ଏମ୍ଆରପି ଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ

ମୂଳ ପ୍ରଶ୍ନକର୍ତା ବିଧାୟକ ଅରବିନ୍ଦ ଢାଲୀ ପ୍ରଶ୍ନରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଛନ୍ତି ଯେ ରାଜ୍ୟର ଅନେକ ସ୍ଥାନରେ MRP ଠାରୁ ଅଧିକ ଦାମରେ ବିକ୍ରି ହେଉଛି ମଦ।

 ଦେଶୀ ଓ ବିଦେଶୀ ମଦ

ଦେଶୀ ଓ ବିଦେଶୀ ମଦ

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟରେ ଏମ୍ଆରପି ଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ। ରାଜ୍ୟ ସରକାର ଏହାକୁ ସ୍ବୀକାର କରିଛନ୍ତି। ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି। ମୂଳ ପ୍ରଶ୍ନକର୍ତା ବିଧାୟକ ଅରବିନ୍ଦ ଢାଲୀ ପ୍ରଶ୍ନରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଛନ୍ତି ଯେ ରାଜ୍ୟର ଅନେକ ସ୍ଥାନରେ MRP ଠାରୁ ଅଧିକ ଦାମରେ ବିକ୍ରି ହେଉଛି ମଦ।

ଅଚାନକ ପରିଦର୍ଶନ ସମୟର ଏଭଳି ଘଟଣା ସାମ୍ନାକୁ ଆସିଲେ ତଦନ୍ତ କରାଯାଇଥାଏ। ଅଧିକ ଦରରେ ବିକ୍ରି ଅଭିଯୋଗ ଆସିବା ମାତ୍ରେ ଜିଲ୍ଲା ସ୍ତରର ଆବଶ୍ୟକ ସ୍ତରରେ ଡିଭିଜନ ସ୍ତରରେ ତଦନ୍ତ କରାଯାଇଥାଏ। ରାଜ୍ୟ ସ୍ତରୀୟ ସ୍କ୍ୱାଡ ଦ୍ବାରା ତଦନ୍ତ ହୋଇଥାଏ। ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହେଲେ ଲାଇସେନ୍ସଧାରୀଙ୍କ ବିରୁଦ୍ଧରେ ସେରିୟସ ଇ-ରେଗୁଲାରିଟୀ ରିପୋର୍ଟ ଦାୟର ହେବା ସହ କାର୍ଯ୍ୟାନୁଷ୍ଠାନ ହୋଇ ଥାଏ। ଏହି କ୍ରମରେ ୨୦୨୧ -୨୨ ଆର୍ଥିକ ବର୍ଷରେ ୨୯ଟି ସେରିୟସ ଇ-ରେଗୁଲାରିଟୀ ରିପୋର୍ଟ ଦାୟର ହୋଇଛି। ଏ ବାବଦରେ ୨୯ ଲକ୍ଷ ଟଙ୍କାର ଜୋରିମନା ଆଦାୟ କରାଯାଇଛି।

ସେହିପରି ୨୦୨୨-୨୩ ଜୁନ ସୁଦ୍ଧା MRP ଠାରୁ ଅଧିକ ଦାମର ଦେଶୀ ବିଦେଶୀ ମଦ ବିକ୍ରି ଅଭିଯୋଗରେ ୩୧ଟି ଏସ ଆଇ ଆର କେସ ଦାୟର ହୋଇଛି। ସେଥି ମଧ୍ୟରୁ ୮ ଟି ମାମଲାରେ ୮ ଲକ୍ଷ ଟଙ୍କା ଜୋରିମନା ଆଦାୟ କରାଯାଇଛି। ବାକି ୨୩ଟି ମାମଲା ବିଚାରାଧୀନ ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ।ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ ଜନଗହଳି ଓ ମନ୍ଦିର ଠାରୁ କେତେ ଦୂରରେ ମଦ ଦୋକାନ ହେବା ଉଚିତ୍? ମଦ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନକାଳ ରେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ।

ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଉତ୍ତରରେ କହିଥିଲେ ଯେ କୌଣସି ଜିନିଷ କିଣିଲେ ରସିଦ ଦେବାର ବ୍ୟବସ୍ଥା ଅଛି। ସେହିପରି ମଦ କିଣିବାରେ ମଧ୍ୟ ରସିଦ ଦେବାର ବ୍ୟବସ୍ଥା ଅଛି। ଗ୍ରାହକଙ୍କ ଉପରେ ନିର୍ଭର କରେ ରସିଦ ନେବେ କି ନାହିଁ।ଅନ୍ୟ ସଦସ୍ୟ ବି ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଥିଲେ।
Published by:Soumyashree Mishra
First published: