ବାଣ ତିଆରି ବେଳେ ବଡ଼ ବିସ୍ଫୋରଣ; ଚାଲିଗଲା ୪ ଜୀବନ, ୩ ଗୁରୁତର

ବାଣ ତିଆରି କରୁଥିବା ବେଳେ ଘଟିଲା ବଡ଼ ବିସ୍ଫୋରଣ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ଯୁ ହୋଇଛି ।

ବଡ଼ ବିସ୍ଫୋରଣ

ବଡ଼ ବିସ୍ଫୋରଣ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ବାଣ ତିଆରି ବେଳେ ବଡ଼ ବିସ୍ଫୋରଣ (Bomb Explosion)। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାଯାଇଛି। ଖୋର୍ଦ୍ଧା(Khordha) ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ଆଜି ସକାଳେ ଘଟିଛି ଏଭିଳି ଦୁର୍ଘଟଣା ।

ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଛି। ଆସନ୍ତାକାଲି ଦୋଳ ମେଳଣ ସମୟରେ ବାଣପର୍ବ ଅନୁଷ୍ଠିତ ହେବାର ଥିଲା। ଏହି କାରଣରୁ ବହୁ ସଂଖ୍ୟରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି।

ଦୋଳ ଉତ୍ସବ ଲାଗି ବାଣ ତିଆରି ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ଜୀବନ ଯାଇଛି। ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲିକ ହଟ ବେହେରାଙ୍କ ପାଇଁ ବାଣ ପ୍ରସ୍ତୁତ କରୁଥିବା ବେଳେ ଏହି ବିରାଟ ଦୁର୍ଘଟଣା ଘଟିଥିଲା । ପାଖରେ ଥିବା ୪ଟି ଘର ମଧ୍ଯ ପୋଡି ଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାର ପ୍ରୟାସ ଜାରି ରଖିଛନ୍ତି। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Published by:Soumya Das
First published: