ପ୍ରେମିକାକୁ ୩୦ ଥର ହାଣିବା ପରେ ଥାନାରେ ଆତ୍ମସମର୍ପଣ କଲା ପ୍ରେମିକ

ଗତ ୭ ବର୍ଷ ହେଲା ମାଧୁରୀ ଓ ଶୁଭମଙ୍କ ମଧ୍ୟରେ ରହିଥିଲା ପ୍ରେମ ସମ୍ପର୍କ । ଆଜି ହଠାତ ଶୁଭମ ଆସି ମାଧୁରୀଙ୍କୁ କାତିରେ ପ୍ରାୟ ୩୦ ରୁ ଅଧିକ ଥର ଆକ୍ରମଣ କରିଥିଲା । ମାଧୁରୀଙ୍କୁ ଆକ୍ରମଣ କରିବା ପରେ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଛି ଶୁଭମ ।

ପ୍ରେମିକାକୁ ୩୦ ଥର ହାଣିବା ପରେ ଥାନାରେ ଆତ୍ମସମର୍ପଣ କଲା ପ୍ରେମିକ

ପ୍ରେମିକାକୁ ୩୦ ଥର ହାଣିବା ପରେ ଥାନାରେ ଆତ୍ମସମର୍ପଣ କଲା ପ୍ରେମିକ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ବଡବଜାର ଥାନା ଅନ୍ତର୍ଗତ ରଘୁନାଥପୁର ନଗରରେ ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଆକ୍ରମଣ (Attack ) କରିଛି । ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ମହିଳା ହେଲେ ମାଧୁରୀ ପଣ୍ଡା ଓ ଝିଲି ସାହୁ । ଆକ୍ରମଣ କରିଥିବା ଯୁବକ ହେଲେ ଶୁଭମ୍ ସାହୁ । ଗୁରୁତର ଅବସ୍ଥାରେ ମାଧୁରୀ ପଣ୍ଡା ଓ ଝିଲି ସାହୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ (MKCG Medical ) ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ (Badabajar police ) ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାଧୁରୀ ପଣ୍ଡା ନିଜର ପିଲାଙ୍କୁ ଟିଉସନରୁ ଆଣିବାକୁ ଯାଇଥିବା ବେଳେ ଟିଉସନ ଭିତରେ ଶୁଭମ ମାଧୁରୀଙ୍କୁ କାତିରେ ଆକ୍ରମଣ କରିଥିଲେ ।

ମାଧୁରୀଙ୍କୁ ଆକ୍ରମଣ କରୁଥିବା ସମୟରେ ଟିଉସନରେ ଥିବା ଝିଲି ସାହୁ ଶୁଭମଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଶୁଭମ ଆକ୍ରମଣ କରିଥିଲା । ତେବେ ଗତ ୭ ବର୍ଷ ହେଲା ମାଧୁରୀ ଓ ଶୁଭମଙ୍କ ମଧ୍ୟରେ ରହିଥିଲା ପ୍ରେମ ସମ୍ପର୍କ । ଆଜି ହଠାତ ଶୁଭମ ଆସି ମାଧୁରୀଙ୍କୁ କାତିରେ ପ୍ରାୟ ୩୦ ରୁ ଅଧିକ ଥର ଆକ୍ରମଣ କରିଥିଲା । ମାଧୁରୀଙ୍କୁ ଆକ୍ରମଣ କରିବା ପରେ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇବା ସହ ଆତ୍ମସମର୍ପଣ କରିଛି ଶୁଭମ । ଶୁଭମଙ୍କୁ ବଡବଜାର ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା କହିଛନ୍ତି ବଡବଜାର ଥାନା ଅଧିକାରୀ ।

ସୂଚନାଯୋଗ୍ୟ, ଉଭୟେ ବିବାହିତ । ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ଦୁଇ ଝିଅ ଅଛି । ଆକ୍ରମଣକାରୀ ଯୁବକର ମଧ୍ୟ ଗୋଟିଏ ପୁଅ ଅଛି ।

ଅଧିକ ଖବର ପଢନ୍ତୁ - http://ଶ୍ରୀଜଗନ୍ନାଥ ମନ୍ଦିର ସେବାୟତଙ୍କ ପରିବାରରେ କମୁଛି ଝିଅଙ୍କ ସଂଖ୍ୟା
Published by:Soubhagya Mishra
First published: