ରାଜଧାନୀରେ ବୋମାମାଡ଼ ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ

ରବିବାର ଦିନ ରାତିରେ ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ବୋମାମାଡ ହୋଇଥିଲା। ଏଥିରେ ୨ ଜଣ ଗୁରୁତର ହୋଇ ଚିକିତ୍ସା ହେଉଥିବା ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ବର : ରାଜଧାନୀ ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ରବିବାର ଦିନ ବୋମାମାଡ ହୋଇଥିଲା। ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିବା ବେଳେ ଦୁଇ ଜଣ ଏହି  ଘଟଣାରେ ଗୁରୁତର ହୋଇଥିଲେ।

ବୋମାମାଡ ଯୋଗୁଁ ଜଣଙ୍କର ଶରୀରର ଅଧାରୁ ଅଧିକ ଅଂଶ ପୋଡିଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ରବିବାର ଦିନ ସନ୍ଧ୍ୟା ସମୟରେ ଏହି ବୋମାମାଡ଼ ହୋଇଥିଲା । ଅଭିଯୁକ୍ତମାନେ ୩ଟା ବୋମା ପିଙ୍ଗି ଥିଲେ। ଏୟାରଫିଲ୍ଡ ଥାନା ପୋଲିସ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ଦଦନ୍ତ କରୁଛି। ଏହି ଘଟଣାରେ ଚାରି ଜଣ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରୁଛି।

ପ୍ରକାଶ ଥାଉକି ରବିବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ବୋମାମାଡ଼ ହେଇଥିଲା । ଘଟଣାକୁ ୩୬ ଘଣ୍ଟା ବିତିଥିଲେ ମଧ୍ୟ ବୋମାମାଡ଼ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାର ବିଫଳ ହୋଇଛି।
Published by:Sujit Swain
First published: