ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର; ପରକୀୟା ପ୍ରୀତି ଯୋଗୁଁ ଆତ୍ମହତ୍ୟା

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାରl ମୃତକ ମହିଳା ହେଲେ ପ୍ରଜ୍ଞା ପରମିତା ଧଳ। ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନ ଲେନ-୫ରେ ଥିବା ଏକ ଭଡ଼ା ଘରେ ପ୍ରଜ୍ଞାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛିl

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

  • Share this:
News18 Odia Digital

ଭୁବନେଶ୍ବର: ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାରl ମୃତକ ମହିଳା ହେଲେ ପ୍ରଜ୍ଞା ପରମିତା ଧଳ। ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନ ଲେନ-୫ରେ ଥିବା ଏକ ଭଡ଼ା ଘରେ ପ୍ରଜ୍ଞାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛିl ମହିଳାଜଣକ ବେକରେ ଦଉଡ଼ି ଲଗାଇ ଝୁଲି ଯାଇଥିବାର ସୂଚନା ରହିଛି।

ସୂଚନାନୁସାରେ ପ୍ରଜ୍ଞା ଓ ତାଙ୍କ ସ୍ୱାମୀ ସତ୍ୟନାରାୟଣ ଧଳ ଦୀର୍ଘ ଦିନ ଧରି ଏଠାରେ ରହି ଆସୁଥିଲେl ଗତକାଲି ପ୍ରଜ୍ଞାଙ୍କ ପରିବାର ତାଙ୍କ ପଡୋଶୀଙ୍କ ଘରେ ଭୋଜି କରି ରାତିରେ ପଡୋଶୀଙ୍କ ଘରେ ଶୋଇଥିଲେl ହେଲେ ସକାଳୁ ପ୍ରଜ୍ଞା ହଠାତ୍ ତାଙ୍କ ଘରକୁ ଏକୁଟିଆ ଫେରିଯାଇଥିଲେl ପ୍ରଜ୍ଞା ଘରକୁ ଚାଲିଯାଇଥିବା ଜାଣି ସ୍ୱମୀ ଘରକୁ ଯାଇଥିଲେl

ଦୀର୍ଘ ସମୟ ଧରି ପ୍ରଜ୍ଞା କବାଟ ନ ଖୋଲିବାରୁ ତାଙ୍କ ସ୍ୱାମୀ ପାଖ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଘରେ ପଶି ପ୍ରଜ୍ଞାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେl ପରକୀୟା ପ୍ରୀତି ଯୋଗୁଁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛିl ଅନ୍ୟପଟେ କାହିଁକି କେଉଁ ପରିସ୍ଥିତିରେ ପ୍ରଜ୍ଞାଙ୍କ ମୃତ୍ୟୁ ହେଲା, ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ବର୍ତ୍ତମାନ ପୋଲିସ ତଦନ୍ତ କରୁଛିl
Published by:Lipina Das
First published: