ଅର୍ଚ୍ଚନାଙ୍କ ବିରୋଧରେ ଲାଗି ଥିବା ନିର୍ଦ୍ଦିଷ୍ଟ ଦଫା ପ୍ରଯୁଜ୍ୟ ନୁହେଁ: ଅର୍ଚ୍ଚନାଙ୍କ ଓକିଲ

ଅର୍ଚ୍ଚନା ନାଗ ଗିରଫ ମାମଲାରେ ଉଭୟ ପକ୍ଷର ରାୟ ସଂରକ୍ଷିତ ରହିଛି। ଅର୍ଚ୍ଚନାଙ୍କୁ ଜାମିନ ଦିଆଯାଉ ବୋଲି ଅର୍ଚ୍ଚନାଙ୍କ ଓକିଲିଙ୍କ ଯୁକ୍ତି ବାଢ଼ିଛନ୍ତି।

ଅର୍ଚ୍ଚନା ନାଗ (ପ୍ରତୀକାତ୍ମକ ଛବି)

ଅର୍ଚ୍ଚନା ନାଗ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅର୍ଚ୍ଚନା ନାଗ କରିଥିବା ଜାମିନ ଉପରେ ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଜାମିନ ଉପରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରହିଛି। ଅର୍ଚ୍ଚନାଙ୍କୁ ଜାମିନ ଦିଆଯାଉ ବୋଲି ଅର୍ଚ୍ଚନାଙ୍କ ଓକିଲିଙ୍କ ଯୁକ୍ତି ବାଢ଼ିଛନ୍ତି। କିନ୍ତୁ ଜାମିନ ନଦେବା ନେଇ ସରକାରୀ ଓକିଲ ଯୁକ୍ତି ରଖିଥିଲେ।

ଆଜି ଭୁବନେଶ୍ୱର sdjm କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି। ଅର୍ଚ୍ଚନାଙ୍କ ବିରୋଧରେ ଲାଗି ଥିବା ନିର୍ଦ୍ଦିଷ୍ଟ ଦଫା ପ୍ରଯୁଜ୍ୟ ନୁହେଁ ବୋଲି ଓକିଲଙ୍କ ଦେବାଶିଷ ମହାପାତ୍ର ଯୁକ୍ତି ବାଢ଼ିଛନ୍ତି।ଯେଉଁ ଦଫା ଗୁଡିକ ଲଗାଇବା କଥା ନୁହେଁ, ପୋଲିସ ସେହି ଦଫା ଲଗାଇଛି । 354 (ସି)ଦଫା ଲଗାଇବା କଥା ନୁହେଁ ବୋଲି ଯୁକ୍ତି କରିଥିଲେ ଅର୍ଚ୍ଚନାଙ୍କ ଓକିଲ। କେବଳ ସେତିକି ନୁହେଁ ଅଭିଯୋଗକାରିଣୀ ପୂର୍ବରୁ କାହିଁକି ଅଭିଯୋଗ ଆଣିନଥିଲେ, ଏବେ କାହିଁକି ଅଭିଯୋଗ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଅର୍ଚ୍ଚନାଙ୍କ ବିରୋଧରେ ୧୬ଟି ଦଫା ଲାଗି ଥିବା ବେଳେ ୩୭୦, ୩୨୮ ଓ ଆଇଟି ଆକ୍ଟ ୬୬ଇ ଓ ୬୭ ଲାଗିଛି। ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା। ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇ ନଥିଲା। ଅକ୍ଟୋବର ୧୧ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ମାମଲାର ଶୁଣାଣି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ମାମଲାର ଶୁଣାଣି ହୋଇଥିଲା ।

ଅନ୍ଯପକ୍ଷେ ହାଇକୋର୍ଟରେରେ ପହଞ୍ଚିଛି ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ସମ୍ପତ୍ତିର ଇଡି ତଦନ୍ତ ଓ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି। ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ଥାନା ଅଧିକାରୀ ଓ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

ପ୍ରତିଦିନ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ନୂଆ ନୂଆ ଖବର ଆସୁଛି । ଝାରପଡା ଜେଲ ଭିତରେ ନିୟୁଜକୁ ଟ୍ରାକ କରୁଛନ୍ତି ଅର୍ଚ୍ଚନା । କେଉଁ ନିୟୁଜ ଚ୍ଯାନେଲ ତାଙ୍କ ବିଷୟରେ କେଉଁ ଖବର ପରିବେଷଣ କରୁଛନ୍ତି, ତାଙ୍କ ଖବରକୁ ନେଇ କେଉଁ ନେତା ପ୍ରତିକ୍ରିୟାରେ କଣ କହୁଛନ୍ତି ସେସବୁ ଜେଲରେ ଲାଗିଥିବା ଟିଭିରେ ଦେଖୁଛନ୍ତି ଅର୍ଚ୍ଚନା। ସବୁଠୁ ବଡ଼ କଥା ହେଲା ଜେଲ ଭିତରେ ବିନ୍ଦାସରେ ଅର୍ଚ୍ଚନା ଥିବା ସୂଚନା ମିଳିଛି। ଜେଲରେ ଥିବା ଅନ୍ୟ ମହିଳାଙ୍କ ସହ କଥାବାର୍ତ୍ତା କରୁନଥିବା ବେଳେ ଜେଲ ଖାଇବା ଖାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜେଲରେ ଥିଲେ ମଧ୍ୟ ମାନସିକ ଅବସାଦରେ ନଥିବା ଜଣା ପଡ଼ିଛି । ନିଜ ବେଲ ପାଇଁ ଓକିଲଙ୍କ ସହ କଥାବାର୍ତ୍ତା ହେଉଛନ୍ତି ବୋଲି ଜଣା ପଡିଛି । ରାଜଧାନୀରେ ବଡ଼ ବଡ଼ିଆଙ୍କୁ ନିଜ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ପତ୍ନୀ ଅର୍ଚ୍ଚନା ନାଗ। ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ।
Published by:Soumya Das
First published: