ଓକିଲ ଦୀପାଳି ଆତ୍ମହତ୍ୟା: ଆଉ ଉପାୟ ନ ପାଇ ବୟଫ୍ରେଣ୍ଡ ବିକ୍ରମ କୋର୍ଟରେ ଆତ୍ମସମର୍ପଣ କଲେ

ଗତ ଅକ୍ଟୋବର ୨୦ ତାରିଖରେ ଲିଙ୍ଗିପୁରରେ ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଦୀପାଳିଙ୍କ ମୃତ ଦେହ ମିଳିବା ପର ଠାରୁ ବିକ୍ରମ ଫେରାର ହୋଇଯାଇଥିଲେ । ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଦୀପାଳିଙ୍କ ପରିବାର ଲୋକେ ବି ଭଲ ଭାବରେ ଜାଣିଥିଲେ ।

ବିକ୍ରମ କେଶରୀ ମିଶ୍ର

ବିକ୍ରମ କେଶରୀ ମିଶ୍ର

  • Share this:
News18 Odia Digital

ଭୁବନେଶ୍ବର: ଗିରଫଦାରୀ ଏଡାଇବାକୁ ଚ଼ାରି ମାସ ହେଲା ପୋଲିସ ସହ ଲୁଚ଼କାଳି ଖେଳୁଥିଲେ ଆତ୍ମହତ୍ୟା କରିଥିବା ମହିଳା ଓକିଲ ଦୀପାଳିଙ୍କ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ର । ହେଲେ ସବୁ ପ୍ରକାର ଉଦ୍ୟମ ଫେଲ ମାରିବା ପରେ ହାଇ କୋର୍ଟଙ୍କ ନିର୍ଦ୍ଦେଶ ମାନି ସେ ତଳ କୋର୍ଟରେ ହାଜର ହୋଇଛନ୍ତି ଓ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ଯାଇଛନ୍ତି ।

ପୋଲିସକୁ ଚ଼କମା ଦେଇ ସବୁ ଦିନ ଜାଗା ପରିବର୍ତ୍ତନ କରୁଥିଲେ ବିକ୍ରମ । ଗୁପ୍ତରେ ଓକିଲଙ୍କ ସହ ପରାମର୍ଶ କରି ହାଇ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ୨୦୧୯ ଅକ୍ଟୋବର ୨୦ ତାରିଖରେ ଲିଙ୍ଗିପୁରରେ ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଦୀପାଳିଙ୍କ ମୃତ ଦେହ ମିଳିବା ପର ଠାରୁ ବିକ୍ରମ ଫେରାର ହୋଇଯାଇଥିଲେ । ଏ ମୃତ୍ୟୁ ପଛରେ ତାଙ୍କ ଭୂମିକା ଉପରେ ସନ୍ଦେହ ବଢିଚ଼ାଲିଥିଲା ।

‘‘ମୋ’ ଭଉଣୀର ମୃତ୍ୟୁ ପାଇଁ ବିକ୍ରମ ହିଁ ଦାୟୀ । ମୋ’ ଭଉଣୀ ଯେମିତି ମରିଛି, ବିକ୍ରମ ବି ସେମିତି ମରିବା ଦରକାର । ତାକୁ ଉଚ଼ିତ ଦଣ୍ଡ ଦିଆଯାଉ,’’ କୋର୍ଟରେ କାନ୍ଦି କାନ୍ଦି କହିଛନ୍ତି ଦିପାଳିଙ୍କ ଭଉଣୀ ସେଫାଳି ଜେନା ।

ମଙ୍ଗଳବାର ପୂର୍ବାହ୍ନରେ ହାଇ କୋର୍ଟଙ୍କ ନିର୍ଦ୍ଦେଶ ପାଇ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ବିକ୍ରମ ଆତ୍ମସମର୍ପଣ କରିଥିଲେ । ତାଙ୍କ ଆତ୍ମସମର୍ପଣ ପରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା । ସନ୍ଧ୍ୟାରେ କୋର୍ଟ ବିକ୍ରମଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ।

‘‘ଦୀପାଳିଙ୍କୁ ଆତ୍ମହତ୍ୟା ପାଇଁ ବିକ୍ରମ ଉସକାଉଥିଲେ । ଦୀପାଳିଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ ବିକ୍ରମ । ସହ୍ୟ ନ କରି ଦୀପାଳି ଆତ୍ମହତ୍ୟା କରିଛନ୍ତି । ତେଣୁ ବିକ୍ରମଙ୍କୁ କଠୋର ଦଣ୍ଡ ମିଳିବ,’’ କହିଛନ୍ତି ଦୀପାଳିଙ୍କ ଓକିଲ ପ୍ରଶାନ୍ତ ସାହୁ ।

ତେବେ ଦୀପାଳିଙ୍କ ଆତ୍ମହତ୍ୟାକୁ ନେଇ ଲାଗି ରହିଛି ସସପେନ୍ସ । କାହିଁକି ଆତ୍ମହତ୍ୟା କଲେ ସେ? ୨୦୧୯ ଅକ୍ଟୋବର ୨୦ ଦିନ ଲିଙ୍ଗିପୁରର ଭଡାଘରେ ଉଭୟଙ୍କ ମଧ୍ୟରେ ଏମିତି କଣ ଘଟିଥିଲା? ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଦୀପାଳିଙ୍କ ପରିବାର ଲୋକେ ବି ଭଲ ଭାବରେ ଜାଣିଥିଲେ । ହେଲେ ଉଭୟଙ୍କ ସମ୍ପର୍କରେ କାହିଁକି ସୃଷ୍ଟି ହେଲା ଫାଟ? କାହିଁକି ଦୀପାଳି ନିଜ ରାସ୍ତା ବାଛି ନେଇଥିଲେ? ଯଦି ବିକ୍ରମ ନିର୍ଦ୍ଦୋଷ, ତେବେ ସେ କାହିଁକି ଏତେ ଦିନ ହେଲା ଲୁଚ଼ି ବୁଲୁଥିଲେ? ଏ ସବୁ ପ୍ରଶ୍ନରୁ ପରଦା ହଟାଇବାକୁ ବିକ୍ରମଙ୍କୁ ଶୀଘ୍ର ରିମାଣ୍ଡରେ ନେବାକୁ ଯୋଜନା ରଖିଛି ଧଉଳି ଥାନା ପୋଲିସ ।

ବିକ୍ରମଙ୍କ ବିରୋଧରେ ଧଉଳି ଥାନାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା), ୪୯୩ (ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା), ୫୦୬ (ଧମକଚ଼ମକ ଦେବା), ଏବଂ ଏସସି ଓ ଏସଟି ଆକ୍ଟରେ ରୁଜୁ ହୋଇଛି ମାମଲା ।

ବିକ୍ରମଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ । ମାମଲା ସ୍ପେଶାଲ ସ୍କାର୍ଡକୁ ଦିଆଯାଇଥିଲା । ଏପିରିକି ତାଙ୍କ ମୋବାଇଲ ଫୋନ ଏବଂ ବ୍ୟାଙ୍କ ଟ୍ରାନଜେକସନକୁ କ୍ରମାଗତଭାବେ ଟ୍ରାକିଂ କରାଯାଉଥିଲା । ମଝିରେ ମଝିରେ ବିକ୍ରମଙ୍କ ସମ୍ପର୍କୀୟଙ୍କ ଉପରେ ମଧ୍ୟ ନଜର ରଖୁଥିଲା ପୋଲିସ । ହେଲେ ବିକ୍ରମ ଏ ପର୍ଯ୍ୟନ୍ତ ପୋଲିସ ଆଖିରେ ଧୁଳି ଦେଇ ବୁଲୁଥିଲେ ।
First published: