ଏହି ହତ୍ୟା କିଏ କରିଛି ତାହା ଏ ପର୍ଯ୍ୟନ୍ତ କେହି ବୁଝିପାରୁ ନାହାନ୍ତି ।
News18 Odia Digital
ସୁବର୍ଣ୍ଣପୁର: ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଧୁଲଧୁଲା ଗାଁରେ । ଏହି ହାଁରେ ଘଟିଯାଇଛି ଏକ ହତ୍ୟାକାଣ୍ଡ, ଆଉ ତା’ ସହ ଏକ ହତ୍ୟା ପ୍ରୟାସ । ଗାଁର ରାଜକୁମାର ଲୁହାଙ୍କୁ କେହି ହତ୍ୟା କରିଥିବା ବେଳେ ତାଙ୍କ ପୁତ୍ର ବଧୂ ଭୂମିସୂତା ଲୁହାଙ୍କ ଅବସ୍ଥା ଗୁରୁତର ହୋଇଛି ।
ଆଜି ସକାଳେ ଗାଁ ମୁଣ୍ଡରେ ଥିବା ନିଜ ପ୍ରଧାନ ମନ୍ତ୍ରୀ ଆବାସ ଘରେ ରାଜକୁମାର ଲୁହାଙ୍କ ମୃତ ଦେହ ପଡ଼ିଥିବା ତାଙ୍କ ସ୍ତ୍ରୀ ଦେଖିଥିଲେ । ସେହି ଘରେ ତାଙ୍କ ପୁତ୍ର ବଧୂ ଗୁରୁତର ଅବସ୍ଥାରେ ପଡିଥିବା ବି ସେ ଦେଖିଥିଲେ । କିଛି ବୁଝି ନ ପାରି ଚକିତ ହୋଇ ସେ ଗାଁ ଲୋକଙ୍କୁ ଡାକିଥିଲେ । ତା’ ପରେ ପୋଲିସକୁ ଖବର ଦିଆଯାଇଥିଲା ଓ ଏକ ପୋଲିସ ଦଳ ଆସି ପହଞ୍ଚିଥିଲେ ।
ଶ୍ୱଶୁର ରାଜକୁମାର ଲୁହା ମୃତ ଥିବା ବେଳେ ତାଙ୍କ ବୋହୂ ଭୂମିସୂତା ଲୁହାଙ୍କ ଦେହରେ ଜୀବନ ଥିବା ଜାଣି ତାଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷଯଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ସେଠାରେ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।
ତେବେ କିଏ ଓ କାହିଁକି ରାଜକୁମାରଙ୍କୁ ହତ୍ୟା କରିଛି ଓ ତାଙ୍କ ବୋହୂ ଉପରେ ମରଣାନ୍ତକ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ଭୂମିସୂତାଙ୍କ ସ୍ୱାମୀ ବାହାର ରାଜ୍ୟରେ ରହୁଛନ୍ତି । ତାଙ୍କୁ ଏ ବିଷୟରେ ଖବର ଦିଆଯାଇଛି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି ।
ଭୂମିସୂତାଙ୍କ ଦେହ ଭଲ ହୋଇଗଲେ ତାଙ୍କ ଠାରୁ ଏ ଘଟଣା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରିବ ବୋଲି ପୋଲିସ କହିଛି । ତେବେ ବର୍ତ୍ତମାନ ପୋଲିସ କେତେକ ଗ୍ରାମବାସୀଙ୍କ ସହ ଓ ରାଜକୁମାର ଲୁହାଙ୍କ ପତ୍ନୀଙ୍କ ସହ ପଚରାଉଚରା କରିଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ: କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।