News 18 Odia Digital
ସମ୍ବଲପୁର ; ତାଲବ୍ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବଏଲ ଯାତ୍ରା । ତାଲବ୍ ଗ୍ରାମର ପ୍ରସିଦ୍ଧ ବଏଲ ଯାତ୍ରାର ବିଶେଷତ୍ୱ ହେଉଛି ଏଠାରେ ହେଉଥିବା ଯାତ୍ରାରେ କୌଣସି ପଶୁବଳି ଦିଆଯାଏ ନାହିଁ । ଏଠାରେ ଯାତ୍ରା ଉପଲକ୍ଷେ ମାଆ ସମଲେଶ୍ୱରୀଙ୍କ ନିକଟରେ ଜୁଗାର ଭୋଗ ମା'ଙ୍କୁ ଅର୍ପଣ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ଜୁଗାର ତିଆରି କରାଯାଇ ମା'ଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଛି ।

ତାଲବ ଗ୍ରାମରେ ଶତାଧିକ ବର୍ଷ ହେଲା ବଏଲ ଯାତ୍ରା ପାଳିତ ହୋଇ ଆସୁଛି । ତେବେ ଏହି ଯାତ୍ରାର ସବୁଠୁ ବଡ ବିଶେଷତ୍ୱ ହେଲା ଯେ ଗ୍ରାମର ଆରାଧ୍ୟ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରେ କୌଣସି ପଶୁବଳି ଦିଆଯାଏନାହିଁ । ଯଦି କାହାର ମାନସିକ ପୁରଣ ହୋଇଥାଏ ତେବେ ସେମାନେ ମା'ଙ୍କ ଠାରେ ଜୁଗାର ଭୋଗ ଅର୍ପଣ କରନ୍ତି ।
‘‘ ପ୍ରତି ବର୍ଷ ପରିବାର ଓ ସାଙ୍ଗ ସାଥୀଙ୍କ ସହ ବଏଲ ଯାତ୍ରା ଦେଖିବାକୁ ଆସିଥାଉ । ଏ ବର୍ଷ ମଧ୍ୟ ଜୁଗାର ଯାତ୍ରା ଦେଖିବା ପାଇଁ ଆସିଥିବାରୁ ବେଶ ଖୁସି ଲାଗୁଛି ବୋଲି କଶ୍ମୀରା ପ୍ରଧାନ କହିଛନ୍ତି ।
ଚଳିତ ବର୍ଷର ଏହି ତାଲବ ବଏଲ ଯାତ୍ରାରେ ୧୧ ଫୁଟ ଉଚ୍ଚର ଜୁଗାର ତିଆରି କରାଯାଇ ମା'ଙ୍କ ଠାରେ ଭୋଗ ଲଗା ଯାଇଥିଲା । ଏହି ଜୁଗାରଟି ଏକ କୁଇଣ୍ଟାଲ ୧୧ କେଜି ଧାନରେ ଲିଆ ପ୍ରସ୍ତୁତ କରାଯାଇ ଗୁଡ ସହ ମିଶ୍ରଣ କରାଯାଇ ତିଆରି କରାଯାଇଥିଲା । ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ ପୁରୁଣା ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥାଏ ।
‘‘ ଚଳିତ ବର୍ଷ ମାଆ ସମଲେଶ୍ବରୀଙ୍କ ବଏଲ ଯାତ୍ରା ଧୁମ ଧାମରେ ଆୟୋଜିତ କରାଯାଇଛି । ଏହି ଯାତ୍ରାରେ ପଶୁ ବଳି ଦିଆଯାଏ ନାହିଁ । ଏହା ବଳଦରେ ୧୧ ଫୁଟ ଉଚ୍ଚର ଜୁଗାର ପୂଜା କରାଯାଏ ବୋଲି ତାଲବ୍ ସମଲେଶ୍ୱରୀ ପୁଜା କମିଟି ସଭାପତି ସତ୍ୟ ନାରାୟଣ ପାଣ୍ଡେ କହିଛନ୍ତି । ତାଲବ୍ ଗ୍ରାମର ବଏଲ ଯାତ୍ରାରେ ପଶୁ ବଳିକୁ ବନ୍ଦ କରାଯାଇ ଜୁଗାର ଭୋଗ ଦିଆଯାଇ ଏକ ଅନନ୍ୟ ପରମ୍ଫରା ସୄଷ୍ଟି କରାଯାଇ ପାରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।