୧୭ ପତ୍ନୀଙ୍କ ରସିକିଆ ସ୍ୱାମୀ ରମେଶ ସ୍ବାଇଁର ଜୀବନ ଶୈଳୀ ଉପରେ ଲେଖାଯିବ ବହି

ଠକ ରେମଶ ଉପରେ ୱେବ ସିରିଜ ପରେ ଲେଖା ହେବ ବହି। ଠକର କାହାଣୀ ଶୁଣିବା ପରେ କିଛି ଲେଖିକା କାହାଣୀ ଲେଖିବା ପାଇଁ ମନ ବଳାଇଛନ୍ତି। ବହିଟିର ନାଁ ଚୂଡାନ୍ତ ନିଷ୍ପତ୍ତି ହୋଇ ନଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ବହିର ନାଁ ଲେଖାଯାଇଛି ‘ବ୍ରାଣ୍ଡେଡ ଠକ’।

୧୭ ପତ୍ନୀଙ୍କ ରସିକିଆ ସ୍ୱାମୀ ରମେଶ ସ୍ବାଇଁର ଜୀବନ ଶୈଳୀ ଉପରେ ଲେଖାଯିବ ବହି

୧୭ ପତ୍ନୀଙ୍କ ରସିକିଆ ସ୍ୱାମୀ ରମେଶ ସ୍ବାଇଁର ଜୀବନ ଶୈଳୀ ଉପରେ ଲେଖାଯିବ ବହି

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଗିରଫ ଠକ ନକଲି ଡାକ୍ତର ରମେଶ ସ୍ବାଇଁ ମାମଲାରେ ରବିବାର ରମେଶର ଦ୍ବିତୀୟ ପତ୍ନୀଙ୍କୁ ରିମାଣ୍ଡରେ ଆଣି ଜେରା କରିଛି ମହିଳା ଥାନା ପୋଲିସ। ଦ୍ବିତୀୟ ପତ୍ନୀ କମଳା ସ୍ବାଇଁଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପିଙ୍କ୍ ଟିମ। ଠକେଇ ସିଣ୍ଡିକେଟରେ କଣ ଥିଲା କମଳାଙ୍କ ଭୂମିକା। ଟଙ୍କା କେଉଁଠି ଇନଭେଷ୍ଟ ହୋଇଛି, ଏ ବବାଦରେ ଝାଳ ବୁହା ଜେରା କରୁଛି ଟିମ।

କମିଶନରେଟ ପୋଲିସ ରିମାଣ୍ଡ ପାଇଁ କମଳାଙ୍କୁ ୭ ଦିନ ଆବେଦନ କରିଥିବା ବେଳେ ୪ ଦିନ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ। ଅନୁମତି ପରେ ମହିଳା ଥାନାର ଏକ ଟିମ ଝାରପଡା ଜେଲକୁ ଯାଇ ସେଠୁ କମଳାଙ୍କୁ ନିଜ ହେପାଯତକୁ ଆଣିଥିଲା। ରିମାଣ୍ଡର ପ୍ରଥମ ଦିନରେ ସ୍ବାମୀ-ସ୍ତ୍ରୀ ସିଣ୍ଡିକେଟର ଆରମ୍ଭ ହେଲା ଖୋଳତାଡ଼। ସ୍ତ୍ରୀ ମୁହଁରୁ ସ୍ବାମୀର ଠକେଇ ଗୁମର ଖୋଲିବାକୁ ଯୋଜନା କରିଛି ତଦନ୍ତକାରୀ ସଂସ୍ଥା। କିଭଳି ଓଡ଼ିଶାରେ ଠକୁଥିଲେ ଓ ରାଜ୍ୟ ବାହାରେ ଲୁଚାଉଥିଲେ ସେନେଇ ତଦନ୍ତ କରୁଛି ପୋଲିସ। ଦୀର୍ଘ ୨୦ ବର୍ଷ ଧରି କିଭଳି ଠକ ଦମ୍ପତି ଲୋକଙ୍କୁ ଭୁଆଁ ବୁଲାଉଥିଲେ ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ମହିଳା ଥାନା ପକ୍ଷରୁ କୁହାଯାଇଛି।

"ରିମାଣ୍ଡ ସମୟରେ ବିଶେଷ କରି କମଳାଙ୍କ ରମେଶ ସହ କିଭଳି ହୋଇଥିଲା ପରିଚିତ? ବିବାହ ପରେ କିଭଳି ଠକିବା ଆରମ୍ଭ କରିଥିଲେ? ଠକେଇ ଟଙ୍କା କେଉଁଠାରେ ଇନଭେଷ୍ଟ ହୋଇଛି? ଠକେଇ ଟଙ୍କାରେ କଣ କଣ ସବୁ ସମ୍ପତି କରିଛନ୍ତି? ରମେଶଙ୍କ ଏକାଧିକ ବିବାହରେ ତାଙ୍କର ଭୂମିକା କଣ ଥିଲା? ଏଭଳି ଅକାଧିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଆମେ ଯୋଜନା କରିଛୁ। କାରଣ ରମେଶର ପଲିଗ୍ରାଫ ଟେଷ୍ଟ ବେଳେ ସେ ଅନେକ କଥା ମିଛ କହିଛି। ତେଣୁ ସେହି ପ୍ରଶ୍ନକୁ ନେଇ ଦ୍ବିତୀୟ ପତ୍ନୀକୁ କ୍ରସ ଚେକ୍ କରିଛି ପୋଲିସ," କହିଛନ୍ତି ମହିଳା ଥାନା ଅଧିକାରୀ ସନ୍ତୋସିନୀ ବେହେରା।

ସେପଟେ ଆହ୍ଲାବାଦରୁ କମଳା ସ୍ବାଇଁଙ୍କୁ ଗୋଟିଏ ଦାମୀ କାର ଓ ୫ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ, ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ପୋଲିସ। ସେ ସବୁକୁ ନେଇ ଏବେ ତଦନ୍ତ ଚାଲିଛି। ସେହିପରି କମଳାଙ୍କ ନାମରେ ଥିବା ସବୁ ସମ୍ପତ୍ତିକୁ ନେଇ ଖୋଳତାଡ଼ କରାଯାଉଛି ବୋଲି ତଦନ୍ତକାରୀ ଟିମ ପକ୍ଷରୁ କୁହାଯାଇଛି। ରାଜ୍ୟ ବାହାରେ କେଉଁଠି ଟଙ୍କା ବିନିଯୋଗ ହୋଇଛି ତାହାକୁ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି।

ସେପଟେ ଠକ ରେମଶ ଉପରେ ୱେବ ସିରିଜ ପରେ ଲେଖା ହେବ ବହି। ଠକର କାହାଣୀ ଶୁଣିବା ପରେ କିଛି ଲେଖିକା କାହାଣୀ ଲେଖିବା ପାଇଁ ମନ ବଳାଇଛନ୍ତି। ବହିଟିର ନାଁ ଚୂଡାନ୍ତ ନିଷ୍ପତ୍ତି ହୋଇ ନଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ବହିର ନାଁ ଲେଖାଯାଇଛି ‘ବ୍ରାଣ୍ଡେଡ ଠକ’। ଠକ ରମେଶର ଜୀବନ ଶୈଳୀ, ଏକାଧିକ ପତ୍ନୀକୁ ବିବାହ ଓ ଠକେଇର ତରିକା ଉପରେ କାହାଣୀ ଗତିଶୀଳ ହେବ। ଏହି ବହିଟିକ ପଢ଼ିବା ପରେ ସାଧାରଣ ଲୋକ ସଚେତନ ହେବେ ବୋଲି ଲେଖିକା ଆଶାବାଦୀ ଅଛନ୍ତି।

ସୂଚନାଯୋଗ୍ୟ, ୧୭ ପତ୍ନୀଙ୍କ ସ୍ୱାମୀ ରମେଶ ବିରୋଧରେ ଏପର୍ଯ୍ୟନ୍ତ ବିଭିନ୍ନ ଥାନାରେ ୧୬ଟି ଅଭିଯୋଗ ଆସିଛି। ପ୍ରାୟ ୮ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ରେମଶ ଲିଙ୍କରେ ଭଉଣୀ, ଡ୍ରାଇଭର, ତୃତୀୟ ପତ୍ନୀ ବନ୍ଧା ହୋଇଥିବା ବେଳେ ଭିଣୋଇ ଫେରାର ଅଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଥିବା ମହିଳା ଥାନା ପକ୍ଷରୁ କୁହାଯାଇଛି।
Published by:Lipina Das
First published: