News 18 Odia Digital
ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଧରାପଡିଛି ଜଣେ ରଙ୍ଗିଲା ଲୁଟେରା । ଯିଏକି ନିଜ ଗର୍ଲଫ୍ରେଣ୍ଡ (girlfriend)କୁ ଖୁସି କରିବା ପାଇଁ କରୁଥିଲା ଲୁଟ୍ । ସାଙ୍ଗ ପାଖରୁ ବାଇକ୍ ଆଣି ରାସ୍ତାରେ ଚାଲୁଥିବା ଏକୁଟିଆ ମହିଳାଙ୍କୁ ଟାର୍ଗେଟ (target) କରୁଥିଲା । ଲୁଟ୍ ସୁନା ଗହଣାକୁ ପ୍ରେମିକାଙ୍କୁ ଗିଫ୍ଟ (gift) କରୁଥିବା ବେଳେ ଆଉ କିଛି ସୁନା ଗହଣା (gold jewelry) ବିକି ଅୟସ କରୁଥିଲା । ଏମିତି ଏକ ଲୁଟେରାକୁ ଗିରଫ କରିଛି ନୟାପଲୀ ଥାନା ପୋଲିସ (police) ।
ଧରା ପଡିଥିବା ଲୁଟେରାର ନାଁ ଚନ୍ଦନ ଜେନା । ମିଳିଥିବା ସୂଚନା ଅନୁସାରେ ତାର ଘର ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ । ଅଭିଯୁକ୍ତ ଲୁଟେରାର ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ୍ ଫେଲ୍ (matruc fail) । ହେଲେ ଚନ୍ଦନର କଳା କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ନିଜର ବାଇକ ନଥିଲେ ମଧ୍ୟ ସାଙ୍ଗମାନଙ୍କ ଠାରୁ ବାଇକ୍ (bike) ମାଗି ଆଣି ସେ ବୁଲାବୁଲି କରେ । ଏକୁଟିଆ ମହିଳା ଦେଖିଲେ ସୁନା ଚେନ୍, ଜିନିଷ ଆଦି ଝାମ୍ପି ନେଇ ଛୁ ମାରୁଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି, ଚନ୍ଦନ ନିଜର ପ୍ରେମିକାଙ୍କୁ ଲୁଟ୍ ସୁନା ଅଳଙ୍କାର ଗିଫ୍ଟ କରେ । ଏଥିସହ କିଛି ସୁନା ଅଳଙ୍କାରକୁ ବନ୍ଧା ପକାଇ ଖୁବ୍ ଅୟସ କରୁଥିଲା ।
ଲୁଟ୍ ଟଙ୍କାରେ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ରହୁଥିଲା ଚନ୍ଦନ । ପ୍ରତିଦିନ ହୋଟେଲ (hotel) ବଦଳାଉଥିଲା । ଏପରିକି ଲୁଟ୍ ସୁନା ଗହଣା ଟଙ୍କାରେ ମୁମ୍ବାଇ, (mumbai) ପୁଣେ, ଗୋଆ ଯାଇ ସେଠାରେ ଆରାମ୍ କରୁଥିଲା ଚନ୍ଦନ । ଗିରଫ ପରେ ଚନ୍ଦନ ନିକଟରୁ ୭ଟି ସୁନା ଚେନ୍ ଜବତ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ଚନ୍ଦନକୁ ରିମାଣ୍ଡ (remand)ରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ ।
ପ୍ରଶ୍ନ ଉଠୁଛି କେବେଠାରୁ ଏମିତି ଲୁଟ୍ପାଟ କରୁଥିଲା ଚନ୍ଦନ ? ତାକୁ କିଏ ସହଯୋଗ କରୁଥିଲା ନା ଏକୁଟିଆ ଲୁଟ୍ କରୁଥିଲା । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ ।
ଏହି ଖବର ପଢ଼ନ୍ତୁ-
କ୍ରିକେଟରେ ପାସ୍, ରିଅଲ୍ ଲାଇଫରେ ଫେଲ୍.. ଦ୍ୱିତୀୟ ବିବାହ କରିବେନି ଧଓ୍ୱନ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।