ରାଜଧାନୀ ଭୁବନେଶ୍ୱରରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ ।
- News18 Odia
- Last Updated :
- New Delhi, India
News 18 Odia Digital
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ । ସୋ-ରୁମ୍ ଉପରକୁ ବୋମା ପକାଇବା ସହ ଏହାର କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ଜୀବନରୁ ମାରିଦେବାକୁ ଧମକ ମିଳିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି ।
ଘଟଣା ବେଳେ ଭୟରେ ୧୫ ମିନିଟ୍ ଧରି ସୋରୁମ୍ ଭିତରେ ଲୁଚି ରହିଲେ କର୍ମଚାରୀ । ସୋ-ରୁମ୍ର ମାଲିକ ସିକିମ୍ ଯାଇଥିବାବେଳେ ଏହି ଘଟଣା ଘଟିଛି । ରାତି ପ୍ରାୟ ସାଢେ ୯ଟା ବେଳକୁ ୨ଟି ବାଇକ୍ରେ ୫ଜଣ ଦୁର୍ବୃତ୍ତ ଆସି ବୋମାମାଡ କରିଥିଲେ । ସୋ-ରୁମ୍ ବନ୍ଦ କରୁଥିବା ବେଳେ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ପଥର ଫିଙ୍ଗିଥିଲେ । ବୁଲେଟ୍ରେ ବସିଥିବା ଦୁଇ ଜଣଦୁର୍ବୃତ୍ତ ଏକ ସୁତୁଲି ବୋମା ଫିଙ୍ଗିବାରୁ ସୋରୁମ୍ରେ ଅନେକ କ୍ଷତି ହୋଇଛି ।
ସୂଚନା ଅନୁଯାୟୀ ସହିଦନଗର ଥାନା ପୋଲିସର ଏକ ଟିମ୍ ତନାଘନା କରିବା ସହ ବୋମାର ଟୁକୁଡା ସବୁ ଜବତ କରିଛି । କିଛି ଦିନ ତଳେ ଦୋକାନ ସାମ୍ନାରେ ଗ୍ରାହକଙ୍କୁ ହଇରାଣ କରୁଥିବାରୁ ସୋ-ରୁମ୍ ମାଲିକଙ୍କ ପୁଅ ଏବଂ କିଛି ଅସାମାଜିକ ଯୁବକଙ୍କର ବିବାଦ ହୋଇଥିଲା । ଏଡାକୁ ନେଇ ସଂପୃକ୍ତ ଯୁବକମାନେ ବୋମା ଫିଙ୍ଗିଥିବା ସନ୍ଦେହ କରାଯାଉଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।