Paytmରେ ଘରେ ବସି ଫଟାଫଟ୍ LPG ସିଲିଣ୍ଡର ବୁକ୍ କରନ୍ତୁ; ୫୦ ଲକ୍ଷ ଲୋକ ବୁକିଂ କରୁଛନ୍ତି

ପେଟିଏମ୍ ମାଧ୍ୟମରେ ଗତ ବର୍ଷକ ମଧ୍ୟରେ ୫୦ ଲକ୍ଷ ଲୋକ LPG ସିଲିଣ୍ଡର ବୁକିଂ କରିଛନ୍ତି । ପେଟିଏମ୍ ଏହି ସେବା ପାଇଁ ତିନିଟି ରନ୍ଧନ ଗ୍ୟାସ୍ ପ୍ରଦାନକାରୀ କମ୍ପାନୀଙ୍କ ସହ ସହଭାଗିତା କରିଛି । ଜାଣନ୍ତୁ କେମିତି ବୁକିଂ କରିବେ ପେଟିଏମରେ ।

Paytmରେ ଘରେ ବସି ଫଟାଫଟ୍ LPG ସିଲିଣ୍ଡର ବୁକ୍ କରନ୍ତୁ; ୫୦ ଲକ୍ଷ ଲୋକ ବୁକିଂ କରୁଛନ୍ତି
ଏଲପିଜି ସିଲିଣ୍ଡର ଦେଶର ସବୁ ଠାରୁ ବଡ଼ ୟୁଟିଲିଟି ବର୍ଗରେ ଆସେ ।
  • News18 Odia
  • Last Updated: November 20, 2020, 6:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏବେ ଅନେକ ଲୋକ ଏଲପିଜି ସିଲିଣ୍ଡର (LPG Cylinder) ବୁକିଂ କରିବା ପାଇଁ ପେଟିଏମ (Paytm) ବ୍ୟବହାର କରୁଛନ୍ତି । ଏହି ଡିଜିଟାଲ ଆର୍ଥିକ ସେବା ପ୍ଲାଟଫର୍ମ କହିଛି ଯେ ଏହା ମାଧ୍ୟରେ ଏଲପିଜି ବୁକିଂ ସୁବିଧା ଆରମ୍ଭ ହେବାର ବର୍ଷକ ମଧ୍ୟରେ ୫୦ ଲକ୍ଷରୁ ଅଧିକ ବୁକିଂ ଆସିଛି । ଏହା ସହିତ ପେଟିଏମ୍ ବର୍ତ୍ତମାନ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ସର୍ବବୃହତ ପ୍ଲାଟଫର୍ମରେ ପରିଣତ ହୋଇଛି ।

ଗତ ବର୍ଷ ପେଟିଏମ୍ 'ବୁକ୍ ଏ ସିଲିଣ୍ଡର' (Book a Cylinder) ସୁବିଧା ଲଞ୍ଚ କରିଥିଲା । ଏଥି ପାଇଁ କମ୍ପାନୀ ପ୍ରଥମେ ଏଚପି ଗ୍ୟାସ୍ (HP Gas) ଓ ପରେ ଇଣ୍ଡିଆନ୍ ଅଏଲର (Indian Oil) ଇଣ୍ଡେନ୍‌ ସହିତ ସହଭାଗିତା କରିଥିଲା । ଚଳିତ ବର୍ଷ ମେ ମାସରେ ଭାରତ ଗ୍ୟାସ (Bharat Gas) ସହିତ ବି ସହଭାଗିତାର ଘୋଷଣା କରାଯାଇଛି । ପେଟିଏମ୍ ମାଧ୍ୟମରେ ଅତି ସହଜ ଓ ସୁବିଧାଜନକ ଉପାୟରେ ଗ୍ୟାସ୍ ବୁକିଂ ସୁବିଧା ମିଳୁଥିବାରୁ ବହୁ ଲୋକ ଏହି ପ୍ଲାଟଫର୍ମକୁ ଗୁରୁତ୍ୱ ଦେଇ ଏହାର ବ୍ୟବହାର କରୁଛନ୍ତି ।

ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ଏହି ପ୍ଲାଟଫର୍ମ କେମିତି କାମ କରେ?

ପେଟିଏମ୍ ଆପ୍ ମାଧ୍ୟମରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ଗ୍ରାହକଙ୍କୁ 'ବୁକ୍ ଏ ସିଲିଣ୍ଡର' ଟ୍ୟାବକୁ ଯିବାକୁ ପଡ଼ିବ । ଏହି ଟ୍ୟାବରେ ସେମାନଙ୍କୁ ନିଜ ଗ୍ୟାସ୍ ପ୍ରଦାନକାରୀ କମ୍ପାନୀ, LPG ID, ମୋବାଇଲ୍ ନମ୍ବର ଓ କଞ୍ଜ୍ୟୁମର ନମ୍ବର ଦେବାକୁ ପଡ଼ିବ । ଏହା ପରେ ସେମାନଙ୍କୁ ପେମେଣ୍ଟ ବି ଦେବାକୁ ପଡ଼ିବ । ଏହା ପରେ ନିକଟସ୍ଥ ଗ୍ୟାସ୍‌ ଏଜେନ୍ସି ଗ୍ରାହକଙ୍କ ଘରେ ଗ୍ୟାସ ସିଲିଣ୍ଡର ଆଣି ଦେଇଥାଏ ।

ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି

ପେଟିଏମର ଉପାଧ୍ୟକ୍ଷ ନରେନ୍ଦ୍ର ଯାଦବ କହିଛନ୍ତି, ‘‘ଏଲପିଜି ସିଲିଣ୍ଡର ଦେଶର ସବୁ ଠାରୁ ବଡ଼ ୟୁଟିଲିଟି ବର୍ଗରେ ଆସେ । ସବୁ ସାମାଜିକ-ଅର୍ଥନୈତିକ ଶ୍ରେଣୀ ଓ ଭୌଗୋଳିକ କ୍ଷେତ୍ରର ଲୋକେ ଏଥିରେ ସାମିଲ୍‌ ଅଛନ୍ତି । ଏହା ଆମ ପାଇଁ ଉଚ୍ଚ ପ୍ରାଥମିକତା ବର୍ଗରେ ଆସେ । ଅତ୍ୟାବଶ୍ୟକ ସେବାଗୁଡ଼ିକର ଡିଜିଟାଇଜେସନ୍ ଆଡ଼କୁ ଯିବା ପାଇଁ ଏହା ମଧ୍ୟ ଏକ ପ୍ରମୁଖ ମାଧ୍ୟମ । ଚଳିତ ଆର୍ଥିକ ବର୍ଷ ଶେଷରେ ଆମେ ଏକ କୋଟି ବୁକିଂ ସଂଖ୍ୟା ଅତିକ୍ରମ କରିବାକୁ କାର୍ଯ୍ୟ କରୁଛୁ ।’’



ୟୁଟିଲିଟି ବିଲ୍ ପେମେଣ୍ଟ ହେଉଛି ପେଟିଏମର ଏକ ପ୍ରମୁଖ ଅଂଶ । ଏଥିରେ ଏହି କମ୍ପାନୀ ଅନେକ ବର୍ଗରେ ବଜାରର ଅଗ୍ରଣୀ ଭାବରେ ଉଭା ହୋଇଛି । ଏଥିରେ ବିଦ୍ୟୁତ୍, ପାଇପ୍ ଗ୍ୟାସ୍ ଓ ଜଳ ଇତ୍ୟାଦି ୟୁଟିଲିଟି ବିଲ୍ ଅନ୍ତର୍ଭୁକ୍ତ । ବର୍ତ୍ତମାନ କମ୍ପାନୀ ସାରା ଦେଶରେ ନିଜର ସେବା ବୃଦ୍ଧି ଉପରେ ଧ୍ୟାନ ଦେଉଛି ।
Published by: Anand Shankar Thankur Das
First published: November 20, 2020, 6:16 PM IST
corona virus btn
corona virus btn
Loading