ଭଦ୍ରକ: ଦେଢ଼ ମାସ ହେଲା ନିଖୋଜ ଯୁବକର ମୃତ ଦେହ ମାଟି ତଳୁ ଖୋଳି ବାହାର କଲା ପୋଲିସ

ପ୍ରସନ୍ନ ସାହୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଏବେ ପ୍ରଥମେ ମାଟି ଭିତରୁ ବାହାରିଥିବା ଗଳିତ ମୃତ ଦେହ ଯେ ତାଙ୍କର ତା’ର ସତ୍ୟାପନ ହେବ ।

ଭଦ୍ରକ: ଦେଢ଼ ମାସ ହେଲା ନିଖୋଜ ଯୁବକର ମୃତ ଦେହ ମାଟି ତଳୁ ଖୋଳି ବାହାର କଲା ପୋଲିସ
ପ୍ରଥମେ ଜେସିବି ମେସିନ୍ ଲଗେଇ ଖୋଳାଯାଇଥିଲା ।
  • News18 Odia
  • Last Updated: March 12, 2020, 10:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭଦ୍ରକ: ପାଖାପାଖି ଦେଢ଼ ମାସ ହେଲା ନିଖୋଜ ଥିବା ତିହିଡ଼ି ଅଞ୍ଚଳର ଜଣେ ଯୁବକଙ୍କ ମୃତ ଦେହ କେନାଲ ବନ୍ଧରେ ମାଟି ତଳେ ପୋତାହୋଇଥିବା ଜଣା ପଡ଼ିବା ପରେ ତାକୁ ଖୋଳି ବାହାର କରିଛି ପୋଲିସ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟମିଶା ଆଶ୍ଚର୍ଯ୍ୟର ପରିବେଶ ସୃଷ୍ଟି ହୋଇଛି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚ଼ନା ଅନୁଯାୟୀ ଗତ ଜାନୁଆରୀ ୨୪ ତାରିଖରୁ ଭଦ୍ରକର ତିହିଡି ଥାନା ଅଧୀନସ୍ଥ ସାହାପୁର ଅଞ୍ଚଳର ପ୍ରସନ୍ନ କୁମାର ସାହୁ ନିଖୋଜ ହୋଇଯାଇଥିବାଲେ ବୋଲି ତାଙ୍କ ପରିବାର ଥାନାରେ ଖବର ଦେଇଥିଲେ । ବିଭିନ୍ନ ସ୍ଥାନରେ ବହୁତ ଖୋଜିବା ପରେ କେଉଁଠି ବି ତାଙ୍କର ପତା ମିଳି ନ ଥିଲା । ହେଲେ ସାହାପୁର ଗାଁ ନିକଟସ୍ଥ ଏକ କେନାଲ ବନ୍ଧରେ ମାଟି ତଳେ ତାଙ୍କୁ ପୋତାଯାଇଥିବାର ସୂଚନା ପାଇ ଆଜି ପୋଲିସ ସେହି ସ୍ଥାନ ଖୋଳିବା ଆରମ୍ଭ କରିଥିଲା । ସତକୁ ସତ ମାଟି ଭିତରୁ ବାହାରିଥିଲା ପ୍ରସନ୍ନ କୁମାର ସାହୁଙ୍କ ମୃତ ଦେହ ।

ପ୍ରସନ୍ନ ଜାନୁୟାରୀ ୨୪ ତାରିଖରୁ ହଠାତ୍ ନିଖୋଜ ହୋଇଯିବା ପରେ ସବୁଠି ଖୋଜି କୌଣସି ସନ୍ଧାନ ନ ପାଇବାରୁ ତାଙ୍କ ପରିବାର ଫେବୃଆରୀ ୨ ତାରିଖରେ ତିହିଡ଼ି ଥାନାରେ ଏତଲା ଦାୟର କରିଥିଲେ । ପୋଲିସ୍ ମଧ୍ୟ ଖୋଜିବାର ପ୍ରୟାସ କରିଥିଲା, ହେଲେ କୌଣସି ସୂଚ଼ନା ମିଳି ନ ଥିଲା । ସେଥି ପାଇଁ ଗ୍ରାମବାସୀ ଉତ୍ୟକ୍ତ ହୋଇ ତୁରନ୍ତ ପଦକ୍ଷେପ ନେବା ଦାବିରେ ଥାନା ଘେରାଉ କରିଥିଲେ ।

ପୋଲିସ ଏହି ମାମଲାରେ ଜଣକୁ ଅଟକ ରଖି ପଚ଼ରାଉଚ଼ରା କରୁଛି ।


ଏହି ମାମଲାରେ ତଦନ୍ତ ସମୟରେ ପୋଲିସ୍ ସନ୍ଦେହରେ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ତିହିଡି ପୋଲିସ ସାହାପୁର ନିକଟସ୍ଥ କେନାଲ ବନ୍ଧ ଠାରେ ମାଟି ଭିତରୁ ପୋତା ଯାଇଥିବା ଏକ ଗଳିତ ଶବକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ସୁକଦେବ ପାଢ଼ୀଙ୍କୁ ଅଟକ ରଖି ପଚ଼ରାଉଚ଼ରା କରୁଛି ।

ପ୍ରସନ୍ନ ସାହୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଏବେ ପ୍ରଥମେ ମାଟି ଭିତରୁ ବାହାରିଥିବା ଗଳିତ ମୃତ ଦେହ ଯେ ତାଙ୍କର ତା’ର ସତ୍ୟାପନ ହେବ । ତା’ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ସକାସେ ପୋଲିସର ଅନୁସନ୍ଧାନ ଆଗେଇବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
First published: March 12, 2020, 10:13 PM IST