କରୋନାର ବଢୁଥିବା ମାମଲା ମଧ୍ୟରେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ

ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ଯେଉଁ ଭଳି ହାରରେ ସଂକ୍ରମଣ ବଢୁଛି ସେଇଭଳି ମଧ୍ୟ ଆଗକୁ ବଢ଼ିବା ଜାରି ରହିବ।

କରୋନାର ବଢୁଥିବା ମାମଲା ମଧ୍ୟରେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ

କରୋନାର ବଢୁଥିବା ମାମଲା ମଧ୍ୟରେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା କୋଭିଡ ସଂକ୍ରମଣ। ଦିନକରେ କୋଭିଡ ସଂକ୍ରମଣ ପାଞ୍ଚ ହଜାର ପାଖାପାଖି ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୧,୬୦୦ ଟପିଥିବା ବେଳେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ କାୟା ବିସ୍ତାର ଆରମ୍ଭ କରିଛି କୋଭିଡ। ପ୍ଲାଟୋ ଷ୍ଟେଜ ନଆସିବା ପର୍ଯ୍ୟନ୍ତ କୋଭିଡ ସଂକ୍ରମଣ ବଢ଼ିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏହାର ମୁକାବିଲା ପାଇଁ ଆଜିଠୁ ବୁଷ୍ଟର ଡୋଜ ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ବିଶେଷଜ୍ଞଙ୍କ ମତରେ ଯେଉଁ ହାରରେ ସଂକ୍ରମଣ ବଢୁଛି ସେହି ହାରରେ ମଧ୍ୟ ସଂକ୍ରମଣ କମିବ।

ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ଯେଉଁ ଭଳି ହାରରେ ସଂକ୍ରମଣ ବଢୁଛି ସେଇଭଳି ମଧ୍ୟ ଆଗକୁ ବଢ଼ିବା ଜାରି ରହିବ। ଖାସ କରି ଯେ ପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନ ଆସିଛି ଆମେ କହି ପାରିବା ନାହିଁ ଯେ ନିର୍ଦ୍ଦିଷ୍ଟ ଭାବେ କେବେ ସଂକ୍ରମଣ କମିବ। ବର୍ତ୍ତମାନଠାରୁ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର।

ସେ ଆହୁରୀ କହିଥିଲେ ଯେ, ସୋମବାର ତଥା ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ୍। ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଏହି ଡୋଜ ଦିଆଯିବ। ଆଶା କରାଯାଉଛି ଡବଲ ଡୋଜ ପରେ ବୁଷ୍ଟର ଡୋଜ ଦିଆଗଲେ ଏହା ଅଧିକ ଫଳପ୍ରଦ ହେବ। ପୂର୍ବ ଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ। ଏହା ଛଡ଼ା ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ବ ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଥିଲେ।

ସେହିଭଳି ନୂଆ ଓମିକ୍ରନ୍ ପ୍ରସଙ୍ଗରେ ସେ କହିଥିଲେ ଯେ, ରାଜ୍ୟରେ ପୁଣି ଚିହ୍ନଟ ହେଇଥିବା ୧୪ ଆକ୍ରାନ୍ତ ମଧ୍ୟରେ ୮ ଜଣଙ୍କର ଆନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ଅଛି। ଏମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ୭ ଜଣ ମହିଳା। ବାଲେଶ୍ଵରରୁ ୪ ଜଣ, ସମ୍ବଲପୁର, ଖୋର୍ଦ୍ଧା, ଯାଜପୁରରୁ ବାକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ବୟସ ୧୧ ରୁ ୫୪ ବର୍ଷ ବୟସ ଭିତରେ। ଅଧିକାଂଶ ଲୋକଙ୍କ କଣ୍ଟାକ୍ ଟ୍ରେସିଙ୍ଗ ସରିଛି, ସମସ୍ତଙ୍କ ନେଗେଟିଭ ଆସିଛି ଆଉ କିଛି ଜଣଙ୍କ କଣ୍ଟାକ୍ ଟ୍ରେସିଙ୍ଗରୁ ପଜିଟିଭ ମଧ୍ୟ ଆସିଛି ଓ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରାଜ ମିଶ୍ର କହିଥିଲେ ଯେ କୋଭିଡ ସଂକ୍ରମଣ ବୃଦ୍ଧିକୁ ନେଇ ଭୟଭୀତ ହେବା ଅନାବଶ୍ୟକ। କାରଣ କୋଭିଡର ଏହି ଭାରିଆଣ୍ଟ ପୂର୍ଵ ତୁଳନାରେ କମ୍ କ୍ଷତି କାରକ। ଏହା ବ୍ୟତୀତ ଏବେ ଆମ ପାଖରେ ପ୍ରତିଷେଧକ ଟିକା ରହିଥିବା ବେଳେ ବୁଷ୍ଟର ଡୋଜ ମଧ୍ୟ ରହିଛି। ସଂକ୍ରମଣ ବଢ଼ିଥିଲା ବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ଓ ଆକ୍ରାନ୍ତଙ୍କ ମୃତ୍ୟୁ ହାର ନଗଣ୍ୟ। ତେଣୁ ଏହାକୁ ନେଇ ଅଧିକ ଭୟଭୀତ ହେବା ଅନୁଚିତ।

ସେ ଆହୁରୀ କହିଛନ୍ତି ଯେ ଯେଉଁ ଗତିରେ ଏହି ସଂକ୍ରମଣ ବଢୁଛି ସେହି ହାରରେ ମଧ୍ୟ ସଂକ୍ରମଣ କମିବ। ଅନୁମାନ ଚଳିତ ମାସ ଶେଷ ଆଡକୁ ପିକ୍ ଆସିପାରେ। କିନ୍ତୁ ଏହା ଉପରେ କାବୁ ପାଇବା ପାଇବାକୁ ହେଲେ ସମସ୍ତଙ୍କୁ ମିଳିତ ଭାବେ ଉଦ୍ୟମ କରିବାକୁ ହେବ। ବିଶେଷ କରି କୋଭିଡ ନିୟମ ଅନୁପାଳନ କରିବା ଜରୁରୀ। ତେବେ କୋଭିଡ ନିୟମ ମାନିବାକୁ ସମସ୍ତେ ଗୁରୁତ୍ୱ ଦେଲେ ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ବିଶେଷଜ୍ଞଙ୍କ ମତ। ତେବେ ଏହା କୋଭିଡର ତୃତୀୟ ଲହର କି ନୁହେଁ ସେ ନେଇ ତର୍ଜମା କରାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି।
Published by:Lipina Das
First published: