ଅହିରାଜ ସାପର ହୋଇଛି ପ୍ଲାଷ୍ଟର; ମାସେ ପାଣି ପିଇବ ନାହିଁ

ବାଲୁଗାଁରୁ ଇଟା ମାଡ଼ ଖାଇ ୪ଟି ପିଞ୍ଜରା ହାଡ଼ ଭାଙ୍ଗିଥିବା ଅହିରାଜ ସାପର ପ୍ଲାଷ୍ଟର୍ କରାଯାଇଛି । ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଓ ତାଙ୍କର ଟିମ ମିଶି ସଫଳତାର ସହିତ ଅତି ବିଷଧର ଅହିରାଜ ସାପର ପ୍ଲାଷ୍ଟର୍ କରିଛନ୍ତି।

ହାଡ଼ ଭାଙ୍ଗିଥିବା ଅହିରାଜ ସାପର ପ୍ଲାଷ୍ଟର୍ କରାଯାଇଛି (ପ୍ରତୀକାତ୍ମକ ଛବି)

ହାଡ଼ ଭାଙ୍ଗିଥିବା ଅହିରାଜ ସାପର ପ୍ଲାଷ୍ଟର୍ କରାଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଏକ୍ସରେ ସରିବା ପରେ ଅହିରାଜର ପ୍ଲାଷ୍ଟର ହୋଇଛି। ନା ଦିଆଯାଉଛି ମୂଷା ନା ଆଉ କିଛି ଖାଦ୍ୟ। ଖାଦ୍ୟ ଖାଇଲେ କାଳେ ଭାଙ୍ଗିଥିବା ହାଡରେ ପୁଣି ସମସ୍ୟା ସୃଷ୍ଟି ହେବ ସେ ନେଇ ମାସେ ଖାଇବ ନାହିଁ। କେବଳ ପାଣି ପିଇ ବଞ୍ଚିବ ଅହିରାଜ।

୨୪ ତାରିଖରୁ ଅହିରାଜ ଖାଦ୍ୟ ଖାଇନି। ତଥାପି ଫଣା ଟେକୁଛି। ଗୋଟିଏ ପ୍ଲାଷ୍ଟର ପୂର୍ବର ଆଉ ପରର। ହାଡ଼ ଭାଙ୍ଗିଛି କିନ୍ତୁ ତା ଭିତରେ ଲାଞ୍ଜରେ ଠିଆ ହେଉଛି ଅହିରାଜ। ପ୍ଲାଷ୍ଟର ପରେ ବେକ ଟେକି ଉପରକୁ ଉଠି ଫଣା ଟେକୁଛି। ପ୍ଲାଷ୍ଟିକ ନଳୀ ଭିତରେ ପଶି ଲହ ଲହ କରୁଛି। ବାଲୁଗାଁରୁ ଇଟା ମାଡ଼ ଖାଇ ୪ଟି ପିଞ୍ଜରା ହାଡ଼ ଭାଙ୍ଗିଥିବା ଅହିରାଜ ସାପର ପ୍ଲାଷ୍ଟର୍ କରାଯାଇଛି । ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଓ ତାଙ୍କର ଟିମ ମିଶି ସଫଳତାର ସହିତ ଅତି ବିଷଧର ଅହିରାଜ ସାପର ପ୍ଲାଷ୍ଟର୍ କରିଛନ୍ତି। ପ୍ଲାଷ୍ଟର୍ କରିବା ପାଇଁ ଏକ ୩ଇଞ୍ଚ ମୋଟେଇ ପିଭିସି ପାଇପକୁ ଆରି ସାହାଯ୍ୟରେ କଟା ଯାଇଥିଲା । ଏହା ପରେ ସେହି ଦୁଇ ଫାଳ ପାଇପର ଭିତର ପଟେ ତୁଳା ପ୍ୟାଡିଙ୍ଗ ଦିଆଯାଇ ହାଡ଼ ଭାଙ୍ଗିବା ସ୍ଥାନର ଦୁଇ ପଟେ ରଖି ଲିଉକୋପ୍ଲାଷ୍ଟ ମାଇକ୍ରୋପୋର ଗୁଡେଇ ସିଧା କରି ରଖା ଯାଇଥିଲା । ସାପଟିକୁ ଆଣ୍ଟି ବାୟୋଟିକ ଓ ପେନକିଲର  ଇଂଜେକସନ ମଧ୍ୟ ଦିଆଯାଇଥିଲା ।

୩ ସପ୍ତାହ ଅବଜରଭେସନ ପରେ ସାପଟି ସୁସ୍ଥ ହେଇଯିବ ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଭେଟନାରୀ ର ସର୍ଜରି ବିଭାଗ କହିଛି। ବାଲୁଙ୍ଗା ନାଭାଲ ବେସ ନିକଟରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା ୧୨/ଫୁଟର ଅହିରାଜ ସାପକୁ ୨୭ ତାରିଖରେ ଭୁବନେଶ୍ୱର ଓୟୁଏଟିରେ କେବଳ ନର୍ମାଲ ଏକ୍ସରେ କରଯାଇଥିଲା।  ଦୀର୍ଘ ଏକ ଘଣ୍ଟା ଧରି ଡାକ୍ତରୀ ଟିମ୍ ଚିକିତ୍ସା କରିବା ପରେ ସାପ ସାମାନ୍ୟ ସୁସ୍ଥ ରହିଥିଲା। କିଛି ଲୋକ ସାପର ଅଣ୍ଟା ଭାଙ୍ଗି ଦେଇଥିବାରୁ ସାପଟି ଚଳ ପ୍ରଚଳ ହୋଇ ପାରୁ ନଥିଲା । ସ୍ନେକ ହେଲଲାଇନ୍ ସାପଟିକୁ ଉଦ୍ଦାର କରିବା ପରେ ଓୟୁଏଟିରେ ଚିକିତ୍ସା କରାଯିବା ପରେ ଆଜି ପ୍ଲାଷ୍ଟର କରାଯାଇଛି। ଏକ୍ସରେ ପରେ ଜଣାପଡ଼ିଛି ସାପର ଭାଙ୍ଗିଛି ପଞ୍ଜରାର ୪ଟି ହାଡ।

ଅହିରାଜର ପଞ୍ଜରାରେ ପ୍ଲାଷ୍ଟର କରିବା ପରେ ସୁସ୍ଥତା ନେଇ ସ୍ପଷ୍ଟ କରାଯିବ । ସେପଟେ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ କହିଛନ୍ତି ଏହା ଏକ ବିରଳ ଚିକିତ୍ସା। ଭାରତ ବର୍ଷର ଏତେବଡ ସାପକୁ କେହି କେବେ ଧରିକି ଚିକିତ୍ସା କରିନଥିଲେ। ସାପ ସୁସ୍ଥ ପରେ ତାକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯିବ।
Published by:Soumya Das
First published:
)}