News18 Odia Digital
ଭୁବନେଶ୍ୱର/ବୌଦ୍ଧ: ଓଡ଼ିଶାରେ ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ । ସ୍ବାଭିମାନ ଅଞ୍ଚଳ ଛାଡ଼ି ସେମାନେ ଏବେ ସୀମାନ୍ତ ଜିଲ୍ଲାରେ କାୟା ବିସ୍ତାର କରୁଥିବା ସ୍ପଷ୍ଟ ହେଉଛି । ବୋଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାରେ ଜୁଲାଇ ୧୦ ତାରିଖ ଦିନ ନକ୍ସଲମାନଙ୍କ ଗୁଳିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଦୁଇ ଜଣ ଯବାନଙ୍କୁ ପୋଲିସ ଡିଜି ଅଭୟ ଭେଟିଛନ୍ତି । ସୀମାନ୍ତରେ କମ୍ବିଂ ଅପରେସନକୁ ଜୋରଦାର୍ କରିବା ଉପରେ ଫୋକସ୍ କରାଯାଉଛି ବୋଲି ସେ କହିଛନ୍ତି ।
ବୌଦ୍ଧ-କନ୍ଧମାଳ ସୀମା ଗୋଚ୍ଛାପଡ଼ା ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ଗୁଳି ବିନିମୟ ପରେ ଚର୍ଚ୍ଚା ଜୋର ଧରିଛି ଯେ ସ୍ବାଭିମାନ ଅଞ୍ଚଳ ଛାଡ଼ି ମାଓବାଦୀମାନେ ଏବେ ସୀମାନ୍ତ ଜିଲ୍ଲାରେ ସକ୍ରିୟ ହେଉଛନ୍ତି । ମାଓବାଦୀମାନଙ୍କ ସଙ୍ଗଠନ କେ.କେ.ବି.ଏନ୍. (KKBN) ପୁଣି ସକ୍ରିୟ ହେଉଥିବାର ସୂଚନା ମିଳିଛି । ୨୦୧୮ରେ କେ.କେ.ବି.ଏନ୍.ର ମୁଖ୍ୟ ବାଦଲର ମୃତ୍ୟୁ ପରେ ଏବେ ମାଓନେତା ଦଶରୁ ସଙ୍ଗଠନର ମଙ୍ଗ ଧରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି: ୨ରୁ ଅଧିକ ପିଲା ଥିଲେ ମିଳିବନି କୌଣସି ସରକାରୀ ସୁବିଧାଯଦିଓ ଗତ ବେଶ୍ କିଛି ମାସ ଧରି ଓଡି଼ଶା ପୋଲିସ ଟର୍ଗେଟରେ ଦଶରୁ ରହିଛି, ପୋଲିସ ପାଇଁ ତା’ ଟେର୍ ପାଇବା କାଠିକର ପାଠ ହୋଇଛି । ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ଦୁଇ ଯବାନଙ୍କୁ ଭେଟି ପୋଲିସ ଡିଜି ଅଭୟ ସେମାନଙ୍କ ସ୍ୱାସ୍ଥାବସ୍ଥା ବୁଝିବା ସହ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି ଡିଜିପି ଅଭୟ । ‘‘ଉଭଯ ଯବାନ ଏବେ ଭଲ ଅଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ,’’ ସେ କହିଛନ୍ତି ।

ଆହତ ଯବାନ ଦ୍ୱୟଙ୍କୁ ଭେଟିବା ପରେ ଡିଜିପି ଅଭୟ
ବୌଦ୍ଧ ଜିଲ୍ଲା ଉମା ପଞ୍ଚାୟତରେ କନ୍ଧମାଳ-ବୌଦ୍ଧ ସୀମାନ୍ତବର୍ତ୍ତୀ ସମାଦାଙ୍ଗୀ-ନଦେନ୍ ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ଜଣ ଏସ୍.ଓ.ଜି. ଯବାନ — କିରଣ କୁମାର ନାଏକ ଓ ଏସ୍.କେ. ଲାକ୍ରା — ଆହତ ହୋଇଥିଲେ । ଜଣଙ୍କ ଛାତିରେ ଓ ଆଉ ଜଣଙ୍କ ମୁହଁରେ ଗୁଳି ବାଜିଥିଲା । ସେମାନଙ୍କୁ ଘଣ୍ଟାପଡ଼ା ହାଇ ସ୍କୁଲ ପଡ଼ିଆରୁ ଏୟାର ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଥିଲା । ତା’ ପରେ ଆଇ.ଜି. ଅମିତାଭ ଠାକୁରଙ୍କ ନେତୃତ୍ୱରେ ଅପରେସନ୍ ଜାରି ରହିଥିଲା ।
ଏହା ବି ପଢ଼ନ୍ତୁ | ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତିଦୀର୍ଘ ପାଞ୍ଚ ବର୍ଷ ପରେ ବୌଦ୍ଧ ଜିଲ୍ଲାରେ ମାଓ ସଙ୍ଗଠନ ସକ୍ରିୟ ହୋଇଥିବାରୁ ଜିଲ୍ଲା ସମେତ ସାରା ରାଜ୍ୟରେ ଚିନ୍ତା ବଢ଼ିଛି । ଗତ ବର୍ଷ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା । ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ପୂର୍ବରୁ କେ.କେ.ବି.ଏନ୍. ନାମକ ମାଓବାଦୀ ସଙ୍ଗଠନର ଗତିବିଧି ପରିଲିକ୍ଷିତ ହେଉଥିଲା । ହେଲେ ୨୦୧୬ରେ ପୂର୍ବତନ ଏସ୍.ପି. ବି ଗଙ୍ଗାଧର ଗୁଇନ୍ଦା ବିଭାଗକୁ ସକ୍ରିୟ କରି ମାଓ ଗତିବିଧିରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ ।

ଏହି ସ୍ଥାନରେ ପୋଲିସ ସହ ଗୁଳି ବିନିମୟ କରିଥିଲେ ମାଓବାଦୀମାନେ ।
ବୌଦ୍ଧ ଜିଲ୍ଲାରେ ଏହା ପୂର୍ବରୁ ୨୦୧୪ ମସିହାରେ ନୟାଗଡ଼ ସୀମାନ୍ତ ମୁଣ୍ଡେଶ୍ୱର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଛତ୍ରଭାଙ୍ଗ ଦେଇ ଫେରାର ହୋଇଥିଲେ। ପୋଲିସ ହାତରେ ବିପୁଳ ପରିମାଣର ଡେଟୋନେଟର୍ ସହ ବହୁ ମାଓ ସାମଗ୍ରୀ ଲାଗିଥିଲା। ତା’ ପରେ ୨୦୧୬ ମସିହାରେ ହରଭଙ୍ଗା ବ୍ଲକର ତୁକୁଲୁଣ୍ଡା ଗ୍ରାମରୁ କେ.କେ.ବି.ଏନ୍. ମାଓବାଦୀ ସଙ୍ଗଠନର ଜଣେ ହାର୍ଡକୋର୍ ମହିଳା ମାଓବାଦୀ ଜ୍ୟୋତି ମାଡକାମୀକୁ କାବୁ କରିଥିଲା ବୌଦ୍ଧ ପୋଲିସ । ତା’ ପରେ ଆଉ ଜିଲ୍ଲାରେ ବା ସୀମାନ୍ତରେ କୌଣସି ମାଓ ଗତିବିଧି ଦେଖିବାକୁ ମିଳି ନ ଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବତୀ ରାସ୍ତାରେ କାନ୍ଦି କହୁଥିଲେ ‘ସୋନା ବାବୁ, ସୋନା ବାବୁ…;’ ପ୍ରେମିକ ଆଉ କାହାକୁ ବାହା ହେଉଥିଲା‘‘ଗଲା ପାଞ୍ଚ ବର୍ଷ ଧରି ମାଓ କାର୍ଯ୍ୟକଳାପ ଦେଖାଯାଇ ନ ଥିବାରୁ ବୌଦ୍ଧ ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବରେ ଗତ ବର୍ଷ ସରକାର ଘୋଷଣା କରିଥିଲେ । ହେଲେ ଏହି ଘଟଣା ସରକାରଙ୍କ ତଥ୍ୟକୁ ଭୁଲ ପ୍ରମାଣିତ କରିଛି । ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ଏବେ ଭୟର ବାତାବରଣ ଦେଖାଦେଇଛି । ଫଳରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ମାଓ ଦମନ କରି ବାସ୍ତବରେ ଏହାକୁ ମାଓମୁକ୍ତ ଜିଲ୍ଲା କରିବା ଉପରେ ସରକାର ଧ୍ୟାନ ଦେବା ଉଚିତ,’’ କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ସୁକାନ୍ତ ପଟ୍ଟନାୟକ ।
ରାଜ୍ୟରେ ୨୦୨୦ରେ ପୋଲିସ ଗୁଳିରେ ୧୯ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୨୦୧୮ରୁ ୨୦୨୦ ମଧ୍ୟରେ ପୋଲିସ ଅପରେସନରେ ୪୦ରୁ ଅଧିକ ମାଓବାଦୀଙ୍କ ଜୀବନ ଯାଇଛି । ଉପଯୁକ୍ତ ପ୍ଲାନିଂ ସହ କୋମ୍ବିଂ ଅପରେସନ କରି ମାଓବାଦୀଙ୍କୁ ଦମନ କରାଯିବା ଉଚିତ ବୋଲି ମତ ରଖିଛନ୍ତି ପୂର୍ବତନ ପୋଲିସ ଆଇ.ଜି. ସୂର୍ଯ୍ୟମଣି ତ୍ରୀପାଠୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।