ଝିଅର ମାଆ ମତେ ଫସେଇ ଦେଲା.. ପ୍ରେମିକ; ପ୍ରେମ କରିବାକୁ ଝିଅର ବୟସ ହେଇନି .. ମାଆ
News 18 Odia Digital
ଭୁବନେଶ୍ୱର : ପ୍ରେମକରି ଜେଲ ଗଲା ପ୍ରେମିକ । କାହାଣୀଟି କୋଉ ଫିଲ୍ମ ଠୁ କମ ନୁହେଁ । ବିକାଶ ବେହେରା ନାମକ ଯୁବକ ପ୍ରେମକରି ଫସିଛନ୍ତି । ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ବଡ଼ ଭାଇଙ୍କ ସହିତ ଭଡ଼ା ଘରେ ରୁହନ୍ତି ବିକାଶ । ଫେସ୍ବୁକ୍ରେ ତାଙ୍କର ଯାଜପୁର ଜିଲ୍ଲାର ଜଣେ ଝିଅ ସହିତ ଚିହ୍ନା ପରିଚିତ ହୋଇଥିଲା । ଆଉ ଦେଢ଼ ବର୍ଷଧରି ଚାଲିଥିଲା ପ୍ରେମ । ଉଭୟଙ୍କ ମଧ୍ୟରେ ଦେଖା ହୋଇନଥିଲେ ହେଁ ଚାଟିଂ, ଭିଡିଓ ଓ ଅଡିଓ କଲରେ ଚାଲିଥିଲା କଥାବାର୍ତ୍ତା । ଏଥିରେ କିନ୍ତୁ କଣ୍ଟା ସାଜିଥିଲେ ପ୍ରେମିକାର ମାଆ ।
ଝିଅର ମା ଅଭିଯୋଗ କରିଛନ୍ତି, ତାଙ୍କ ଝିଅର ପ୍ରେମ କରିବାର ବୟସ ହୋଇନି । ଏନେଇ ସେ ଝିଅକୁ ଆକଟ କରିବା ସହ ବିକାଶର ବାପା ମାଙ୍କ ସହ କଥା ହୋଇଥିଲେ । କିନ୍ତୁ ବିକାଶ ତାଙ୍କ ଝିଅର ଫଟୋ ପଠାଇ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ରହିଛି । ଏହା ପରେ ସେ ଯୋଜନା କରି ବିକାଶ ଏବଂ ତାଙ୍କ ପରିବାରକୁ ଡକାଇଥିଲେ ବାହାଘର ନେଇ ସମସ୍ତ କଥା ହେବା ପାଇଁ । ସେମାନେ ମଧ୍ୟ ଖୁସିରେ ଆସିଥିଲେ । ହେଲେ ଏହି ଖୁସି ଥିଲା ଅଳ୍ପ ସମୟ ପାଇଁ । ବିକାଶ ପହଞ୍ଚିବା ମାତ୍ରେ ପୂର୍ବରୁ ଯୋଜନା ମୁତାବକ ସ୍ଥାନୀୟ ଲୋକେ ଓ ନିକଟସ୍ଥ ସାଇବର ଥାନା ପୁଲିସ ତାଙ୍କୁ ଧରି ପକାଇଥିଲେ ।
ପୋଲିସ ହାତରେ ଧରାପଡ଼ିବା ପରେ ବିକାଶ କହିଛନ୍ତି, ଭଲ ପାଇ ମୁଁ ନାମ ନେଇଛି, ମୋ ଜୀବନ ବରବାଦ ହୋଇଗଲା । ସେ କହିଛନ୍ତି ମୁଁ ଭଲ ପାଉଥିଲି ବୋଲି ପରିବାର ଲୋକେ ଜାଣିଥିଲେ । ଶାଶୁ ରାଜି ହେଉନଥିଲେ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।