ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନଙ୍କ ପରଲୋକ; କ୍ୟାନସରରେ ପୀଡ଼ିତ ଥିଲେ

ଇରଫାନଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି 'ସଲାମ ବମ୍ବେ', 'ମକ୍‌ବୁଲ୍', 'ପାନ୍ ସିଂ ତୋମାର୍', 'ଦି ଲଞ୍ଚ୍ ବକ୍ସ୍', 'ହାଇଦର୍', 'ଗୁଣ୍ଡେ', 'ପିକୁ', 'ତଲ୍‌ୱାର୍' ଏବଂ 'ହିନ୍ଦୀ ମିଡିୟମ୍'।

ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନଙ୍କ ପରଲୋକ; କ୍ୟାନସରରେ ପୀଡ଼ିତ ଥିଲେ
ଇର୍‌ଫାନଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିଲା ।
  • News18 Odia
  • Last Updated: April 29, 2020, 1:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଜି ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନଙ୍କ ମାତ୍ର ୫୩ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଗତ କାଲି ରାତିରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ରାଜସ୍ଥାନ ଜୟପୁରରେ ଜନ୍ମିତ ଇର୍‌ଫାନଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିଲା । ଏଥି ସହିତ ଅନେକ ଥର ଜାତୀୟ ପୁରସ୍ତାରରେ ମଧ୍ୟ ସମ୍ମାନୀତ ହୋଇଥିଲେ ଇରଫାନ୍‌ । କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ ସିନେମାରେ ମଧ୍ୟ ଇରଫାନ୍‌ ବେଶ ନାଁ କମେଇଛନ୍ତି ।

ଇରଫାନ୍‌ ଖାନ୍‌


ହିନ୍ଦୀ ଟେଲିଭିଜନ ସିରିଏଲରୁ ନିଜ ଅଭିନୟ କାରିୟର ଆରମ୍ଭ କରିଥିଲେ ଇରଫାନ୍‌ । ୨୦୧୮ ମସିହାରେ ସେ ନିରୋନଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ । ସେହି ଦିନ ଠାରୁ ଚିକିତ୍ସାଧୀନ ଥିଲେ ଇରଫାନ ।  ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଇର୍‌ଫାନ୍ କେତେଗୁଡ଼ିଏ ଦଶନ୍ଧି ଧରି କାମ କରିଥିଲେ ।

ଇରଫାନଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି 'ସଲାମ ବମ୍ବେ', 'ମକ୍‌ବୁଲ୍', 'ପାନ୍ ସିଂ ତୋମାର୍', 'ଦି ଲଞ୍ଚ୍ ବକ୍ସ୍', 'ହାଇଦର୍', 'ଗୁଣ୍ଡେ', 'ପିକୁ', 'ତଲ୍‌ୱାର୍' ଏବଂ 'ହିନ୍ଦୀ ମିଡିୟମ୍'। ଭାରତୀୟ ଚଳଚ୍ଚିତ୍ରରେ ଉ‌େଲ୍ଲେଖନୀୟ ଅଭିନୟ କରିବା ସହ ସେ 'ସ୍ଲମ୍‌ଡଗ୍ ମିଲିୟନେୟାର୍', 'ଜୁରାସିକ୍ ୱାର୍ଲଡ୍' 'ଦି ଆମାଜିଙ୍ଗ୍ ସ୍ପାଇଡର୍ ମ୍ୟାନ୍,'' ଏବଂ 'ଲାଇଫ୍‌ ଅଫ୍ ପାଇ' ଭଳି ଆନ୍ତର୍ଜାତିକ ସିନେମାରେ ମଧ୍ୟ ଅଭିନୟ କରି ସୁନାମ ଅର୍ଜନ କରିଥିଲେ ।

ଗତ ସପ୍ତାହରେ ଇରଫାନ୍‌ଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା । ତେବେ ଲକଡାଉନ ଯୋଗୁଁ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ ଇରଫାନ୍‌ ।

First published: April 29, 2020, 1:48 PM IST
corona virus btn
corona virus btn
Loading