛି ଠିକ ଠାକ ଥିଲା, ହେଲେ ଯେତେବେଳେ ପରିବାର ଲୋକ ମନା କଲେ ନ୍ୟୁଡ଼ କଲର ସ୍କ୍ରିନ ସଟକୁ ଭାଇରାଲ କଲା ପ୍ରେମିକ। ଏଭଳି ଏକ ହେଟ ଷ୍ଟୋରୀର ପ୍ରେମିକକୁ ବାନ୍ଧିଛି କମିଶନରେଟ ପୋଲିସର ସାଇବର ଥାନା ।

ପ୍ରେମିକା ନାଁରେ ଫେକ ଆଇଡ଼ି ଖୋଲି ଅପଲୋଡ଼ କରୁଥିଲା ଅଶ୍ଳୀଳ ଫୋଟ (ପ୍ରତୀକାତ୍ମକ ଛବି)

ପ୍ରେମିକା ନାଁରେ ଫେକ ଆଇଡ଼ି ଖୋଲି ଅପଲୋଡ଼ କରୁଥିଲା ଅଶ୍ଳୀଳ ଫୋଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଫ୍ରେଣ୍ଡସିପରୁ ବନ୍ଧୁତା , ବନ୍ଧୁତାରୁ ପ୍ରେମ ଆଉ ତା ପରେ ଆରମ୍ଭ ହୋଇଥିଲା ନ୍ୟୁଡ଼କଲ । ଦୁଇବର୍ଷ ସବୁକିଛି ଠିକ ଠାକ ଥିଲା, ହେଲେ ଯେତେବେଳେ ପରିବାର ଲୋକ ମନା କଲେ ନ୍ୟୁଡ଼ କଲର ସ୍କ୍ରିନ ସଟକୁ ଭାଇରାଲ କଲା ପ୍ରେମିକ। ଏଭଳି ଏକ ହେଟ ଷ୍ଟୋରୀର ପ୍ରେମିକକୁ ବାନ୍ଧିଛି କମିଶନରେଟ ପୋଲିସର ସାଇବର ଥାନା । ଗିରଫ ଅଭିଯୁକ୍ତ ଗଞ୍ଜାମର ପପୁନ ସାହୁ(୧୯)। ସେ ଯୁକ୍ତ ୩ ଛାତ୍ରଥିବା ଜଣା ପଡ଼ିଛି ।

ସାଇବର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁଇବର୍ଷ ପୂର୍ବେ ରାଜଧାନୀର ଜଣେ ନାବଳିକା ସହ ଫେସବୁକରୁ ସମ୍ପର୍କ ବାନ୍ଧିଥିଲା ଅଭିଯୁକ୍ତ ପପୁନ। ପ୍ରଥମେ ବନ୍ଧୁତା ତାପରେ ପ୍ରେମରେ ପରିଣତ ହୋଇଥିଲା ସମ୍ପର୍କ । ଏପରିକି ପରସ୍ପର ସାତ ଜନମର ସାଥି ହେବାକୁ ମନ ବଳାଇଥିଲେ।  ପ୍ରାୟ ଦୁଇବର୍ଷ ଧରି ପରସ୍ପର ସହ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେବାସହ ହ୍ଵାଟ୍ସଆପରେ ଭିଡ଼ିଓ ଚାଟ କରିଥିଲେ । ଏପରିକି ସମ୍ପର୍କ ନିବିଡ଼ ହେବା ସହ ନ୍ୟୁଡ଼ ଚାଟ ବି କରିବା ଆରମ୍ଭ କରି ଦେଇଥିଲେ।

"ଯେତେବେଳେ ପ୍ରେମିକାଙ୍କ ଘର ଲୋକେ ଦୁହିଁଙ୍କ ପ୍ରେମକୁ ଅସ୍ବୀକାର କଲେ ପ୍ରେମିକ ସାଜିଥିଲା ଭିଲିଆନ। ପ୍ରେମିକା ନାଁରେ ଫେକ ଆଇଡ଼ି କରି ପୂର୍ବରୁ ରଖିଥିବା କିଛି  ନ୍ୟୁଡ଼ ଫଟୋକୁ ଅପଲୋଡ଼ କରିବା କରିବା ସହ ବ୍ଲାକ ମେଲିଂ କରିଥିଲା । ପ୍ରେମିକାଙ୍କ ପରିବାର ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପପୁନକୁ ଗିରଫ କରିଛି ସାଇବର ଥାନା। ଗିରଫ ପରେ ତାର ମୋବାଇଲ ଫୋନକୁ ଜବତ କରାଯାଇଛି । ବିଶେଷ କରି ସେ  କେତୋଟି ଅକାଉଣ୍ଟକୁ ଯୁବତୀଙ୍କ ନ୍ୟୁଡ଼ ଫଟୋ ଭାଇରଲ କରିଛି ସେନେଇ ତଦନ୍ତ ଚାଲିଛି," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।

ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ନୂଆ ଆପ ଜରିଆ ରେ ନ୍ୟୁଡ଼ ଭିଡିଓ କଲ ଓ ବ୍ଲାକ ମେଲ କରି ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ଏଭଳି କଲରୁ ବିରତ ରହିବାକୁ ପୂର୍ବରୁ ପୋଲିସ ଯୁବ ପିଢ଼ିଙ୍କୁ ସଚେତନ କରିଛି ।

ସାଇବର ଏକ୍ସପର୍ଟ କହିଛନ୍ତି,"ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଲୋକେ ସଚେତନ ହଵା ନା ଧରୁ ନାହାଁନ୍ତି ।  ହ୍ଵାଟ୍ସଆପ କିମ୍ବା ଇନଷ୍ଟାରେ କୌଣସି ନ୍ୟୁଡ଼ ଭିଡ଼ିଓ କଲ କରିବା ଅପରାଧ। ତେଣୁ ଯୁବପିଢ଼ି ଏଥିପ୍ରତି ସଚେତନ ହଵା ଆବଶ୍ୟକତା ରହିଛି।"
Published by:Soumya Das
First published: