News18 Odia Digital
ଖୋର୍ଦ୍ଧା: ଖୋର୍ଦ୍ଧା ଜଟଣୀ ଇଣ୍ଡିଆନ ଅଏଲ ଡିପୋର ମ୍ୟାନେଜର ନୃଷିଂହ ଚରଣ ସେଠୀଙ୍କ କାର୍ ଉପରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନଙ୍କର ଏହି ବୋମା ମାଡ଼ରେ ଅଳ୍ପକେ ବର୍ତ୍ତିଯାଇଛଛନ୍ତି ସେଠୀ, ହେଲେ କାର୍ ଡ୍ରାଇଭର ଆହତ ହୋଇଛନ୍ତି ।
ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ସବୁ ଦିନ ପରି ଡିପୋରୁ କାମ ସାରି ସେଠୀ ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ପାଖାପାଖି ୭ଟା ବେଳେ ତାଙ୍କ କାର୍ ଉପରେ ଅଚାନକ ହୋଇଥିଲା ଦୁଇଟି ବୋମା ମାଡ଼ । ଏହି ଘଟଣା ଘଟିଥିଲା ଜଟଣୀ ଡିପୋ ରୋଡ଼ ମଜୁରିକୁଣ୍ଡ ତାରିଣୀ ମନ୍ଦିର ନିକଟରେ । ପୂର୍ବରୁ ତାଙ୍କ କାର୍ ଆସିବାକୁ ଜଗି ରହିଥିଲେ ଦୃବୁର୍ତ୍ତମାନେ ।
ସେଠୀଙ୍କ କାର୍ ରାସ୍ତାରେ ଥିବା ଏକ ହମ୍ପସ ପାଖରେ ପହଞ୍ଚି ଧୀର ହୋଇଯିବା ବେଳେ ତା’ ଉପରକୁ ବୋମା ମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତମାନେ । ବୋମା ମାଡ଼ର ଶବ୍ଦ ବାଣ ଫୁଟିବା ପରି ଜୋରରେ ହୋଇଥିଲା ଓ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଦୌଡ଼ିଆସିଥିଲେ ।

ସେଠୀ କିଛି ଦିନ ତଳେ ଡିପୋ ନିକଟରେ ଚାଲିଥିବା ଏକ ତେଲ ଚୋରୀ ରାକେଟକୁ ଧରିଥିଲେ ।
ଏହି ଘଟଣାର ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଘଟଣା ସ୍ଥଳ ପରିଦର୍ଶନ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଇଣ୍ଡିଆନ ଅଏଲ ଡିପୋର ମ୍ୟାନେଜର ନୃଷିଂହ ଚରଣ ସେଠୀ କିଛି ଦିନ ତଳେ ଡିପୋ ନିକଟରେ ଚାଲିଥିବା ଏକ ତେଲ ଚୋରୀ ରାକେଟକୁ ଧରିଥିଲେ । ଏହି ରାକେଟ୍ ବିଷୟରେ ସେ ଜଟଣୀ ପୋଲିସ ପାଖରେ ଅଭିଯୋଗ କରିଥିଲେ ଓ ତେଲ ଚୋରି ହେଉଥିବା ସ୍ଥାନରେ ଏକ ସିସିଟିଭି କ୍ୟାମେରା ଲଗାଇଥିଲେ । ଏହି ବୋମା ମାଡ଼ ପଛରେ ସେହି ତେଲ ଚୋରି ରାକେଟର ହାତ ଥିବା ସନ୍ଦେହ କରାଯାଉଛି ।
ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲାବୋମା ମାଡ଼ରେ କାରର ସାମନା କାଚରେ (ୱିଣ୍ଡସ୍କ୍ରିନ୍) ଏକ ବଡ଼ ବିଳ ହୋଇଯାଇଥିଲା । କାଚଟି ଭାଙ୍ଗି ଯାଇଥିଲେ ବି ତଳକୁ ଖସି ପଡ଼ି ନ ଥିଲେ । ଭାଙ୍ଗି ଖସି ପଡ଼ିଥିଲେ ଉଭୟ ସେଠୀ ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥାନ୍ତେ । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିପୋ ଭିତରକୁ ନିଆଯାଇଥିଲା । ପୋଲିସ ବର୍ତ୍ତମାନ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଓ ଡିପୋର କର୍ମଚାରୀ ଓ ଆଖପାଖର ଲୋକଙ୍କ ସହ ପଚରାଉଚରା ଚଳେଇଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।