ବ୍ରହ୍ମପୁରରେ ଆତଙ୍କ; ପୋଲିସ ଉପରକୁ ବୋମାମାଡ଼

ପୋଲିସ ଉପରକୁ ବୋମାମାଡ । ଘଟଣାସ୍ଥଳରେ ପହଞ୍ଚିଲେ ବ୍ରହ୍ମପୁର ଏସପି ।

ପୋଲିସ ଉପରକୁ ବୋମାମାଡ଼

ପୋଲିସ ଉପରକୁ ବୋମାମାଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବ୍ରହ୍ମପୁର: ପୋଲିସ ଉପରକୁ ବୋମାମାଡ ହୋଇଛି। ପୋଲିସ ଉପରକୁ ୩ ଜଣ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ହୋଇଥାଇପାରେ ବୋଲି ମିଳିଛି ସୂଚନା । ବଡବଜାର ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଘଟିଛି ଏଭଳି ଘଟଣା ।

ବୋମା ମାଡ ପରେ ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ଆସି ପହଞ୍ଚିଛନ୍ତି । ପ୍ରାଥମିକ ଯାଞ୍ଚରୁ ଦୁଇଟି ଅଫୁଟା ବୋମା ସହିତ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ଯ, ପୋଲିସର ଚଢାଉ ବେଳେ ପୋଲିସ ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ ।ଗତକାଲି ଶ୍ରୀକ୍ଷେତ୍ର ବିହାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ଜଣଙ୍କ ଘର ଉପରକୁ ବୋମା ମାଡ ହୋଇଥିଲା । ସେହି ଘଟଣାକୁ ନେଇ ଆଜି ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ଆଜି ସୂଚନା ପାଇ ଶ୍ରୀକ୍ଷେତ୍ର ବାହାରରେ ରେଡ୍ କରିଥିଲା ପୋଲିସ ।
Published by:Soumya Das
First published: