ମାଗଣା ବୁଷ୍ଟର ଡୋଜ ପ୍ରକ୍ରିୟା; ରାଜଧାନୀରେ ୧୯ଟି ସ୍ଥାନରେ ଦିଆଯାଉଛି ଟିକା

Booster Dose: ଆରମ୍ଭ ହୋଇଛି ୧୮ ରୁ ୫୯ ବର୍ଷ ବୟସ ବର୍ଗଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ। ଭୁବନେଶ୍ୱରର ୧୯ଟି ସେଣ୍ଟରରେ ଏହି ଟିକାକରଣ ଚାଲିଛି।

 ରାଜଧାନୀରେ ୧୯ଟି ସ୍ଥାନରେ ଦିଆଯାଉଛି ଟିକା

ରାଜଧାନୀରେ ୧୯ଟି ସ୍ଥାନରେ ଦିଆଯାଉଛି ଟିକା

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଭୁବନେଶ୍ବର: ତୃତୀୟ ବା ବୁଷ୍ଟର ଡୋଜ ପାଇଁ ଲମ୍ବା ଲାଇନ୍। ହାତରେ ଅଛି ଆଧାର କାର୍ଡ଼, ତା ସହିତ ପଞ୍ଜିକରଣ ଫୋନ ନମ୍ବର। ଅନଲାଇନ ପଞ୍ଜିକରଣ କାଗଜ ଓ ମେସେଜ ଧରି ଠିଆ ହୋଇଛନ୍ତି ହିତାଧିକାରୀ। କ୍ୟାପିଟାଲ ହସ୍ପିଟାଲ ସମେତ ୟୁନିଟ୍ ୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସବୁଠି ଖାଚାଖଚ ଭିଡ଼। ଶୁକ୍ରବାରଠୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ମାଗଣା ବୁଷ୍ଟର ଡୋଜ ପ୍ରକ୍ରିୟା। ରାଜଧାନୀରେ ବୁଷ୍ଟର ଡ଼ୋଜ ନେବେ ୭ ଲକ୍ଷ ହିତାଧିକାରୀ। ଯାହାର ଅବଧି ୭୫ ଦିନ।

ଏ ନେଇ ଆରମ୍ଭ ହୋଇଛି ୧୮ ରୁ ୫୯ ବର୍ଷ ବୟସ ବର୍ଗଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ। ଭୁବନେଶ୍ୱରର ୧୯ଟି ସେଣ୍ଟରରେ ଏହି ଟିକାକରଣ ଚାଲିଛି । ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭରମ୍ଭ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ।

ଏନେଇ ବିଏମସି କମିଶନର କହିଛନ୍ତି,"ସବୁ ସେଣ୍ଟରର ଟିକାକରଣ ନେଇ ଜନସାଧାରଣଙ୍କୁ ଆଗୁଆ ସୂଚନା ଦିଆଯାଉଛି। କ୍ୟାମ୍ପେନ ମୋଡ଼ରେ ଟିକାକରଣ କରାଯିବ। ବିଏମସି ଅଞ୍ଚଳରେ କୋଭିଡ ବଢୁଥିବାରୁ ଟିକାକରଣ ତ୍ୱରାନ୍ୱିତ କରାଯିବ ସହ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଇଛି। ଏବେ ଦୈନିକ ତିନି ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି। ଟେଷ୍ଟିଂକୁ ଦ୍ୱିଗୁଣିତ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ଲୋକ ବୁଷ୍ଟର ଡୋଜ ନିଅନ୍ତୁ। ସମସ୍ତେ ମିଳିମିଶି ଆମେ କୋଭିଡ ସଂକ୍ରମଣକୁ କମାଇପାରିବା।"

ମାଗଣା ବୁଷ୍ଟର ଡୋଜ ପ୍ରକ୍ରିୟା ଆରମ୍ଭ


ଭୁବନେଶ୍ୱରରେ କୋଭିଡ ନିୟନ୍ତ୍ରଣ ଲାଗି ଆୱାରନେସ ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି। ଆୱାରନେସ ଲାଗି ୱାର୍ଡ ସ୍ତରୀୟ କମିଟି ଗଠନ ହୋଇଛି।

ଏହି କମିଟି କର୍ପୋରେଟର, ୱାର୍ଡ ଅଫିସରଙ୍କ ସହ କିଛି ନାଗରିକଙ୍କୁ ନେଇ କମିଟି ଗଠନ ହୋଇଛି। କମିଟିର ବୈଠକ ଆରମ୍ଭ ହୋଇଯାଇଛି। ଗହଳି ହେଉଥିବା ସ୍ଥାନ, ମଲରେ ଗହଳି ନ କରିବାକୁ ସଚେତନ କରାଯାଉଛି। ବିନା ମାସ୍କରେ କାହାକୁ ପ୍ରବେଶ କରିବା ପାଇଁ ନ ଦେବାକୁ ସବୁ ମଲ, ବ୍ୟବସାୟୀଙ୍କୁ କୁହାଯାଇଛି। ଏହାକୁ ଆହୁରି କଡ଼ାକଡ଼ି ଭାବେ ମନିଟରିଂ କରାଯିବ। ଟେଷ୍ଟିଂ ବଢ଼ାଯିବ। ଯେଉଁମାନେ ପଜିଟିଭ ଅଛନ୍ତି, ପ୍ରଥମେ ହୋମ ଆଇସୋଲେସନ ଓ ଆବଶ୍ୟକ ପଡ଼ିଲେ ହସ୍ପିଟାଲାଇଜେସନ କରାଯିବ ବୋଲି କହିଛନ୍ତି ବିଏମସି କମିଶନର।

ସେପଟେ କ୍ୟାପିଟାଲ ହସ୍ପିଟାଲରେ କିନ୍ତୁ ଦୈନିକ ୭୦୦ ଲୋକଙ୍କୁ ବୁଷ୍ଟର୍ ଡୋଜ ଦିଆଯାଉଛି। ରାଜଧାନୀବାସୀଙ୍କୁ କୋଭିଡ ଗାଇଡଲାଇନ ଭିତରେ ରହିବାକୁ ନିବେଦନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।
Published by:Lipina Das
First published: