ଶ୍ରୀକ୍ଷେତ୍ରରେ ବଲିଉଡର ଅଭିନେତା ଅନୁପମ ଖେର; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଶ୍ରୀକ୍ଷେତ୍ରରେ ତିନି ଦିଅଁଙ୍କୁ ଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର (Bollywood Actor Anupam Kher ) । ୨୦୨୩ ବର୍ଷର ଆରମ୍ଭରୁ ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ ସମସ୍ତ ତୀର୍ଥସ୍ଥଳୀରେ ଦର୍ଶନ କରିବାକୁ ତାଙ୍କର ଇଛା ରହିଛି । ତୀର୍ଥସ୍ଥଳୀ ମାନଙ୍କରେ ରହିଥିବା ଶିକ୍ଷାକୁ ଗ୍ରହଣ କରି ସେ ନିଜକୁ କୃତାର୍ଥ ମନେ କରିଛନ୍ତି । ଶ୍ରୀମନ୍ଦିରରେ ୧୨୨ ନୀତି ଏବଂ ମହାପ୍ରଭୁଙ୍କ ମାନବୀୟ ଲୀଳା କଥା ଶୁଣି ନିଜକୁ କୃତାର୍ଥ ମନେ କରିଥିବା କଥା କହିଛନ୍ତି ।
ସେପଟେ ଶିବଶାସ୍ତ୍ରୀ ବଲବଆ ଫିଲ୍ମ ନିକଟରେ ରିଲିଜ ୧୦ ତାରିଖରେ ହେବା । ସିନେମାଟିକୁ ଦେଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ଅନୁପମ । ଆଜିର ଦର୍ଶନ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ବୋଲି ଅନୁପମ ଖେର ଗଣମାଧ୍ୟମକୁ କହିଛନ୍ତି । ଶ୍ରୀମନ୍ଦିରରୁ ଫେରି ଅନୁପମ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସମ୍ପ୍ରତି ଅନୁପମଙ୍କ ଅଭିନୀତ ib71, Signature, କାଗଜ 2, Nauataki ଭଳି ଫିଲ୍ମ ସୁଟିଂ ଶେଷ ହୋଇଥିବା ବେଳେ ଶିବ ଶାସ୍ତ୍ରୀ ବଲବଆ ରିଲିଜ ହେବା ଅପେକ୍ଷାରେ ରହିଛି । ସେପଟେ ତେଲୁଗୁ ଫିଲ୍ମ ଜାର୍ତ୍ତିକେୟ 2 ମଧ୍ୟ ସଫଳତା ସାଉଁଟିଛି ।
ଅଧିକ ପଢ଼ନ୍ତୁ-
http://୧୫ ବର୍ଷ ପରେ ପୁଅ ସହ ପରିବାରର ମିଳନ; ବାଜା, ବାଣ, ଫୁଲ ମାଳରେ କଲେ ସ୍ୱାଗତPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।